ବେପରୁଆ ଗାଡ଼ି ଚାଳନା, ବଢୁଛି ଦୁର୍ଘଟଣା

କଟକ ସଦର,୧୮ା୪(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ମୁଖ୍ୟ ରାସ୍ତାର ଝିଙ୍କିରିଆଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ୧୬ କିମି ଅଂଶରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଅଧିକାଂଶ ଦିନ ଦୁର୍ଘଟଣା ଘଟିଛି। ଇତିମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି। ବେପରୁଆ ବାଇକ ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସନ୍ଧ୍ୟାହେଲେ ଯୁବକମାନେ ଉକ୍ତ ରାସ୍ତାରେ ବେପରୁଆ ଭାବେ ବାଇକ୍‌ ଚଳାଉଥିବାରୁ ଦୁର୍ଘଟଣା ଘଟୁଛି। ହେଲେ ଏ ଦିଗରେ ପୋଲିସ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଉ ନ ଥିବାରୁ ଦୁର୍ଘଟଣା ରୋକି ହେଉନାହିଁ। ଆଗାମୀ ଦିନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କଡ଼ାକଡି ସହ ବେପରୁଆ ବାଇକ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଅପରପକ୍ଷରେ ପୋଲିସ କିଛି ନିଶାସକ୍ତ ବାଇକ୍‌ ଚାଳକଙ୍କୁ କାବୁ କରୁଛି। ହେଲେ ବ୍ରିଥ୍‌ ଆନାଲାଇଜର ମେଶିନ ନ ଥିବାରୁ ଜରିମାନା ଆଦାୟ କରିବାରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ୧୦ ଚକିଆ ଗାଡ଼ି ଦୃତଗତିରେ ଚଳାଚଳ କରୁଛି। ଫଳରେ ଲୋକମାନେ ରାସ୍ତାରେ ନିରାପଦ ଭାବେ ଯାତାୟତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏପରି କି ଜଣେ ଲୋକ ଘରୁ ବାହାରକୁ ଯାଇ ନିରାପଦରେ ଫେରିବ କି ନାହିଁ ତାହାକୁ ନେଇ ସନ୍ଧେହ ପ୍ରକାଶ ପାଉଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୯ ତାରିଖରେ ୪୨ ମୌଜାର ଅଶୋକ ତ୍ରିପାଠୀ ନାମକ ବ୍ୟକ୍ତି ବାଇକ୍‌ରେ କଟକ ଅଭିମୁଖେ ଯାଉଥିବାବେଳେ ସମ୍ମୁଖରୁ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହେବାରୁ ଚିକିତ୍ସା ଲାଗି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ମାର୍ଚ୍ଚ ୧୨ ତାରିଖ ରାତିରେ ଝିଙ୍କିରିଆ ଅଞ୍ଚଳର ମନୋରଞ୍ଜନ ଦେବତ୍ତା(୨୫) ଓ ତାଙ୍କ ମାଆ ପ୍ରତିମା ଦେବତ୍ତା(୪୫) ଏକ ସ୍କୁଟିରେ ଘରକୁ ଫେରୁଥିବାବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ପେଟ୍ରୋଲ ଟାଙ୍କି ସମ୍ମୁଖରେ ୨ ବାଇକ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଏଥିରେ କନ୍ଦରପୁର ଥାନା ଅଧୀନ ଅଥଙ୍ଗା ଗ୍ରାମର ଅଜୟ ଭୋଇ(୨୪) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା କହିଛନ୍ତି, ଯାଞ୍ଚ କରାଯାଇ ବେଆଇନ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଅଭିଭାବକମାନେ ନାବାଳକଙ୍କୁ ବାଇକ୍‌ ଚଲାଇବାର ସୁଯୋଗ ଦେବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri