Posted inଫୁରସତ

ରାଜ୍ୟପାଳଙ୍କଠୁ ମିଳିଛି ବାର୍ଡମ୍ୟାନ୍‌ ସମ୍ମାନ

ମାଟି, ପାଣି, ପବନ, ଗଛଲତା, ପଶୁପକ୍ଷୀଙ୍କ ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ପାଇଁ କ’ଣ ଆବଶ୍ୟକ ସେ କଥା ସେ ବେଶ୍‌ ଭଲରେ ବୁଝିଛନ୍ତି। ସେଥିପାଇଁ ତ ପିଲାଟିଦିନୁ ସେ ନିଜ ଜୀବନକୁ ପ୍ରକୃତି ସୁରକ୍ଷା ପ୍ରତି ଉତ୍ସର୍ଗ କରିଦେଇଛନ୍ତି। କେତେବେଳେ ତୃଷାର୍ତ୍ତ ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଉଛନ୍ତି ତ କେତେବେଳେ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ କରାଉଛନ୍ତି ସଚେତନ। ତେବେ ଏହି ପ୍ରକୃତିପ୍ରେମୀ ଯୁବକ ହେଉଛନ୍ତି ଢେଙ୍କାନାଳ ଜିଲାର ମା’ ରାଜଲକ୍ଷ୍ମୀ ଏବଂ
ବାପା ଉଦୟନାଥ ଶତପଥୀଙ୍କ ପୁଅ ଶୁଭ୍ରାଂଶୁ।
ବାପା ଜଣେ ବନ ଅଧିକାରୀ ହୋଇଥିବାରୁ ତାଙ୍କ ପିଲା ବେଳ କଟିଛି ବଣଜଙ୍ଗଲରେ। ତେଣୁ ପ୍ରକୃତି ପ୍ରତି ଭଲ ପାଇବା ତାଙ୍କର ପିଲାଦିନୁ । ବୃକ୍ଷ ରୋପଣ ହେଉ ଅବା ଅନ୍ୟାନ୍ୟ ପରିବେଶ ସୁରକ୍ଷା ଲାଗି ସେ ସର୍ବଦା ବ୍ରତୀ। ଖରାଦିନେ କିପରି ପଶୁପକ୍ଷୀ ନିଜ ଶୋଷ ମେଣ୍ଟାଇ ପାରିବେ, ସେନେଇ ସେ ଘରର ଛାତ, ଅଗଣା, ବାରିଆଡ଼େ ମାଟିପାତ୍ରରେ ପାଣି ରଖିବାର ବ୍ୟବସ୍ଥା କରିଛନ୍ତି। ଆଉ ନିଜ ସାହି ପଡ଼ିଶାରୁ ଆରମ୍ଭ କରି ବୁଲିବୁଲି ସ୍କୁଲ, କ୍ଲବ ଓ ବିଭିନ୍ନ ଅନୁଷ୍ଠାନର ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଉଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୧ ହଜାରରୁ ଅଧିକ ମାଟିପାତ୍ର ପ୍ରଦାନ କରି ମହାମହିମ ରାଜ୍ୟପାଳଙ୍କଠାରୁ ‘ବାର୍ଡମ୍ୟାନ’ ସମ୍ମାନ ମଧ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଦୀପାବଳିରେ ଇକୋ ବା ଗ୍ରୀନ୍‌ ଦୀପାବଳି ନେଇ ସ୍କୁଲରେ କର୍ମଶାଳା ଆୟୋଜନ କରିଥା’ନ୍ତି। ରକ୍ଷାବନ୍ଧନରେ ଗଛଗୁଡ଼ିକରେ ରାଖୀ ବାନ୍ଧି ଗଛକଟା ରୋକିବା ସହ ଏକ ସବୁଜ ବଳୟ ସୃଷ୍ଟି କରି ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦେଇଥାନ୍ତି ଶୁଭ୍ରାଂଶୁ। ସେ ବହୁ ବର୍ଷ ଧରି ବିଭିନ୍ନ ମଞ୍ଜି ସଂଗ୍ରହ କରି ଏହାକୁ ମାଟିଗୁଳାରେ ଭର୍ତ୍ତି କରି ସିଡ୍‌ ବଲ ପ୍ରସ୍ତୁତ କରି ରାସ୍ତାର ଉଭୟ ପାର୍ଶ୍ୱ ଏବଂ ଜଙ୍ଗଲକୁ ଫିଙ୍ଗିଥା’ନ୍ତି। ଏପର୍ଯ୍ୟନ୍ତ ୧ ଲକ୍ଷରୁ ଊଦ୍ଧର୍‌ବ ସିଡ୍‌ ବଲ୍‌ ନିର୍ମାଣ କରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ଡ୍ରୋନ୍‌ ଯୋଗେ ସିଡ୍‌ ବଲ୍‌ ଅପହଞ୍ଚ ଇଲାକାରେ ପହଞ୍ଚାଇ ପାରିଛନ୍ତି। ୨୦୦୮ ମସିହାରେ ପ୍ରଥମ ଥର ପାଇଁ ସେ ଆରମ୍ଭ କରିଥିଲେ ସିଡ୍‌ ବଲ୍‌ ଏବଂ ମାଟିପାତ୍ର ଭିତ୍ତିକ କର୍ମଶାଳା। ସେବେଠୁ ପ୍ରତିବର୍ଷ ସଫଳତାର ସହ ଏହା କରିଆସୁଛନ୍ତି।
ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫିରେ ମଧ୍ୟ ତାଙ୍କର ବେଶ୍‌ ରୁଚି ରହିଛି। କେତେବେଳେ ସେ ନିର୍ବାକ୍‌ ଜୀବଜନ୍ତୁଙ୍କ ଫଟୋ ଉଠାନ୍ତି ତ କେତେବେଳେ ଫିଲ୍ମ ଜରିଆରେ କରନ୍ତି ସେମାନଙ୍କ ପାଇଁ ସ୍ବର ଉତ୍ତୋଳନ। ଏପରିକି ସଂରକ୍ଷିତ ଜଙ୍ଗଲ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଲେଖା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥା’ନ୍ତି। ତେବେ ୨୦୧୦ରେ ସେ ‘ଦେ ରିଏଲୀ ନିଡ୍‌ ଅସ୍‌’ ନାମକ ପରିବେଶ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯେଉଁଥିପାଇଁ ସେ ବିଶ୍ବ ଦରବାରରେ ପରିଚିତ ହୋଇପାରିଥିଲେ। ଜଣେ ଯୁବ ଫିଲ୍ମ ମେକର ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ଏହି ଫିଲ୍ମ ପାଇଁ ୨୦୧୨ ବସୁଧା ନ୍ୟାଶନାଲ୍‌ ଫେଷ୍ଟିଭାଲ୍‌ରେ ଏବଂ ଇଣ୍ଟରନ୍ୟାଶନାଲ୍‌ ଷ୍ଟୁଡେଣ୍ଟସ୍‌ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ମିଳିଛି ବେଷ୍ଟ ଡାଇରେକ୍ଟର ଆଓ୍ବାର୍ଡ। ୫ମ ଦାଦାସାହେବ ଫିଲ୍ମ ଫେଷ୍ଟିଭାଲ୍‌-୨୦୧୬ରେ ସ୍କ୍ରିନିଂ ଆଓ୍ବାର୍ଡ ସହିତ ତାଙ୍କୁ ମିଳିଥିଲା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଏବଂ ପୁରସ୍କାର। ସେହିପରି ୨୦୧୪ରେ ‘ଲେଟ୍‌ ଦେମ୍‌ ବ୍ରିଥ୍‌’ ନାମକ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସେ ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ଏହି ସମାଜଧର୍ମୀ କାର୍ଯ୍ୟ ପାଇଁ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶୁଭ୍ରାଂଶୁ।
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri