Posted inଫୁରସତ

ପ୍ରଥମ ରୋଜଗାର: ‘ସୁଚରିତା’ରୁ ପାଇଥିଲି ୫୦ ଟଙ୍କା

ୟା’ ଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲାଣି। ଅବସର ନେବା ଆଜିକୁ କୋଡ଼ିଏ ଦିନ ପୂରିଗଲାଣି। ହେଲେ ଗୋଟିଏ କଥା ଏଇଠି ନ କହି ମୁଁ ନୀରବୀ ପାରୁନି। ୧୯୮୨ ମସିହା କଥା, ସେତେବେଳର ସ୍ବନାମଧନ୍ୟ ମହିଳା ପତ୍ରିକା ସୁଚରିତାରେ ମୋର ‘କୁକୁଡ଼ା’ ଶୀର୍ଷକ କବିତାଟିଏ ପ୍ରକାଶିତ ହୋଇଥାଏ। କବିତାଟିକୁ ଲଫାପାରେ ପୂରାଇ ତା’ଉପରେ ଠିକଣା ଲେଖି ଡାକଘରେ ପୋଷ୍ଟ କଲାବେଳେ ମୁଁ ଭାବି ନ ଥିଲି ପତ୍ରିକା ସହ ପଚାଶ ଟଙ୍କାର ମନିଅର୍ଡର ଆସି ପହଞ୍ଚତ୍ବ ବୋଲି। ଓଃ ସେଦିନର ସେ ଖୁସି ବର୍ଣ୍ଣନା କରିହେବ ନାହିଁ। ସେଇ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍‌କୁ ମୁଁ କେମିତି ଖର୍ଚ୍ଚ କରିଥିଲି ଆଜି ମନେପଡୁନି ସତ କିନ୍ତୁ ପାଖାପାଖି ପଚାଶ ଜଣଙ୍କୁ ସେ ଟଙ୍କାକୁ ଦେଖାଇଥିଲି; ଯେଉଁମାନେ କି କବିତା କ’ଣ, ପତ୍ରିକା କ’ଣ, ଏସବୁ ବିଷୟରେ ତାଙ୍କ ଗ୍ରାମୀଣ ଜୀବନରେ ପରିଚିତ ନ ଥିଲେ। ଏହି ଘଟଣାର ତିନିବର୍ଷ ପରେ ମୋର ବାହାଘର, ଆଉ ବାହାଘରର ତିନିମାସ ପରେ ମୋତେ ଶିକ୍ଷୟିତ୍ରୀ ଚାକିରି ମିଳିଲା ସେତେବେଳର ବାଲେଶ୍ବର ଜିଲା ଆଉ ପରେ ପରେ ଭଦ୍ରକ ଜିଲାର କେନ୍ଦୁଆପଦାରେ। ସେତେବେଳେ ହାଇସ୍କୁଲ ଶିକ୍ଷକଙ୍କର ବହୁତ କମ୍‌ ଦରମା ଥିଲା। ମୋତେ ପ୍ରଥମ ଦରମା ମିଳିଥିଲା, ଏକାବେଳେକେ ତିନିମାସର ମିଶି ୭୫୦୦ଟଙ୍କା। ମୋ ଶାଶୁଘର ବଡ଼ ପରିବାର। ତେଣୁ ସ୍ବଳ୍ପ ଦରମାରେ ଶାଶୁ, ଶ୍ୱଶୁର, ଯା’, ଦେଢଶୁର, ପୁତୁରା, ଝିଆରୀ ଆଦି ସମସ୍ତଙ୍କ ପାଇଁ ନୂଆ ଲୁଗା କିଣିବା ସମ୍ଭବ ନ ଥିଲା। ସେଥିପାଇଁ ସ୍ଥିର ହେଲା କେବଳ ମହିଳାମାନଙ୍କ ପାଇଁ କିଣାହେବ।
ମୋ ଶାଶୁ; ଯାହାଙ୍କୁ ଆମେ ସ୍ନେହରେ ଖୁଡ଼ୀ ଡାକୁ। ଖୁଡୀ ବିନା ସାୟା, ବ୍ଲାଉଜ୍‌, ଚପଲରେ ଜଣେ ଅବଗୁଣ୍ଠନବତୀ ସ୍ନେହମୟୀ ନାରୀ। ଲୁଗା କିଣାହେବା ଦିନ ମୁଁ ଓ ମୋ ସ୍ବାମୀ ବସ୍‌ରେ କେନ୍ଦୁଆପଦାରୁ ଭଦ୍ରକ ଯାଇଥିଲୁ। ଆଜି ଅନେକ ଦିନ ପରେ ଭଦ୍ରକର ଭୌଗୋଳିକ ଅବସ୍ଥିତି ବିଷୟରେ ମୋତେ ଜଣା ନାହିଁ ସତ କିନ୍ତୁ ସେଦିନ କଚେରି ବଜାରରେ ଥିବା ଖେମକା ଶାଢ଼ି ଦୋକାନରୁ ସମସ୍ତଙ୍କ ପାଇଁ ଶାଢ଼ି କିଣାହେଲା। ତା’ପରେ ମୋ ଶାଶୁ ଅର୍ଥାତ୍‌ ଖୁଡ଼ୀଙ୍କ ପାଇଁ ଗୋଟିଏ ଜରିଧଡ଼ି ଥିବା ଲାଲ ରଙ୍ଗର ଶାଢ଼ି, ମ୍ୟାଚିଂ ବ୍ଲାଉଜ ଓ ସାୟା ଏବଂ ସ୍ଲିପର୍‌ ହଳେ କିଣିଥିଲୁ। ଆଜି ବି ଖୁଡୀଙ୍କର ସେଇ ଶାଢ଼ି, ଚପଲ ପିନ୍ଧା ରୂପ ଝଲସି ଉଠେ ମୋ ଆଖି ସାମ୍ନାରେ। ତାଙ୍କ ଗୋରା ତକତକ ସୁନ୍ଦର ରୂପକୁ ଶାଢ଼ି, ସାୟା, ବ୍ଲାଉଜ ପିନ୍ଧିବା ଯେତିକି ମାନୁଥିଲା ତା’ଠାରୁ ଅଧିକ ସୁନ୍ଦର ଲାଗୁଥିଲା ନୂଆ ଚପଲ ପିନ୍ଧା ପାଦ ଦୁଇଟି। ଚପଲ ପିନ୍ଧିଲାବେଳେ ଖୁଡ଼ୀଙ୍କର ଲାଜଲାଜ ଭାବର ଠାଣି ମୋତେ ବହୁତ ଆନନ୍ଦିତ କରିଥିଲା ସେଦିନ। ସମୟ ସ୍ରୋତରେ ୟା’ଭିତରେ କେତେ କ’ଣ ଘଟିଗଲାଣି। ଝିଅ, ବୋହୂ ପାଇଁ ତଥା ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଲାଗି କେତେ ଦାମୀ ଶାଢ଼ି କିଣାଯାଇଛି, ହେଲେ ସେହି ପ୍ରଥମ ରୋଜଗାରରେ ସମସ୍ତଙ୍କ ପାଇଁ ଶାଢ଼ି କିଣି ରିକ୍ସାରେ ବସି ଘରକୁ ଫେରିବାର ଆନନ୍ଦ ଆଉ କ’ଣ କେବେ ମିଳୁଛି। ସେଦିନ ଆମେ ସ୍ବାମୀସ୍ତ୍ରୀ ଦୁହେଁ ନିଜ ପାଇଁ କିଛି ବି କିଣି ନ ଥିଲୁ ସତ କିନ୍ତୁ ସମସ୍ତଙ୍କୁ ଖୁସି କରିବା ପାଇଁ ଯେଉଁ ଚେଷ୍ଟା କରିଥିଲୁ ସେଥିରୁ ଆମକୁ ବହୁତ ଆତ୍ମତୃପ୍ତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri