ବିରୋଧ ନୁହେଁ ବିଦ୍ରୋହ: ବାଇଡେନ୍‌

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଜୋ ବାଇଡେନ୍‌ ମୁହଁ ଖୋଲିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଗଣତନ୍ତ୍ର ପାଇଁ ଏହା ଉପଯୋଗୀ ନୁହେଁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବା କିଛି ନୂଆ ଘଟଣା ନୁହେଁ। କିନ୍ତୁ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ହୋଇଥିବା ହିଂସାକାଣ୍ଡ ଗ୍ରହଣୀୟ ନୁହେଁ। ଏହା ପ୍ରଦର୍ଶନ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ଏକ ବିଦ୍ରୋହ ବୋଲି ବାଇଡେନ୍‌ କହିଛନ୍ତି। ଏହି ଘଟଣାକୁ ରାଜଦ୍ରୋହ ମଧ୍ୟ କୁହାଯାଇପାରେ। ଗଣତନ୍ତ୍ର ଲାଗି ଏହା କେବେ ମଧ୍ୟ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସଂସଦ ପରିସରରେ ହିଂସାକାଣ୍ଡ ପରେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ସଂସଦ ପରିସରରୁ ଏକ ସନ୍ଦିଗ୍ଧ ପ୍ୟାକେଟ ଜବତ କରାଯାଇଥିବା କୁହାଯାଉଛି।

Share