Posted inଜାତୀୟ

ଏଆଇଏଡିଏମ୍‌କେରେ ବିଦ୍ରୋହ

ଚେନ୍ନାଇ, ୧୨ା୭: ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍‌ (ଏଆଇଏଡିଏମ୍‌କେ)ରେ ଥିବା ଅନ୍ତଃକନ୍ଦଳ ଖୋଲାଖୋଲି ସାମ୍‌ନାକୁ ଆସିଛି। ଦଳର ଦୁଇ ବରିଷ୍ଠ ନେତା ଇଡାପାଡି କେ ପାଲାନିସ୍ବାମୀ (ଇପିଏସ୍‌) ଏବଂ ଓ. ପନିରସେଲଭମ୍‌(ଓପିଏସ୍‌) ପାର୍ଟି କମାଣ ସମ୍ଭାଳିବାକୁ ନେଇ ପରସ୍ପର ବିରୋଧରେ ବିଦ୍ରୋହ କରିଛନ୍ତି। ସୋମବାର ଅନୁଷ୍ଠିତ ଏଆଇଏଡିଏମ୍‌କେର ସାଧାରଣ ପରିଷଦ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଦଳର ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ନେତ୍ରୀ ଜେ. ଜୟଲଲିଥାଙ୍କ ମୃତ୍ୟୁପରେ ଦଳରେ ଚାଲିଥିବା ଦୋହରା ନେତୃତ୍ୱ ମଡେଲକୁ ଶେଷ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆଗତ ହୋଇଛି। ପାର୍ଟି ଚଲାଇବା ନିମନ୍ତେ ପାଲାନିସ୍ବାମୀଙ୍କୁ ସମସ୍ତ କ୍ଷମତା ପ୍ରଦାନ ପରେ ୨୦୧୭ ସେପ୍ଟେମ୍ବର ୧୨ରେ ହୋଇଥିବା ଦଳର କୋଅର୍ଡିନେଟର ଏବଂ ଜଏଣ୍ଟ କୋଅର୍ଡିନେଟର ପଦକୁ ହଟାଇ ଦିଆଯାଇଛି। ଏହି ଦୁଇ ପଦ ଯଥାକ୍ରମେ ଓପିଏସ୍‌ ଏବଂ ଇପିଏସ୍‌ ସମ୍ଭାଳିଥିଲେ। ଅପରପକ୍ଷେ ପାଲାନିସ୍ବାମୀଙ୍କୁ ଦଳର ସବୁ କ୍ଷମତା ଦିଆଯିବାକୁ ଓପିଏସ୍‌ ବିରୋଧ କରି ପାର୍ଟିରେ ବିଦ୍ରୋହ କରିଛନ୍ତି। ଫଳରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଓପିଏସ୍‌ ଏବଂ ତାଙ୍କ ସମର୍ଥକଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ସାଧାରଣ ପରିଷଦ ବୈଠକ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ପନିରସେଲଭମ ମାଡ୍ରାସ୍‌ ହାଇକୋର୍ଟରେ ଆବେଦନ କରିଥିଲେ। ଦଳର ସଂଖ୍ୟାଗରିଷ୍ଠ ସଦସ୍ୟ ଏହି ବୈଠକ ହେଉ ବୋଲି ଚାହୁଁଥିବା କହି ଜଷ୍ଟିସ୍‌ କ୍ରିଷ୍ଣନ୍‌ ରାମାସ୍ବାମୀଙ୍କ ଏକକ ଖଣ୍ଡପୀଠ ଏହାକୁ ମଞ୍ଜୁରୀ ଦେବା ପରେ ଓପିଏସ୍‌ଙ୍କୁ ଝଟକା ଲାଗିଥିଲା। କୋର୍ଟଙ୍କ ଅନୁମତି ପରେ ଏ. ତାମିଲ ମହନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ ଏବଂ ତାଙ୍କ ନିକଟତମ ସହଯୋଗୀ ଆର୍‌. ବୈଥୟାଲିଙ୍ଗମ୍‌, ମନୋଜ ପ୍ରଧାନ ଏବଂ ଜେ. ସି. ଡି. ପ୍ରଭାକରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ହଟାଯିବା ପାଇଁ ଆଗତ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପନିରସେଲଭମ ସଙ୍ଗେ ସଙ୍ଗେ ପାଲାନିସ୍ବାମୀ ଏବଂ କେ. ପି. ମୁନିସାମୀଙ୍କୁ ପଦରୁ ବହିଷ୍କୃତ କରିଥିଲେ। କିନ୍ତୁ ପାଲାନିସ୍ବାମୀ ଦଳର ସର୍ବୋଚ୍ଚ ନେତା ହେବା ପରେ ପନିରସେଲଭମ୍‌ଙ୍କ ଏହି ପଦକ୍ଷେପ ମୂଲ୍ୟହୀନ ହୋଇଛି। ବୈଠକରେ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିବା ଏଆଇଏଡିଏମ୍‌କେର ଆର୍‌. ବିଶ୍ୱନାଥନ କହିଥିଲେ, ପନିରସେଲଭମ୍‌ ଶାସକ ଡିଏମ୍‌କେ ଇଶାରାରେ ଯାଇ ଅନୁଚିତ କାମକୁ ବିରୋଧ ପରିବର୍ତ୍ତେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି। ଏପରି କରି ସେ ଏଆଇଏଡିଏମ୍‌କେକୁ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦଳର ସାଧାରଣ ପରିଷଦ ବୈଠକ ବିରୋଧରେ ଅଭିଯୋଗ କରି ଏହାକୁ ବନ୍ଦ କରିବା ନିମନ୍ତେ ଓପିଏସ୍‌ କୋର୍ଟ ଯିବା ପାର୍ଟି ନିୟମ ବିରୋଧୀ। ତେଣୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଓପିଏସ୍‌ଙ୍କ ସମେତ ତାଙ୍କ ସମର୍ଥକଙ୍କୁ ଦଳରୁ ବିଦା କରାଯାଇଥିବା ସେ କହିଛନ୍ତି।
ଡିସେମ୍ବରରେ ଜୟଲଲିଥାଙ୍କ ମୃତ୍ୟୁ ପରେ ତାଙ୍କ ବିଶ୍ୱସ୍ତ ଭି. କେ. ଶଶିକଳାଙ୍କୁ ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ଶଶିକଳାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ସେ ଗିରଫ ହୋଇ ଜେଲ ଦଣ୍ଡାଦେଶ ପାଇଥିଲେ। ଏଆଇଏଡିଏମ୍‌କେ ୨୦୧୭ରେ ଶଶିକଳାଙ୍କୁ ଏହି ପଦରୁ ହଟାଇଥିଲା। ଅନ୍ୟପକ୍ଷରେ ବୈଠକରେ ପାରିତ ହୋଇଥିବା ଆଉ ଏକ ପ୍ରସ୍ତାବ ଅନୁସାରେ ସୋସିଆଲ ଜଷ୍ଟିସ୍‌ ଆଇକନ୍‌ ସ୍ବର୍ଗତ ପେରିୟାର ଇ. ଭି. ରାମାସାମୀ, ଦ୍ରାବିଡିଆନ୍‌ ଆନ୍ଦୋଳନର ଜନକ ସି. ଏନ୍‌. ଆନାଦୁରାଇ ଏବଂ ଏଆଇଏଡିଏମ୍‌କେ ସୁପ୍ରିମୋ ସ୍ବର୍ଗତ ଜେ. ଜୟଲଲିଥାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri