ଅଙ୍କିତାଙ୍କ ପ୍ରକୃତ ନାଁ କ’ଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ଜଣେ ପପୁଲାର ଟେଲିଭିଜନ କଳାକାର ହୋଇଥିବା ବେଳେ ନିକଟରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଧାରାବାହିକ ‘ପବିତ୍ର ରିସ୍ତା’ପରଠାରୁ ସେ ବେଶ ଲୋକପ୍ରିୟ ହୋଇ ଯାଇଥିଲେ । ପବିତ୍ର ରିସ୍ତାରେ ସେ ଅର୍ଚ୍ଚନା ଭୂମିକାରେ ଅଭିନୟ କରୁଥିବା ବେଳେ ସୁଶାନ୍ତଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ହେଲେ ଅଙ୍କିତାଙ୍କ ପ୍ରକୃତ ନାଁ ଅଙ୍କିତା ନୁହେଁ। ତାଙ୍କର ପ୍ରକୃତ ନାଁ ହେଲା ତନୁଜା। ତେବେ ଅଙ୍କିତା ତାଙ୍କ ନିକ ନେମ୍‌ ଘରେ ତାଙ୍କୁ ସମସ୍ତେ ଅଙ୍କିତା ନାଁରେ ଡାକନ୍ତି। ଅଙ୍କିତା ଓ ସୁଶାନ୍ତଙ୍କ ପ୍ରେମ କାହାଣୀ କଥା ସମସ୍ତେ ଜାଣିଥିବା ବେଳେ ଏମାନେ ୨୦୧୬ରେ ବିବାହ କରିଥାଆନ୍ତେ। ହେଲେ କୌଣସି କାରଣ ବଶତଃ ୨୦୧୬ ମଧ୍ୟଭାଗରେ ଏମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପିତା ମଧ୍ୟ କହିଥିଲେ ଅଙ୍କିତାହିଁ ଏକମାତ୍ର ମହିଳା ଯିଏ ସୁଶାନ୍ତଙ୍କ ଜୀବନରେ ଆସିଥିଲେ। ଆଉ ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁକୁ ପାଖାପାଖି ଏକ ମାସ ପୂରଣ ହେବାକୁ ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଙ୍କିତା ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କର ଜଣେ ନିକଟ ସମ୍ପର୍କୀୟ କୁହନ୍ତି ଏଥିପାଇଁ ଅଙ୍କିତାଙ୍କୁ ସମୟ ଲାଗିବ।

Share