ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ। କିଛି ଦିନ ପୂର୍ବରୁ, ୮୫ ବର୍ଷ ବୟସ୍କ ପୋପ ଫ୍ରାନ୍ସିସ ଯେଉଁମାନେ ଗୃହପାଳିତ ପ୍ରାଣୀମାନଙ୍କୁ ପିଲାମାନଙ୍କ ଅପେକ୍ଷା ଅଧିକ ଭଲ ପାଆନ୍ତି, ସେମାନଙ୍କୁ ସ୍ବାର୍ଥପର ବୋଲି କହିଥିଲେ। ସେ କହିଥିଲେ ଯେ ପିଲାମାନଙ୍କ ଅପେକ୍ଷା ଗୃହପାଳିତ ପ୍ରାଣୀମାନଙ୍କୁ ଅଧିକ ଭଲ ପାଇବା ଆମର ମାନବିକତାକୁ ଛଡ଼ାଇ ନେଇଥାଏ। ଏବେ ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା କରିବା ହିଁ ପ୍ରକୃତ ପ୍ରେମର ସଙ୍କେତ।

ଭଟିକାନରେ ପିତାମାତାଙ୍କ ବିଷୟରେ ଏକ ବିବୃତ୍ତିରେ ପୋପ ଲୋକଙ୍କୁ ସନ୍ତାନ ପ୍ରସବ କରିବାକୁ ଭୟ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସନ୍ତାନ ଜନ୍ମ କରିବା ସର୍ବଦା ଏକ ବିପଦ, କିନ୍ତୁ ସନ୍ତାନ ଜନ୍ମ ନ କରିବା ମଧ୍ୟ ଏକ ବଡ଼ ବିପଦ । ପାଶ୍ଚାତ୍ୟରେ ଜନସଂଖ୍ୟା ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ଯଥାସମ୍ଭବ ସନ୍ତାନ ପ୍ରାପ୍ତ କରିବାକୁ ଅନୁରୋଧ କରୁଥିବାବେଳେ ପୋପ ଏହି ମନ୍ତବ୍ୟ ଦେଇଛନ୍ତି।

ତେବେ ପୋପଙ୍କ ବିବୃତ୍ତି ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋପଙ୍କ ବିବୃତ୍ତି ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଲୋକ ପୋପଙ୍କ ବକ୍ତବ୍ୟକୁ ପସନ୍ଦ କରୁ ନ ଥିବାବେଳେ କେତେକ ଲୋକ ଏହାକୁ ସମର୍ଥନ କରିଛନ୍ତି।

ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଏକ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଏକ ଆଦର୍ଶ ଉପାୟ। ଏକ ନୂତନ ୯୭ ପୃଷ୍ଠାର ଭଟିକାନ ଗାଇଡରେ, ପୋପ ଏକ ସୁଖମୟ ସମ୍ପର୍କ ପାଇଁ ନିୟମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ପୋପ କହିଛନ୍ତି କରିଛନ୍ତି ଯେ ସମ୍ପ୍ରତିି ଶାରୀରିକ ସମ୍ପର୍କ ଯୋଗୁ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟା ଅବା ଚାପ ଯୋଗୁଁ ଦମ୍ପତିଙ୍କ ସମ୍ପର୍କ ଶୀଘ୍ର ଭାଙ୍ଗିଯାଏ। ଏହି ଗାଇଡରେ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି। ଯାହାକୁ ସମାଲୋଚନା କରାଯାଇଛି।

ଇଟାଲୀୟ ଧର୍ମଶାସ୍ତ୍ରୀ ଭିଟୋ ମାନକସୋ କହିଛନ୍ତି ଯେ ପୋପ୍‌ଙ୍କ ମନ୍ତବ୍ୟ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କର ଗୁରୁତ୍ୱକୁ ହ୍ରାସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri