ଅସଲି-ନକଲି

ଡ. ଗୌରହରି ରାଉତ

ସକାଳୁ ସକାଳୁ ଗେଟ୍‌ ପାଖରେ ଠକ୍‌ ଠକ୍‌ ଶବ୍ଦ ଶୁଭିଲା। ଦ୍ୱାର ଖୋଲି ଦେଖେ ତ ଆଲୁଳାୟିତ କେଶ, ମସିଆ ଲୁଗା ପିନ୍ଧା ସ୍ତ୍ରୀ ଲୋକଟିଏ ଛୋଟ ଶିଶୁପୁତ୍ରକୁ କାଖରେ ଧରି ଠିଆହୋଇ କିଛି ପଇସା ମାଗୁଛି। ପିଲାଟିର ଗୋଡ଼ରେ ବନ୍ଧାହୋଇଛି ବ୍ୟାଣ୍ଡେଜ କପଡ଼ା। ସ୍ତ୍ରୀ ଲୋକଟି କହୁଥାଏ- ବାବୁ, କିଛି ଦୟା କରନ୍ତୁ l ସ୍ତ୍ରୀଲୋକକୁ କହିଲି- ଠିକ୍‌ ଅଛି, ପଇସା ତ ସାହାଯ୍ୟ କରିବି, ହେଲେ ବ୍ୟାଣ୍ଡେଜ କନା ଖୋଲିଲ ଦେଖିବା ଗୋଡ଼ର ଅବସ୍ଥା କେମିତି ଅଛି l ଦରକାର ହେଲେ ହସ୍ପିଟାଲରେ ଚିକିତ୍ସା କରାଇବାକୁ ବି ମୁଁ ପ୍ରସ୍ତୁତ ଅଛି l ମୋ ମୁହଁରୁ ଏତିକି କଥା ବାହାରିଛି କି ନାହିଁ ସ୍ତ୍ରୀ ଲୋକଟି କ’ଣ ଗୁଡ଼ାଏ ଗାରୁ ଗାରୁ ହୋଇ କହି ତୁରନ୍ତ ଗେଟ୍‌ ପାଖରୁ ପଳାଇଲା। ଯେତେ ଡାକୁଥାଏ ତା’ ପାଦର ଗତି ସେତେ କ୍ଷିପ୍ର ହେଉଥାଏ l କେବଳ ତାକୁ ନୁହେଁ, ହାତ ଗୋଡ଼ ବ୍ୟାଣ୍ଡେଜ ବନ୍ଧା ଛୋଟ ପିଲାଙ୍କୁ ଧରି ପଇସା ମାଗୁଥିବା ମା’ମାନଙ୍କୁ ଯେଉଁଠି ଦେଖିଛି ସେଇ ଏକା ପ୍ରକାର କଥା କହିଛି- ବ୍ୟାଣ୍ଡେଜ ଖୋଲ ଦେଖିବା। ମାତ୍ର ମୋ କଥାର ସନ୍ତୋଷଜନକ ଉତ୍ତର ପାଇନି।
ଆଉ ଏକ ଘଟଣା। ଚାକିରି କାଳରେ ମୋତେ ସବୁଦିନ ଟ୍ରେନ ଯୋଗେ କର୍ମସ୍ଥଳୀରେ ପହଞ୍ଚିବାକୁ ପଡ଼େ। ପାସେଞ୍ଜର ଟ୍ରେନରେ ସବୁଦିନ ଗୋଟେ ଭିକାରିକୁ ଦେଖୁଥିଲି ଯିଏ କି ଚାଲି ନ ପାରି ଘୋଷାରି ହୋଇ ଟ୍ରେନରେ ବସିଥିବା ଯାତ୍ରୀଙ୍କ ପାଖକୁ ଯାଇ ପଇସା ମାଗୁଥିଲା, ତା’ ପାଟି ବି ଫିଟୁ ନ ଥିଲା। ଲୋକେ ଯିଏ ଯାହା ପଇସା ଦିଅନ୍ତି। ଦୟା ଭାବରୁ ମୁଁ ବି କେତେ ଥର ପଇସା ଦେଇଛି l ମାତ୍ର ଗୋଟିଏ ଦିନର ଘଟଣା ତା’ ପ୍ରତି ମୋ ମନରେ ଥିବା ଧାରଣାକୁ ବଦଳାଇଦେଲା।
ସେଦିନ ଦେଖିଲି- ଗୋଟିଏ ଷ୍ଟପେଜରେ ଟ୍ରେନ ରହିଲା ପରେ ସେଇ ଭିକାରିଟି ହଠାତ୍‌ ଉଠି ଅତି ଦ୍ରୁତ ବେଗରେ ଭିଡ଼ ଠେଲି ତଳକୁ ଓହ୍ଲାଇ ଆଉ ଏକ ବଗିକୁ ପଶିଲା। ଆଖିକୁ ବିଶ୍ୱାସ କରିପାରିଲିନି। ଲୋକଙ୍କୁ ପଚାରିବାରୁ ସେମାନେ ହସି ହସି କହିଲେ – ଆଜ୍ଞା, ଏହା ତା’ର ନିତିଦିନିଆ ବୃତ୍ତି। ଆମେ ସବୁଦିନ ତା’ର ଏ ଅଭିନୟ ଦେଖୁଛୁ l ସେ କଥାବାର୍ତ୍ତା ଓ ଚାଲବୁଲ କରିପାରୁଥିବା ସୁସ୍ଥ ମଣିଷଟିଏ। ସେଦିନର ଘଟଣା ଗଭୀରଭାବରେ ମୋ ମନକୁ ଆନ୍ଦୋଳିତ କରିଥିଲା, ମୁଁ ସ୍ତବ୍ଧ ହୋଇଗଲି l
ଆମ ଚାରିପାଖରେ ନିତିଦିନ ଏଭଳି କେତେ ନା କେତେ ଘଟଣା ଘଟୁଛି l ଅସଲି ପରି ଦେଖାଯାଉଥିବା ଅନେକ ନକଲି ଜିନିଷକୁ ନ ଜାଣିପାରି ତାକୁ ସତ ବୋଲି ଭାବି ଆମେ ଭକୁଆ ହେଉ l ଉପରୋକ୍ତ ଦୁଇଟି ପ୍ରସଙ୍ଗ ସମ୍ପର୍କରେ ଯାହା ଅବତାରଣା କଲି ତାହା କିଛି ପାଠକଙ୍କୁ ଆଶ୍ଚର୍ଯ୍ୟ ଚକିତ କଲେ ବି ଏହା ମୋ ବାସ୍ତବ ଅନୁଭୂତିର ଘଟଣା। ଆପଣ ଦୟାପରବଶ ହୋଇ ଯେଉଁ ଭିକାରିମାନଙ୍କୁ ପଇସା ଦେଉଛନ୍ତି, ଜାଣନ୍ତି କି ବାସ୍ତବରେ ସେମାନେ ଅସଲି ନା ନକଲି ?
ଚିହ୍ନିବା ମୁସ୍କିଲ। ପୁଣି ପ୍ରଶ୍ନ ଆସେ- ପ୍ରକୃତରେ ସେମାନେ ନିଜର ଭୋକିଲା ପେଟ ପାଇଁ ମାଗୁଛନ୍ତି ନା ନକଲି ନୀତିକୁ ଆଶ୍ରା କରି ପୁଞ୍ଜି ବଢ଼େଇବା ଉଦ୍ଦେଶ୍ୟରେ ହାତ ପାତୁଛନ୍ତି ? ଆଜିର ସମୟରେ ଏସବୁ ମାପିବା ଭାରି କଷ୍ଟ – ସେମାନଙ୍କ ଭିତରୁ କିଏ ଅସଲି, କିଏ ନକଲି। ଆମେ ଭିକାରିଙ୍କ ହାତରେ କିଛି ଦାନ ଦେଇ ଆତ୍ମସନ୍ତୋଷ ଲାଭ କରୁ, ଈଶ୍ୱର ସନ୍ତୁଷ୍ଟ ହେବେ ବୋଲି ଭାବୁ କିନ୍ତୁ ଆମର ସେ ଭାବନା ଅନେକ ସମୟରେ ଭୁଲ୍‌ ପ୍ରମାଣିତ ହୁଏ।
କେମିତି ଚିହ୍ନିବା କିଏ ଅସଲି ଆଉ କିଏ ନକଲି?
ଏଇ ମର୍ମରେ ଅସଲି ପରି ଦିଶୁଥିବା ଆଉ କିଛି ନକଲିଙ୍କୁ ଭେଟିବା। ଆମେ ଆତ୍ମ ଘୋଷିତ ଈଶ୍ୱରରୂପୀ ବାବାମାନଙ୍କ କଥା କହୁଛୁ। ସେମାନେ କାଳେ ଆମର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିପାରନ୍ତି। ଏଭଳି ନିର୍ବିକାର ନିରାସକ୍ତ ସଂସାର ବିରାଗୀ ତଥା ଜଗତ କଲ୍ୟାଣକାରୀ ବାବାଙ୍କର ସାନ୍ନିଧ୍ୟ ଲାଭ କରି ତାଙ୍କଠାରୁ କାଣିଚାଏ କରୁଣା ପାଇବାକୁ ପାଗଳପ୍ରାୟ ଜନତାଙ୍କର ଭିଡ଼ ଜମେ। ସାଂସାରିକ ଜୀବନରେ ବିନା ପରିଶ୍ରମରେ ବାବାଙ୍କ କୃପାରୁ ଯଦି ସବୁ କିଛି ମିଳିଯାଉଛି ତେବେ ହିତାହିତ ଜ୍ଞାନ ହରେଇ ଲୋକେ ସେଠିକୁ ଧାଇଁବେନି କିଆଁ ? ତାଙ୍କ ପାଦୁକ ପାଣିରେ ଯଦି କାହାର ଦୁରାରୋଗ୍ୟ ବ୍ୟାଧି ଭଲ ହୋଇଗଲା, ଦୃଷ୍ଟିବାଧିତଟିଏ ଯଦି ଚକ୍ଷୁଷ୍ମାନ୍‌ ହେଲା ତେବେ ସେ ତ ସାକ୍ଷାତ ବିଭୂତି ପୁରୁଷ (?)! ଆମେ ତାଙ୍କ ମାୟାରେ ବାୟା ହୋଇ ବୈକୁଣ୍ଠ ସମାନ ଘରକୁ ଛାରଖାର କରୁ, ବୃଦ୍ଧ ମାତାପିତାଙ୍କ ସେବାକୁ ତୁଚ୍ଛ ମଣି ତାଙ୍କ ପାଦୁକ ସେବା, ପଲଙ୍କ ସେବାରେ ନିଜକୁ ନିୟୋଜିତ କରି ଧନ୍ୟ ହେଉ। ବାବାଙ୍କର ମହିମାରୁ ଏସବୁ ଚାଲିଥାଏ। କିନ୍ତୁ ସମୟ ଆସେ – ବାବାଙ୍କର ନକଲି କାରନାମା ପ୍ରଘଟ ହୁଏ, ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇ ଖେଳିଯାଏ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। କହିବା ବାହୁଲ୍ୟ – ବାବାଙ୍କ ହାତରେ ଚାରିସରିଆ ତୁଳସୀ/ରୁଦ୍ରାକ୍ଷ ବଦଳରେ ହ୍ୟାଣ୍ଡକପ୍‌ ପଡ଼େ। ଶେଷରେ ଆଶ୍ରମ ସିଲ୍‌ ହୁଏ ଓ ମେଘନାଦ ପାଚେରିଘେରା ମାମୁ ଘରେ ବାବା ମଶା ଡାଆଁଶରେ ବାଡ଼େଇ ହୁଅନ୍ତି। ତାଙ୍କ ଅଲୌକିକ ଶକ୍ତିର ପରାକାଷ୍ଠା ଫେଲ୍‌ ମାରେ। ମହାଯୋଗୀର ବ୍ୟକ୍ତିଚରିତ୍ରରେ ମହାଭୋଗୀର କଳା ମୋହର ଲାଗିଲାପରେ ତାଙ୍କରି ଭକ୍ତମାନେ ହିଁ ପ୍ରଥମେ ତାଙ୍କୁ ବିଦ୍ରୂପ କରିବାକୁ ଲାଗନ୍ତି।
ଏବେ ଅନେକ ନକଲି ବାବାଙ୍କର ମାରାଥନ ଚାଲିଛି ଆମ ସମାଜରେ। ତଥାପି ଆମେ ଭକୁଆ ଜନତା ତାଙ୍କ ମାୟା ମରୀଚିକା ପଛରେ ଧାଇଁଛେ ଆଜିର ଏକବିଂଶ ଶତାବ୍ଦୀରେ। କାଞ୍ଚନ ଭ୍ରମରେ କାଚକଣିକାକୁ ମୁଠେଇ ରକ୍ତାକ୍ତ ହେଉଛେ। ଚକ୍‌ ଚକ୍‌ ଦିଶୁଥିବା ସବୁ ଜିନିଷ ସୁନା ନୁହେଁ – ଏହା ନିଜ ମଗଜରେ ପଶେନି।
ଆମ ଚାରିପାଖରେ ଯାହା ଆମକୁ ଅସଲି ପରି ଲାଗୁଛି, ପ୍ରକୃତରେ ତାହା ଅସଲି କି ନକଲି ଆମେ ନିଜର ବିଚାର ବୁଦ୍ଧି ଖଟାଇ ସେସବୁର ତର୍ଜମା ନ କଲେ ଠକାମିରେ ପଡ଼ିବା ଅନେକ ସମ୍ଭାବନା ଅଛି। ଏବେ ଯୁଆଡ଼କୁ ଆଖି ବୁଲାଅ ସେଠି ନକଲିର କଳାକାରନାମା। ବିଶୁଦ୍ଧ ଘିଅ ନାଁରେ ପୋଡ଼ା ମୋବିଲ, ଚିନିରେ କାଚଗୁଣ୍ଡ, ଡାଲିରେ ଅଗରା ମଞ୍ଜି, ଚାଉଳରେ ଗୋଡ଼ି। ସୋରିଷ ତେଲ, ପନିର, ଥଣ୍ଡା ପାନୀୟ ଆଦିରେ ରାସାୟନିକ ଦ୍ରବ୍ୟର ଅପମିଶ୍ରଣ, ବିଶୁଦ୍ଧ ବାୟୁ, ଶୁଦ୍ଧ ପରିବେଶ ମଧ୍ୟ ଆଜି ଦୁଷ୍ପ୍ରାପ୍ୟ। ଗୋଟିଏ ବିଷବଳୟ ଭିତରେ ଆମେ ଆଜି ହା ହୁତାଶ ହୋଇ ଜୀବନ ଜିଉଛେ। ଆମ ସମାଜ ଜୀବନରେ ଅସଲି ନକଲିର ଏ ଯେଉଁ ଲୁଚକାଳି ଖେଳ ଚାଲିଛି ତା’ ଭିତରୁ ନକଲିକୁ ନିଆରା କରି ଅସଲିକୁ ଆପଣେଇବାକୁ ହେଲେ ନିଜର ଆତ୍ମପ୍ରତ୍ୟୟ, ଭୁଲ୍‌ ଠିକ୍‌ର ବିଚାର ବୁଦ୍ଧି ଖଟାଇବାକୁ ପଡ଼ିବ l ନଇଲେ ନକଲିର ମାୟା ଜାଲରେ ପଡ଼ି ଛଟପଟ ହେବା ହିଁ ସାର ହେବ।
ଇ-୨୪/୩, ୟୁନିଟ ୯ (ଫ୍ଲାଟ)
ଭୋଇନଗର, ଭୁବନେଶ୍ୱର
ମୋ:୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri