Posted inରାଜ୍ୟ

ସଙ୍କଟରେ ରିୟଲ ଇଷ୍ଟେଟ୍‌: ୫ ବର୍ଷରେ ୫ ହଜାର କୋଟିର ପୁଞ୍ଜିନିବେଶକୁ ଝଟକା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବିମୁଦ୍ରୀକରଣ, କରୋନା ମହାମାରୀ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ରାଜ୍ୟର ଛୋଟ ବଡ଼ ୧୫ ହଜାରରୁ ଊର୍ଦ୍ଧ୍ୱ ଡେଭେଲପର ଏବଂ ରିୟଲ ଇଷ୍ଟେଟ ସଂସ୍ଥା ଘୋର ପ୍ରଭାବିତ ହୋଇଛନ୍ତି। ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେବା ସହ ଶ୍ରମିକ ସମସ୍ୟା ଯୋଗୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଅନେକ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ନ ସରିବା ଫଳରେ ଗୃହ ନିର୍ମାଣ ସଂସ୍ଥାକୁ ଦେବାଳିଆ ସ୍ତରକୁ ନେଇଯାଇଛି। ବିଳମ୍ବ ଯୋଗୁ ପ୍ରକଳ୍ପଗୁଡିକର ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି। ବ୍ୟାଙ୍କ କିସ୍ତି ଦେବା ମଧ୍ୟ ଡେଭେଲପରମାନଙ୍କ ପକ୍ଷେ କାଠିକର ପାଠ ହୋଇଯାଇଛି। ରାଜ୍ୟର ପ୍ରାୟ ୪୦ରୁ ୫୦ ହଜାର ଛୋଟ ବଡ଼ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ଅଧାପନ୍ତରିଆ ପଡ଼ିରହିଛି। କେବଳ ସେତିକି ନୁହେଁ ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି), ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି ଆକ୍ଟ ଏବଂ ରାଜ୍ୟର ବିଭିନ୍ନ ଅଥରିଟିରେ ଥିବା ଭିନ୍ନ ଭିନ୍ନ କୋଠାବାଡି ନିୟମ ମଧ୍ୟ ଗୃହ ନିର୍ମାଣ ପ୍ର୍ରକଳ୍ପ କ୍ଷେତ୍ରରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି। ଏସବୁ କାରଣରୁ ରାଜ୍ୟକୁ ଗତ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ହରାଇବାକୁ ପଡ଼ିଛି।
ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ଦୃଷ୍ଟିରେ ରଖି ବିପୁଲ୍ସ, ୟୁନିଟେକ୍‌ ଭଳି ବଡ଼ ଡେଭେଲପର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିଲେ। ୨୦୧୨ରୁ ୨୦୧୫ ମଧ୍ୟରେ ରାଜ୍ୟରେ ଏହି କ୍ଷେତ୍ରରେ ୧୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିମୁଦ୍ରୀକରଣ, ରିୟଲ ଇଷ୍ଟେଟ ରେଗୁଲେଟୋରି ଆକ୍ଟର ଜାଲରେ ଡେଭେଲପରମାନେ ଫସି ଯାଇଥିଲେ। ଫଳରେ ବିପୁଲ୍ସ, ୟୁନିଟେକ୍‌ ଭଳି କେତେକ ପୁଞ୍ଜିନିବେଶକାରୀ ସଂସ୍ଥା ସେମାନଙ୍କ କିଛି ପ୍ରକଳ୍ପରୁ ଓହରିଯାଇଛନ୍ତିି। ଏଥିଯୋଗୁ ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ରେରା(ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି) ଆଇନ ଅନୁଯାୟୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ ରାଜ୍ୟରେ ଥିବା ରେଗୁଲେଟୋରି ଅଥରିଟିର ଅନୁମୋଦନକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବିଭିନ୍ନ କାରଣରୁ ପ୍ରକଳ୍ପ ଅନୁମୋଦନ ମିଳିବାରେ ମାସ ମାସ ସମୟ ଲାଗିଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ପୁଞ୍ଜିନିବେଶକାରୀ ମଧ୍ୟ ରାଜ୍ୟରୁ ମୁହଁ ଫେରାଇନେଇଛନ୍ତି।
ଅନ୍ୟପକ୍ଷରେ ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ଓରେରା)ରେ ବୈଷୟିକ ତ୍ରୁଟି ଏବଂ ଦୀର୍ଘ ସମୟ ଅଧ୍ୟକ୍ଷ ପଦବୀ ଖାଲି ରହିବା ମଧ୍ୟ ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କୁ ହତାଶ କରିଛି। ଏହି କାରଣରୁ ୩୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଓରେରାରେ ଅନୁମୋଦନ ନ ହୋଇ ପଡ଼ିରହିଛି। ପ୍ରକଳ୍ପ ଅନୁମୋଦନ ହୋଇ ପାରୁ ନ ଥିବାରୁ ଡେଭେଲପରମାନେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ପାରୁନାହାନ୍ତି। ନିକଟରେ ଓରେରା ଅଧ୍ୟକ୍ଷ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରକଳ୍ପ ଅନୁମୋଦନ ତ୍ୱରାନ୍ବିତ ହେବ ବୋଲି କନଫେଡେରେଶନ ଅଫ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(କ୍ରେଡାଇ) ଆଶା କରିଛି। ଏଭଳିସ୍ଥଳେ ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ରାଜ୍ୟ ସରକାର ନିକଟରେ ସମସ୍ତ ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବହୁତଳ ଅଟ୍ଟାଳିକା ଓ ଗୃହ ନିର୍ମାଣ ପାଇଁ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟିଜ୍‌ (ପ୍ଲାନିଂ ଆଣ୍ଡ୍‌ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ରୁଲ୍‌ସ-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ନିୟମ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ଅନେକ କଟକଣାକୁ ହଟାଇଦେଇଛି। ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବ। ୨୦୨୦ ନଭେମ୍ବରରେ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂତନ ନିୟମ ପୁଞ୍ଜିନିବେଶକାରୀଙ୍କୁ ବିଶେଷ ସହାୟକ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହି ନୂତନ ନିୟମକୁ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଦେବଶଙ୍କର ତ୍ରିପାଠୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ନୂଆ ନିୟମରେ ଫ୍ଲୋର ଏରିଆ ରେସିଓ (ଏଫ୍‌ଏଆର୍‌) ୨ରୁ ୭କୁ ବୃଦ୍ଧି କରିବା ଦ୍ୱାରା ଡେଭେଲପରମାନଙ୍କୁ କମ୍‌ ଜାଗାରେ ବହୁତଳ ଅଟ୍ଟାଳିକା ନିର୍ମାଣ କରିବାରେ ସହଜ ହେବ। ଏଥିସହିତ ରାଜ୍ୟର ବଡ଼ ବଡ଼ ସହରରେ ଖାଲି ରହିଥିବା ଜାଗାଗୁଡ଼ିକର ଉପଯୋଗ କରାଯାଇପାରିବ। ସହରକୁ ଦ୍ରୁତ ସମ୍ପ୍ରସାରଣରୁ ରକ୍ଷା କରାଯାଇପାରିବ। କମ୍‌ ଅଞ୍ଚଳରେ ବହୁ ଲୋକ ରହିପାରିବେ। ସେମାନେ ସମସ୍ତ ପୌର ସୁବିଧା ପାଇବାକୁ ସକ୍ଷମ ହେବେ। ଆଗାମୀ ଦିନରେ ଗୃହ ନିର୍ମାଣ କ୍ଷେତ୍ରରେ ବଡ଼ ବଡ଼ ଡେଭେଲପର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ। ହେଲେ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି ବୋଲି ତ୍ରିପାଠୀ କହିଛନ୍ତି।
ଅଗଷ୍ଟ ୧୨ରୁ ଓରେରା ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଇଥିବା ସିଦ୍ଧାନ୍ତ ଦାସ କହିଛନ୍ତି ଯେ, ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଆଉ ବିଳମ୍ବ ହେବ ନାହିଁ। ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯିବ। ପ୍ରକଳ୍ପ ଅନୁମୋଦନ କରିବାରେ ଓରେରାର ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri