Posted inରାଜ୍ୟ

ସଙ୍କଟରେ ରିୟଲ ଇଷ୍ଟେଟ୍‌: ୫ ବର୍ଷରେ ୫ ହଜାର କୋଟିର ପୁଞ୍ଜିନିବେଶକୁ ଝଟକା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବିମୁଦ୍ରୀକରଣ, କରୋନା ମହାମାରୀ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ରାଜ୍ୟର ଛୋଟ ବଡ଼ ୧୫ ହଜାରରୁ ଊର୍ଦ୍ଧ୍ୱ ଡେଭେଲପର ଏବଂ ରିୟଲ ଇଷ୍ଟେଟ ସଂସ୍ଥା ଘୋର ପ୍ରଭାବିତ ହୋଇଛନ୍ତି। ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେବା ସହ ଶ୍ରମିକ ସମସ୍ୟା ଯୋଗୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଅନେକ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ନ ସରିବା ଫଳରେ ଗୃହ ନିର୍ମାଣ ସଂସ୍ଥାକୁ ଦେବାଳିଆ ସ୍ତରକୁ ନେଇଯାଇଛି। ବିଳମ୍ବ ଯୋଗୁ ପ୍ରକଳ୍ପଗୁଡିକର ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି। ବ୍ୟାଙ୍କ କିସ୍ତି ଦେବା ମଧ୍ୟ ଡେଭେଲପରମାନଙ୍କ ପକ୍ଷେ କାଠିକର ପାଠ ହୋଇଯାଇଛି। ରାଜ୍ୟର ପ୍ରାୟ ୪୦ରୁ ୫୦ ହଜାର ଛୋଟ ବଡ଼ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ଅଧାପନ୍ତରିଆ ପଡ଼ିରହିଛି। କେବଳ ସେତିକି ନୁହେଁ ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି), ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି ଆକ୍ଟ ଏବଂ ରାଜ୍ୟର ବିଭିନ୍ନ ଅଥରିଟିରେ ଥିବା ଭିନ୍ନ ଭିନ୍ନ କୋଠାବାଡି ନିୟମ ମଧ୍ୟ ଗୃହ ନିର୍ମାଣ ପ୍ର୍ରକଳ୍ପ କ୍ଷେତ୍ରରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି। ଏସବୁ କାରଣରୁ ରାଜ୍ୟକୁ ଗତ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ହରାଇବାକୁ ପଡ଼ିଛି।
ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ଦୃଷ୍ଟିରେ ରଖି ବିପୁଲ୍ସ, ୟୁନିଟେକ୍‌ ଭଳି ବଡ଼ ଡେଭେଲପର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିଲେ। ୨୦୧୨ରୁ ୨୦୧୫ ମଧ୍ୟରେ ରାଜ୍ୟରେ ଏହି କ୍ଷେତ୍ରରେ ୧୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିମୁଦ୍ରୀକରଣ, ରିୟଲ ଇଷ୍ଟେଟ ରେଗୁଲେଟୋରି ଆକ୍ଟର ଜାଲରେ ଡେଭେଲପରମାନେ ଫସି ଯାଇଥିଲେ। ଫଳରେ ବିପୁଲ୍ସ, ୟୁନିଟେକ୍‌ ଭଳି କେତେକ ପୁଞ୍ଜିନିବେଶକାରୀ ସଂସ୍ଥା ସେମାନଙ୍କ କିଛି ପ୍ରକଳ୍ପରୁ ଓହରିଯାଇଛନ୍ତିି। ଏଥିଯୋଗୁ ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜିନିବେଶ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ରେରା(ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି) ଆଇନ ଅନୁଯାୟୀ ପ୍ରକଳ୍ପ ନିର୍ମାଣ ପୂର୍ବରୁ ରାଜ୍ୟରେ ଥିବା ରେଗୁଲେଟୋରି ଅଥରିଟିର ଅନୁମୋଦନକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବିଭିନ୍ନ କାରଣରୁ ପ୍ରକଳ୍ପ ଅନୁମୋଦନ ମିଳିବାରେ ମାସ ମାସ ସମୟ ଲାଗିଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ପୁଞ୍ଜିନିବେଶକାରୀ ମଧ୍ୟ ରାଜ୍ୟରୁ ମୁହଁ ଫେରାଇନେଇଛନ୍ତି।
ଅନ୍ୟପକ୍ଷରେ ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ଓରେରା)ରେ ବୈଷୟିକ ତ୍ରୁଟି ଏବଂ ଦୀର୍ଘ ସମୟ ଅଧ୍ୟକ୍ଷ ପଦବୀ ଖାଲି ରହିବା ମଧ୍ୟ ରାଜ୍ୟରେ ପୁଞ୍ଜିନିବେଶକାରୀଙ୍କୁ ହତାଶ କରିଛି। ଏହି କାରଣରୁ ୩୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଓରେରାରେ ଅନୁମୋଦନ ନ ହୋଇ ପଡ଼ିରହିଛି। ପ୍ରକଳ୍ପ ଅନୁମୋଦନ ହୋଇ ପାରୁ ନ ଥିବାରୁ ଡେଭେଲପରମାନେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ପାରୁନାହାନ୍ତି। ନିକଟରେ ଓରେରା ଅଧ୍ୟକ୍ଷ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରକଳ୍ପ ଅନୁମୋଦନ ତ୍ୱରାନ୍ବିତ ହେବ ବୋଲି କନଫେଡେରେଶନ ଅଫ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(କ୍ରେଡାଇ) ଆଶା କରିଛି। ଏଭଳିସ୍ଥଳେ ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ରାଜ୍ୟ ସରକାର ନିକଟରେ ସମସ୍ତ ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବହୁତଳ ଅଟ୍ଟାଳିକା ଓ ଗୃହ ନିର୍ମାଣ ପାଇଁ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟିଜ୍‌ (ପ୍ଲାନିଂ ଆଣ୍ଡ୍‌ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ରୁଲ୍‌ସ-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ନିୟମ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ଅନେକ କଟକଣାକୁ ହଟାଇଦେଇଛି। ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବ। ୨୦୨୦ ନଭେମ୍ବରରେ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂତନ ନିୟମ ପୁଞ୍ଜିନିବେଶକାରୀଙ୍କୁ ବିଶେଷ ସହାୟକ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହି ନୂତନ ନିୟମକୁ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଦେବଶଙ୍କର ତ୍ରିପାଠୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ, ନୂଆ ନିୟମରେ ଫ୍ଲୋର ଏରିଆ ରେସିଓ (ଏଫ୍‌ଏଆର୍‌) ୨ରୁ ୭କୁ ବୃଦ୍ଧି କରିବା ଦ୍ୱାରା ଡେଭେଲପରମାନଙ୍କୁ କମ୍‌ ଜାଗାରେ ବହୁତଳ ଅଟ୍ଟାଳିକା ନିର୍ମାଣ କରିବାରେ ସହଜ ହେବ। ଏଥିସହିତ ରାଜ୍ୟର ବଡ଼ ବଡ଼ ସହରରେ ଖାଲି ରହିଥିବା ଜାଗାଗୁଡ଼ିକର ଉପଯୋଗ କରାଯାଇପାରିବ। ସହରକୁ ଦ୍ରୁତ ସମ୍ପ୍ରସାରଣରୁ ରକ୍ଷା କରାଯାଇପାରିବ। କମ୍‌ ଅଞ୍ଚଳରେ ବହୁ ଲୋକ ରହିପାରିବେ। ସେମାନେ ସମସ୍ତ ପୌର ସୁବିଧା ପାଇବାକୁ ସକ୍ଷମ ହେବେ। ଆଗାମୀ ଦିନରେ ଗୃହ ନିର୍ମାଣ କ୍ଷେତ୍ରରେ ବଡ଼ ବଡ଼ ଡେଭେଲପର ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ। ହେଲେ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି ବୋଲି ତ୍ରିପାଠୀ କହିଛନ୍ତି।
ଅଗଷ୍ଟ ୧୨ରୁ ଓରେରା ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଇଥିବା ସିଦ୍ଧାନ୍ତ ଦାସ କହିଛନ୍ତି ଯେ, ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଆଉ ବିଳମ୍ବ ହେବ ନାହିଁ। ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରାଯିବ। ପ୍ରକଳ୍ପ ଅନୁମୋଦନ କରିବାରେ ଓରେରାର ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri