ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ବଡ଼ଗାଁ,୧୧ା୮( ଅଶୋକ ଷଡ଼ଙ୍ଗୀ): ଭଙ୍ଗା ଘରେ ରହୁଥିବା କିମ୍ବା ବାସହୀନ ପରିବାରଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଯୋଜନାରେ ପକ୍କାଘର ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ କିଏ ତାହା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ସରକାରୀ କର୍ମଚାରୀ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ୱାରା ଦୀର୍ଘ ବର୍ଷରୁ ଅବହେଳିତ ହୋଇ ଆସୁଛନ୍ତି ପ୍ରକୃତ ହିତାଧିକାରୀ। ଦୀର୍ଘ ବର୍ଷରୁ ଗରିବ ପରିବାର ଭଙ୍ଗା ଦଦରା ଘରେ ଜରି ଢାଙ୍କି ରହୁଥିବାବେଳେ କୋଠାଘରେ ରହୁଥିବା ପରିବାରଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ। ଏଭଳି ଦୃଶ୍ୟ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଫୁଲବାରୀ ପଞ୍ଚାୟତ ବୁଦୁନା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋପାଳ ଟପ୍ପୋ, ସ୍ତ୍ରୀ ଝିଲି ଏବଂ ଗୋଟିଏ ଝିଅ ଓ ପୁଅଙ୍କୁ ନେଇ ପରିବାର। ଗୋପାଳ ଗ୍ୟାରେଜରେ ଦୈନିକ ୩୦୦ ଟଙ୍କା ମଜୁରିରେ କାମକରି ପରିବାର ପ୍ରତିପୋଷଣ କରୁଛନ୍ତି। ଅର୍ଥାଭାବ ଯୋଗୁ ଝିଅ ଯୁକ୍ତ ୨ରୁ ପାଠ ଛାଡ଼ି ଗାଁରେ ସିଲେଇ ଶିଖୁଛନ୍ତି। ଗୋପାଳ ଘରଟିଏ ପାଇବା ପାଇଁ ୧୦ ବର୍ଷ ହେଲା ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କୁ ଜଣାଇ ନିରାଶ ହୋଇଛନ୍ତି। ଚଳିତ ବର୍ଷ ଏହି ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ ୨୫୦ ଓ ୨ୟ ପର୍ଯ୍ୟାୟରେ ୬୭ ଟିପିଏମ୍‌ ଆବାସ ଯୋଜନାର ଘର ବଣ୍ଟନ କରାଯାଇଛି। ଘର ବଣ୍ଟନ ପୂର୍ବରୁ ଏହି ପରିବାରର ଘର ଜିଓ ଟ୍ୟାଗ୍‌ କରାଯାଇ ଘରର ଫଟୋ ଉଠାଇ କର୍ମଚାରୀମାନେ ନେଇଥିଲେ। ହେଲେ ଏହି ଗ୍ରାମର କୋଠା ଓ ପକ୍କା ଘର ଥିବା ପରିବାରଙ୍କୁ ଦିଆଗଲା ଆବାସ ଯୋଜନାରେ ଘର। ବିଡମ୍ବନାର ବିଷୟ ଏହି ପରିବାକୁ ଘର ଖଣ୍ଡିଏ ମିଳିପାରି ନାହିଁ। ପ୍ରାୟ ସମସ୍ତ ପଞ୍ଚାୟତରେ ଏହିପରି ତ୍ରୁଟିପୂର୍ଣ୍ଣ ଚୟନ କରାଯାଇଛି। ଯେଉଁ କାରଣରୁ ଦୀର୍ଘ ବର୍ଷରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇ ଆସୁଛନ୍ତି। ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର କିଷାନଙ୍କୁ ପଚାରିବାରୁ, ଆମେ ଯେଉଁ ହିତାଧିକାରୀ ତାଲିକା ଦେଇଥିଲୁ ତାକୁ ଦୃଷ୍ଟି ନ ଦେଇ ସରକାରୀ କର୍ମଚାରୀଙ୍କ ଦ୍ୱାରା ଚୟନ କରାଯାଇଥିଲା। ଅନେକ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଓ ଏନେଇ ସରପଞ୍ଚ ସଂଘ ପକ୍ଷରୁ ପ୍ରଶାସନକୁ ଜଣାଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri