ସ୍ବାଗତ କରିବାକୁ ସଜବାଜ

ଅନୁଗୋଳ ଅଫିସ, ୧୩ା୬: ସଜେଇ ହେଲାଣି ସହର। ଗାଁ ଗଛରେ ଲାଗିଲାଣି ଦୋଳି। ଛକ ଛକରେ ଖୋଲିଲାଣି ପାନର ପସରା। ପହଲି ରଜକୁ ସ୍ବାଗତ କରିବାକୁ ସବୁଠି ଆରମ୍ଭ ହୋଇଛି ସଜବାଜ। ଏଥିପାଇଁ ବଜାରରେ ବଢ଼ିଯାଇଛି ଗହଳି। ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଥିବା ବେଳେ ଚାଲିଛି ପୋଡ଼ପିଠା ପ୍ରସ୍ତୁତି। ଏଥର ଅନୁଗୋଳ ସହରରେ ରଜ ପାଳନ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ ଶେଷ ହୋଇଛି। ପରମ୍ପରା ଉଜ୍ଜୀବିତ ରଖିବାକୁ ନାନା ପ୍ରତିଯୋଗିତା ବ୍ୟବସ୍ଥା ହୋଇଛି। ଅଳତା ଲଗା, ପୋଡ଼ପିଠା ଖିଆ, ପାନ ଭଙ୍ଗା, ଝୋଟି ଚିତା ପକାଇବା ଆଦିରେ ଭାଗ ନେବାକୁ ଝିଅମାନଙ୍କୁ ଆମନ୍ତ୍ରଣ କରାଯାଇଛି। ତାଳଚେରରେ ମଧ୍ୟ କେତେକ ଅନୁଷ୍ଠାନ ଏପରି ଆୟୋଜନ କରିଥିବା ସୂଚନା ମିଳିଛି। ଅନୁଗୋଳ ସହରର ଇକୋ ପାର୍କରେ ମଧ୍ୟ ରଜ ପର୍ବ ପାଳନ କରାଯିବ। ଏଠାରେ ପାନ, ସ୍ବାଦିଷ୍ଟ ଖାଦ୍ୟ ଓ ଦୋଳିର ମଜ୍ଜା ନେବେ ଯୁବଗୋଷ୍ଠୀ। ଛୋଟ ପିଲାଙ୍କ ପାଇଁ ମନଛୁଆଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ମିକି ମାଉସ୍‌ ଦୋଳି ତିଆରି କରାଯାଇଛି। ବୋଟିଂ ପାଇଁ ବୋଟ୍‌ ପ୍ରସ୍ତୁତ ରହିଛି। ୩ ଦିନ ଧରି ରଜ ପାଳନ ପାଇଁ ଏପରି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବାରୁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏ ସମସ୍ତଙ୍କ ମନରେ ଉତ୍ସାହ ଭରିଯାଇଛି।

ଏବେ ସହରୀ ଢାଞ୍ଚାରେ ପର୍ବ
ରଜ ଆସିଲେ ପିଲାଦିନର କଥା ମନେ ପଡ଼ିଯାଏ। ସେତେବେଳେ ଘରେ ଘରେ ନାନା ପ୍ରକାର ପିଠା ପ୍ରସ୍ତୁତ ହୁଏ। ପୋଡ଼ପିଠାର ମହକ ଛୁଟୁଥାଏ। ଗାଁର ଝିଅ ବୋହୂମାନେ ମେଳି ହୋଇ ଦୋଳି ଖେଳନ୍ତି। ପୁଅମାନେ ବାଗୁଡ଼ି, ତାସ ଖେଳରେ ମଜ୍ଜି ଯାଆନ୍ତି। ହେଲେ ଏବେ ରଜରେ ସେହି ମଉଜ ଆଉ ଦେଖିବାକୁ ମିଳୁନାହିଁ। ସହରୀ ଢାଞ୍ଚାରେ ଦୋଳି ଖେଳ ହେଉଛି। ବିଭିନ୍ନ ପ୍ରତିଯୋଗିତା ଭିତରେ ରଜ ସୀମିତ ହୋଇଯାଉଛି।
-ନରେଶ ଚନ୍ଦ୍ର ସାହୁ

ପୂର୍ବାପେକ୍ଷା ଭିନ୍ନତା ଦେଖିବାକୁ ମିଳୁଛି
ରଜ ଆସିବାର ସପ୍ତାହେ ପୂର୍ବରୁ ଗାଁ ଗାଁରେ ଦୋଳି ଲାଗି ଯାଉଥିଲା। ପିଲାଙ୍କ ସହ ଯୁବତୀ ଓ ମହିଳାମାନେ ଆଗୁଆ ଦୋଳି ଖେଳୁଥିଲେ। ଆଉ ରଜ ବେଳେ ତ ପିଠା ଗଢ଼ା, ଦୋଳି ଖେଳରେ ସମସ୍ତେ ମାତି ଯାଉଥିଲେ। ଏବେ କିନ୍ତୁ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଆଗ ଭଳି ଆଉ ଦୋଳି ବନ୍ଧାଯାଉନି। ରଜର ମଉଜ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁନି। ସାଙ୍ଗ ସାଥୀଙ୍କ ମେଳରେ ଏ ସାହିରୁ ସେ ସାହି ବୁଲି ଦୋଳି ଖେଳ ହୋଇପାରୁ ନାହିଁ। କେବଳ ନୂଆ ଡ୍ରେସ୍‌ ପିନ୍ଧି ପିଲାମାନେ ବଜାର ସହର ଯାଇ ରଜ ପାଳନ କରୁଛନ୍ତି।
-ପୁଷ୍ପା ମିର୍କାପ

ସାଙ୍ଗ ସାଥୀଙ୍କ ସହ ମଜା କରିବୁ
ରଜ ଆସିଛି ମାନେ ଜବରଦସ୍ତ ଏହାକୁ ପାଳନ କରିବୁ। ଏଥିପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଛି। ସାଙ୍ଗମାନଙ୍କ ସହ ମିଶି ବିଭିନ୍ନ ଆଡ଼େ ବୁଲି ମଜା କରିବୁ। ସହରରେ ଲାଗିଥିବା ଦୋଳିରେ ଖେଳିବୁ। ମଙ୍ଗଳବାର ସଜବାଜ ଥିବାରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୂଆ ଡ୍ରେସ୍‌ ସହ ମେହେନ୍ଦି, ନେଲ୍‌ ପଲିସ ଆଦି ସାମଗ୍ରୀ ମଧ୍ୟ କିଣାଯାଇସାରିଛି। କେବଳ ରଜକୁ ଅପେକ୍ଷା। ୩ ଦିନ କିପରି ମଜାରେ କାଟିବୁ ତାହାକୁ ନେଇ ଉତ୍ସାହିତ ରହିଛୁ।
-ରିତିକା ରଥ

ଗାଁ ବୁଲା ଛାଡ଼ି ଏବେ ବଜାର ମୁହାଁ
ରଜ ଆସିଲେ ଆମମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଏ। କେମିତି ଅଧିକ ମଜା କରିବୁ ତାହାକୁ ନେଇ କେବଳ ଭାବି ହେଉଥାଉ। ନୂଆ ଡ୍ରେସ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀରେ ଅନ୍ୟଠାରୁ ଭିନ୍ନ ହେବାକୁ ଇଚ୍ଛା କରିଥାଉ। ସେହିପରି ଦୋଳି ଖେଳ, ଗାଁ ବୁଲା, ସାଙ୍ଗ ସାଥୀଙ୍କ ଘରକୁ ଯାଇ ପିଠା ଖାଇବା ପାଇଁ ଇଚ୍ଛା ରଖିଥାଉ। ହେଲେ ଏବେ ରଜ ଆଉ ପୂର୍ବପରି ପାଳନ କରାଯାଉ ନାହିଁ। କେବଳ କିଣାକିଣିରେ ଅଧିକ ଅର୍ଥ ଯାହା ଖର୍ଚ୍ଚ କରାଯାଉଛି। ଦୋଳି ଲାଗିବା କମିଗଲାଣି। ଗାଁ ବୁଲା ଛାଡ଼ି ଏବେ ସମସ୍ତେ ବଜାର ମୁହାଁ। ତଥାପି ଚଳିତବର୍ଷ ରଜ ପାଇଁ ସଜବାଜ ସରିଛି। ନୂଆ ଡ୍ରେସ୍‌ କିଣାଯାଇଥିବାରୁ ମାମୁ ଘରକୁ ଯାଇ ପିଠ ଖାଇ ସେଠାରେ ରଜ ପାଳନ କରିବି।
-ସୁହାନୀ ପ୍ରଧାନ

ରଜ ପାନ ଖାଇବାକୁ ଅପେକ୍ଷା କରିଛି
ଗାଁ ହେଉ କି ସହର, ରଜ ପାନ ଖଣ୍ଡେ ଖାଇବାକୁ ଯେପରି ସମସ୍ତେ ଅପେକ୍ଷାରତ। ମଙ୍ଗଳବାର ସଜବାଜ ଥିବାରୁ ଏବେଠାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନେକ ସ୍ଥାନରେ ଦୋଳି ଲାଗିସାରିଛି। ଛକ ବଜାରରେ ରଜପାନ ଭଙ୍ଗା ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ମସଲା ଦିଆ ପାନ ଖାଇବାକୁ ଚାହିଁ ରହିଛି। ଏଥର ସାଙ୍ଗମାନଙ୍କ ସହ ବୁଲାବୁଲି ହେବ। ସେମାନଙ୍କ ସହିତ ମିଶି ରଜ ପାନ ଖାଇ ଦୋଳି ଖେଳାଯିବ।
-ପ୍ରିୟାଂଶୀ ମିଶ୍ର

 


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri