ସ୍ବାଗତ କରିବାକୁ ସଜବାଜ

ଅନୁଗୋଳ ଅଫିସ, ୧୩ା୬: ସଜେଇ ହେଲାଣି ସହର। ଗାଁ ଗଛରେ ଲାଗିଲାଣି ଦୋଳି। ଛକ ଛକରେ ଖୋଲିଲାଣି ପାନର ପସରା। ପହଲି ରଜକୁ ସ୍ବାଗତ କରିବାକୁ ସବୁଠି ଆରମ୍ଭ ହୋଇଛି ସଜବାଜ। ଏଥିପାଇଁ ବଜାରରେ ବଢ଼ିଯାଇଛି ଗହଳି। ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଥିବା ବେଳେ ଚାଲିଛି ପୋଡ଼ପିଠା ପ୍ରସ୍ତୁତି। ଏଥର ଅନୁଗୋଳ ସହରରେ ରଜ ପାଳନ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ ଶେଷ ହୋଇଛି। ପରମ୍ପରା ଉଜ୍ଜୀବିତ ରଖିବାକୁ ନାନା ପ୍ରତିଯୋଗିତା ବ୍ୟବସ୍ଥା ହୋଇଛି। ଅଳତା ଲଗା, ପୋଡ଼ପିଠା ଖିଆ, ପାନ ଭଙ୍ଗା, ଝୋଟି ଚିତା ପକାଇବା ଆଦିରେ ଭାଗ ନେବାକୁ ଝିଅମାନଙ୍କୁ ଆମନ୍ତ୍ରଣ କରାଯାଇଛି। ତାଳଚେରରେ ମଧ୍ୟ କେତେକ ଅନୁଷ୍ଠାନ ଏପରି ଆୟୋଜନ କରିଥିବା ସୂଚନା ମିଳିଛି। ଅନୁଗୋଳ ସହରର ଇକୋ ପାର୍କରେ ମଧ୍ୟ ରଜ ପର୍ବ ପାଳନ କରାଯିବ। ଏଠାରେ ପାନ, ସ୍ବାଦିଷ୍ଟ ଖାଦ୍ୟ ଓ ଦୋଳିର ମଜ୍ଜା ନେବେ ଯୁବଗୋଷ୍ଠୀ। ଛୋଟ ପିଲାଙ୍କ ପାଇଁ ମନଛୁଆଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ମିକି ମାଉସ୍‌ ଦୋଳି ତିଆରି କରାଯାଇଛି। ବୋଟିଂ ପାଇଁ ବୋଟ୍‌ ପ୍ରସ୍ତୁତ ରହିଛି। ୩ ଦିନ ଧରି ରଜ ପାଳନ ପାଇଁ ଏପରି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବାରୁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏ ସମସ୍ତଙ୍କ ମନରେ ଉତ୍ସାହ ଭରିଯାଇଛି।

ଏବେ ସହରୀ ଢାଞ୍ଚାରେ ପର୍ବ
ରଜ ଆସିଲେ ପିଲାଦିନର କଥା ମନେ ପଡ଼ିଯାଏ। ସେତେବେଳେ ଘରେ ଘରେ ନାନା ପ୍ରକାର ପିଠା ପ୍ରସ୍ତୁତ ହୁଏ। ପୋଡ଼ପିଠାର ମହକ ଛୁଟୁଥାଏ। ଗାଁର ଝିଅ ବୋହୂମାନେ ମେଳି ହୋଇ ଦୋଳି ଖେଳନ୍ତି। ପୁଅମାନେ ବାଗୁଡ଼ି, ତାସ ଖେଳରେ ମଜ୍ଜି ଯାଆନ୍ତି। ହେଲେ ଏବେ ରଜରେ ସେହି ମଉଜ ଆଉ ଦେଖିବାକୁ ମିଳୁନାହିଁ। ସହରୀ ଢାଞ୍ଚାରେ ଦୋଳି ଖେଳ ହେଉଛି। ବିଭିନ୍ନ ପ୍ରତିଯୋଗିତା ଭିତରେ ରଜ ସୀମିତ ହୋଇଯାଉଛି।
-ନରେଶ ଚନ୍ଦ୍ର ସାହୁ

ପୂର୍ବାପେକ୍ଷା ଭିନ୍ନତା ଦେଖିବାକୁ ମିଳୁଛି
ରଜ ଆସିବାର ସପ୍ତାହେ ପୂର୍ବରୁ ଗାଁ ଗାଁରେ ଦୋଳି ଲାଗି ଯାଉଥିଲା। ପିଲାଙ୍କ ସହ ଯୁବତୀ ଓ ମହିଳାମାନେ ଆଗୁଆ ଦୋଳି ଖେଳୁଥିଲେ। ଆଉ ରଜ ବେଳେ ତ ପିଠା ଗଢ଼ା, ଦୋଳି ଖେଳରେ ସମସ୍ତେ ମାତି ଯାଉଥିଲେ। ଏବେ କିନ୍ତୁ ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଛି। ଆଗ ଭଳି ଆଉ ଦୋଳି ବନ୍ଧାଯାଉନି। ରଜର ମଉଜ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁନି। ସାଙ୍ଗ ସାଥୀଙ୍କ ମେଳରେ ଏ ସାହିରୁ ସେ ସାହି ବୁଲି ଦୋଳି ଖେଳ ହୋଇପାରୁ ନାହିଁ। କେବଳ ନୂଆ ଡ୍ରେସ୍‌ ପିନ୍ଧି ପିଲାମାନେ ବଜାର ସହର ଯାଇ ରଜ ପାଳନ କରୁଛନ୍ତି।
-ପୁଷ୍ପା ମିର୍କାପ

ସାଙ୍ଗ ସାଥୀଙ୍କ ସହ ମଜା କରିବୁ
ରଜ ଆସିଛି ମାନେ ଜବରଦସ୍ତ ଏହାକୁ ପାଳନ କରିବୁ। ଏଥିପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଛି। ସାଙ୍ଗମାନଙ୍କ ସହ ମିଶି ବିଭିନ୍ନ ଆଡ଼େ ବୁଲି ମଜା କରିବୁ। ସହରରେ ଲାଗିଥିବା ଦୋଳିରେ ଖେଳିବୁ। ମଙ୍ଗଳବାର ସଜବାଜ ଥିବାରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୂଆ ଡ୍ରେସ୍‌ ସହ ମେହେନ୍ଦି, ନେଲ୍‌ ପଲିସ ଆଦି ସାମଗ୍ରୀ ମଧ୍ୟ କିଣାଯାଇସାରିଛି। କେବଳ ରଜକୁ ଅପେକ୍ଷା। ୩ ଦିନ କିପରି ମଜାରେ କାଟିବୁ ତାହାକୁ ନେଇ ଉତ୍ସାହିତ ରହିଛୁ।
-ରିତିକା ରଥ

ଗାଁ ବୁଲା ଛାଡ଼ି ଏବେ ବଜାର ମୁହାଁ
ରଜ ଆସିଲେ ଆମମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଏ। କେମିତି ଅଧିକ ମଜା କରିବୁ ତାହାକୁ ନେଇ କେବଳ ଭାବି ହେଉଥାଉ। ନୂଆ ଡ୍ରେସ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀରେ ଅନ୍ୟଠାରୁ ଭିନ୍ନ ହେବାକୁ ଇଚ୍ଛା କରିଥାଉ। ସେହିପରି ଦୋଳି ଖେଳ, ଗାଁ ବୁଲା, ସାଙ୍ଗ ସାଥୀଙ୍କ ଘରକୁ ଯାଇ ପିଠା ଖାଇବା ପାଇଁ ଇଚ୍ଛା ରଖିଥାଉ। ହେଲେ ଏବେ ରଜ ଆଉ ପୂର୍ବପରି ପାଳନ କରାଯାଉ ନାହିଁ। କେବଳ କିଣାକିଣିରେ ଅଧିକ ଅର୍ଥ ଯାହା ଖର୍ଚ୍ଚ କରାଯାଉଛି। ଦୋଳି ଲାଗିବା କମିଗଲାଣି। ଗାଁ ବୁଲା ଛାଡ଼ି ଏବେ ସମସ୍ତେ ବଜାର ମୁହାଁ। ତଥାପି ଚଳିତବର୍ଷ ରଜ ପାଇଁ ସଜବାଜ ସରିଛି। ନୂଆ ଡ୍ରେସ୍‌ କିଣାଯାଇଥିବାରୁ ମାମୁ ଘରକୁ ଯାଇ ପିଠ ଖାଇ ସେଠାରେ ରଜ ପାଳନ କରିବି।
-ସୁହାନୀ ପ୍ରଧାନ

ରଜ ପାନ ଖାଇବାକୁ ଅପେକ୍ଷା କରିଛି
ଗାଁ ହେଉ କି ସହର, ରଜ ପାନ ଖଣ୍ଡେ ଖାଇବାକୁ ଯେପରି ସମସ୍ତେ ଅପେକ୍ଷାରତ। ମଙ୍ଗଳବାର ସଜବାଜ ଥିବାରୁ ଏବେଠାରୁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନେକ ସ୍ଥାନରେ ଦୋଳି ଲାଗିସାରିଛି। ଛକ ବଜାରରେ ରଜପାନ ଭଙ୍ଗା ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ମସଲା ଦିଆ ପାନ ଖାଇବାକୁ ଚାହିଁ ରହିଛି। ଏଥର ସାଙ୍ଗମାନଙ୍କ ସହ ବୁଲାବୁଲି ହେବ। ସେମାନଙ୍କ ସହିତ ମିଶି ରଜ ପାନ ଖାଇ ଦୋଳି ଖେଳାଯିବ।
-ପ୍ରିୟାଂଶୀ ମିଶ୍ର

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri