Posted inଜାତୀୟ

ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବାକୁ ପ୍ରସ୍ତୁତ କି? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୧୧: ଦୋଷୀ ସାବ୍ୟସ୍ତ ହୋଇଥିବା ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ସୁପ୍ରିମକୋର୍ଟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ କହିଛନ୍ତି ଯେ, ସମ୍ପ୍ରତି କାର୍ଯ୍ୟ କରୁଥିବା ଏମ୍‌ପି ବିଧାୟକ ତଥା ପୂର୍ବତନ ଏମ୍‌ପି-ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାର ବିଚାର ପାଇଁ ଏକ ସ୍ବତନ୍ତ୍ର ମାଜିଷ୍ଟ୍ରେଟ କୋର୍ଟ ଗଠନ କରନ୍ତୁ। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ବ୍ୟାଖ୍ୟା କରି ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ସ୍ପେଶାଲ ସେସନ କୋର୍ଟ ଗଠନ ହୋଇଥିବାବେଳେ ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆଦେଶ ସ୍ପଷ୍ଟ ଥିଲା ଯେ ଯେଉଁଠାରେ ଆବଶ୍ୟକତା ଅଛି ସେଠାରେ ଏକ ମାଜିଷ୍ଟ୍ରେଟ କୋର୍ଟ ଏବଂ ସେସନ କୋର୍ଟ ଗଠନ କରାଯିବା ଉଚିତ। ଏଥିରୁ ସ୍ପଷ୍ଟ ଯେ ସମ୍ପ୍ରତି କାର୍ଯ୍ୟ କରୁଥିବା ଏମ୍‌ପି ବିଧାୟକ ତଥା ପୂର୍ବତନ ଏମ୍‌ପି-ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ଏହି ସ୍ବତନ୍ତ୍ର ଅଦାଲତରେ କରାଯିବ। ଏକ ମାମଲାରେ ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାଁଙ୍କ ତରଫରୁ ଏକ ଆବେଦନ କରାଯାଇଥିଲା ଏବଂ ହାଇକୋର୍ଟଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଯେଉଁଥିରେ ଏମ୍‌ପି ତଥା ବିଧାୟକଙ୍କ ମାମଲା ସେସନ କୋର୍ଟକୁ ହସ୍ତାନ୍ତର କରିବାକୁ ମାଜିଷ୍ଟ୍ରେଟ କୋର୍ଟଙ୍କୁ ନିର୍ଦ୍ଦେଶ ଜାରି ହୋଇଥିଲା।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଆହ୍ଲାବାଦ ହାଇକୋର୍ଟର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। କୁହାଯାଇଥିଲା ଯେ ମାଜିଷ୍ଟ୍ରେଟ କୋର୍ଟରେ ଯେଉଁ ମାମଲାଗୁଡ଼ିକ ବିଚାର କରାଯିବା ଉଚିତ ସେସନ କୋର୍ଟରେ ସେସବୁର ବିଚାର କରାଯାଉଛି ଏବଂ ଏହା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ। ଯେତେବେଳେ ସୁପ୍ରିମକୋର୍ଟ ଏହା ଉପରେ ପ୍ରଶ୍ନ କରିଥିଲେ, ଆହ୍ଲାବାଦ ହାଇକୋର୍ଟର ଆଇନଜୀବୀ କହିଥିଲେ ଯେ ପୂର୍ବତନ ବିଧାୟକ ଏବଂ ଏମ୍‌ପିଙ୍କ ମାମଲାର ଶୁଣାଣି ପାଇଁ ଏକ ସେସନ କୋର୍ଟ ଗଠନ କରାଯାଇଛି। ତେବେ ସ୍ବତନ୍ତ୍ର ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇ ନାହିଁ।

ଏହାର କାରଣ ପଚରାଯିବା ପରେ ଆଇନଜୀବୀ କହିଛନ୍ତି, କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋର୍ଟ ଅଫ ସେସନ ଗଠନ କରାଯାଇଛି। ଏନେଇ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଆମର ଆଦେଶକୁ ଭୁଲ ଭାବେ ବ୍ୟାଖ୍ୟା କରା ଯାଇଛି। ଆମେ କହିଥିଲୁ ଯେଉଁଠାରେ ମାଜିଷ୍ଟ୍ରେଟ ଏବଂ କୋର୍ଟ ଅଫ ସେସନ ଗଠନ କରିବାର ଆବଶ୍ୟକତା ଅଛି, ସେଠାରେ ଏକ ସ୍ବତନ୍ତ୍ର ମାଜିଷ୍ଟ୍ରେଟ ଏବଂ ଏକ କୋର୍ଟ ଅଫ ସେସନ ଗଠନ ହେବା ଆବଶ୍ୟକ।

ଅନ୍ୟ ରାଜ୍ୟରେ ପରିସ୍ଥିତି କ’ଣ ବୋଲି ଶୀର୍ଷକୋର୍ଟ କୋର୍ଟ ପରାମର୍ଶଦାତାଙ୍କୁ ପଚାରିଥିଲେ। ପରାମର୍ଶଦାତା କହିଥିଲେ, କିଛି ରାଜ୍ୟରେ ସେସନ ଏବଂ ମାଜିଷ୍ଟ୍ରେଟ କୋର୍ଟ ଗଠନ କରାଯାଇଛି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସୋଲିସିଟର ଜେନେରାଲଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ, ଦୋଷୀ ନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଟକାଇବାକୁ ପ୍ରସ୍ତୁତ କି? ଏହି ପ୍ରସଙ୍ଗରେ କେନ୍ଦ୍ରର ଷ୍ଟାଣ୍ଡ କ’ଣ? ବୋଲି ମଧ୍ୟ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri