ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୬।୭(ପରିକ୍ଷିତ ସାହୁ) ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା ପ୍ରଚଳନ କଲେ ମଧ୍ୟ ଶିକ୍ଷାର ଠିକ୍‌ ବିକାଶ ହୋଇ ପାରୁନାହିଁ। ଅନେକ ବିଦ୍ୟାଳୟରେ ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ବହୁ ପୁରାତନ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶ୍ରେଣୀ ଗୃହ ଅଭାବ ଯୋଗୁ ପାଠପଢାରେ ସମସ୍ୟା ଦେଖାଦେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କେଞ୍ଚୁଆନାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ ନ ଥିବା ଯୋଗୁ ବହୁ ସମସ୍ୟା ଦେଖାଦେବା ସହ ଛାତ୍ରୀଛାତ୍ର ମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ବହୁ ପୁରାତନ ହୋଇଥିଲେ ମଧ୍ୟ ସମସ୍ୟା ଗୁଡିକୁ ସମାଧାନ କରାଯାଉ ନ ଥିବା ଯୋଗୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡିଛି।

ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବହୁବାର ଶିକ୍ଷା ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସୋମବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଏହାର ଏକ ନକଲ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି, ୧୯୫୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ହେଲେ ଏହି ବିଦ୍ୟାଳୟରେ ଏବେ ବହୁ ସମସ୍ୟା ଲାଗି ରହିଛି। ବିଶେଷ କରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୩୬ ଜଣ ଛାତ୍ରୀଛାତ୍ର ପାଠପଢୁଛନ୍ତି।

ସେମାନଙ୍କୁ ପଢାଇବା ପାଇଁ ଗୋଟିଏ ଶ୍ରେଣୀ ଗୃହଥିବା ଯୋଗୁ ଗୋଟିଏ କୋଠରିରେ ୩ଟି ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢୁଛନ୍ତି। ଅନ୍ୟ ୨ଟି ଶ୍ରେଣୀର ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ହେଉ ନ ଥିବା ଯୋଗୁ ପାଠପଢାରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଫଳରେ ବର୍ଷା ଦିନେ ଛାତ୍ରୀଛାତ୍ରମାନେ ବହୁ ଅସୁବିଧାରେ ପାଠ ପଢୁଛନ୍ତି। ସେହିପରି ବିଦ୍ୟାଳୟରେ ୪ ଶିକ୍ଷକ ଆବଶ୍ୟକ ଥିବାବେଳେ ୨ ଜଣ ନିଯୁକ୍ତ ହୋଇଛନ୍ତି। ଅନ୍ୟ ୨ ଶିକ୍ଷକ ପଦବୀ ଖାଲିପଡ଼ିଛି।

ସେହିପରି ବିଦ୍ୟାଳୟରେ ଆବଶ୍ୟକ ପରିମାଣର ଶୌଚାଳୟ ନ ଥିବାରୁ ଛାତ୍ରୀଛାତ୍ର ମାନେ ହଇରାଣ ହେଉଛନ୍ତି। ଏ ନେଇ ଶିକ୍ଷା କମିଟି ଓ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଛାତ୍ରୀଛାତ୍ରମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ସେମାନେ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ସେହିପରି ବିଦ୍ୟାଳୟରେ ଖେଳ ପଡିଆ ନ ଥିବାରୁ ସେମାନେ କୌଣସି ଖେଳ କୁଦ କରି ପାରୁନାହାନ୍ତି। ଏ ନେଇ ଗ୍ରାମବାସୀ ତା ୧୫।୦୬।୨୦୨୧ ଓ ତା ୦୩।୦୨।୨୦୨୩ରେ ଏକ ଅଭିଯୋଗପତ୍ର ମାଧ୍ୟମରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାସରଥି ଶୁଣ୍ଢି କହିଛନ୍ତି, ଯେଉଁ ବିଦ୍ୟାଳୟରେ ସମସ୍ୟା ରହିଛି ସେ ଗୁଡିକ ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri