ମାଷ୍ଟର ପ୍ଲାନ୍‌ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା,୨୮ା୬ (ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ହୋଇଛି। ଆଗକୁ ସାମାନ୍ୟ ବର୍ଷାରେ କେନ୍ଦ୍ରାପଡ଼ା ସହର ଜଳବନ୍ଦୀ ହେବ। ସହରର ଜଳପଥ ଉପରେ ଜବରଦଖଲ ବଢ଼ୁଛି। ସ୍ବେରେଜ ସିଷ୍ଟମ ଏଥିପାଇଁ କାମ କରୁନାହିଁ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଉପଯୁକ୍ତ ଯାତାୟାତ ପଥ ନାହିଁ। ସହରର ମୁଖ୍ୟସ୍ଥଳ ତିନିମୁହାଣି ଛକରେ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଗସ୍ତର ସ୍ମୃତିପୀଠ ରାସ୍ତା ସଙ୍କୁଚିତ କରୁଛି। ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳର କୌଣସି ମାଷ୍ଟର ପ୍ଲାନ ନ ଥିବାରୁ ମନମୁଖି ପ୍ରକଳ୍ପ ନିର୍ମାଣ ଓ ଜବରଦଖଲ ସହରକୁ ସଙ୍କୁଚିତ କରୁଛି। ଜଳ ନିଷ୍କାସନ ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ୍‌ ସ୍ଥାପନ କରାଯିବାକୁ ସହରରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ସହରର ଚିତ୍ତରଞ୍ଜନ ସାହୁ, ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ଅସିତ କୁମାର ମହାପାତ୍ର, କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଜିଲାରେ ବିଶ୍ୱବାସୀଙ୍କ ଆକର୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ସେହିପରି ରାଜ୍ୟର ଏକମାତ୍ର ଜିଓ ଟିଉବୱାଲ, ହୁକିଟୋଲାଠାରୁ ଆରମ୍ଭ କରି ସହର ମଧ୍ୟରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଅଛି। ପ୍ରଚାର ପ୍ରସାର ପରେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। କେନ୍ଦ୍ରାପଡ଼ା ସହର ଏହାର ମଧ୍ୟସ୍ଥଳରେ ଥିବା ବେଳେ ସହରବାସୀଙ୍କ ସଂଖ୍ୟା ଇତିମଧ୍ୟରେ ପ୍ରାୟ ୮୦ ହଜାର ହୋଇଛି। ଆଗାମୀ ଦିନରେ ସହରର ପରିସୀମା ବୃଦ୍ଧିର ପ୍ରସ୍ତାବ ରହିଛି। କୌଣସି ଅଞ୍ଚଳର ବିକାଶ ପାଇଁ ଚିନ୍ତା କଲେ ଆଗାମୀ ୫୦ରୁ ୧୦୦ ବର୍ଷର ସମ୍ଭାବନା ଏଥିରେ ସାମିଲ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରାସ୍ତାଠାରୁ ଜଳ ନିଷ୍କାସନ, ରାତ୍ରିକାଳୀନ ରହଣିଠାରୁ ଭେଣ୍ଡିଂ ଜୋନର ଅବସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ୨୫ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କାର୍ଯ୍ୟାଳୟ ଏକ ସାଇନ୍‌ବୋର୍ଡ ମଧ୍ୟରେ ସୀମିତ ରହିଛି। ପ୍ରକଳ୍ପର ଅନୁମୋଦନ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଜିଲାର ବ୍ୟସ୍ତବହୁଳ ତିନିମୁହାଣି ଛକ ଏବେ ଟ୍ରାଫିକ୍‌ ସମସ୍ୟାରେ ଅଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ସହ ସହର ମଧ୍ୟକୁ ଏହା ସଂଯୋଗସ୍ଥଳ। ଛକକୁ ଅଧିକ ପ୍ରଶସ୍ତ ଓ ଯାତାୟାତ ପାଇଁ ଏହାର ସମ୍ପ୍ରସାରଣ ଜରୁରୀ ହୋଇଛି। ଏଥିପାଇଁ ନିକଟରେ ଥିବା ଚଟିପୋଲଠାରୁ ନୂତନ ରାସ୍ତା ନିର୍ମାଣାଧୀନ ଅଛି। ତେବେ ତିନିମୁହାଣି ଛକରେ ଏକାଧିକ ପ୍ରକଳ୍ପ ଟ୍ରାଫିକ୍‌ ସମସ୍ୟାକୁ ଜଟିଳ କରିଛି। ଏଠାରେ କିଛିଦିନ ହେବ ଗାନ୍ଧିସ୍ମୃତି ପୀଠ ନିର୍ମାଣ ହୋଇଛି। ସେହିପରି ଶୌଚାଳୟ ଓ ଆଇ ଲଭ୍‌ କେନ୍ଦ୍ରାପଡ଼ା ପ୍ରତୀକ ରହିଥିବାରୁ ରାସ୍ତା ଉପରେ ବାଇକ୍‌ଠାରୁ ଅଟୋର ଭିଡ଼ ଜମୁଛି। ସହରର ପ୍ରବେଶ ପଥରେ ଭେଣ୍ଡିଂ ଜୋନ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ଏଠାରେ ଥିବା ଗେଟ୍‌ର ପ୍ରାସଙ୍ଗିକତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନିମୁହାଣି ଛକ ନିକଟରେ ଥିବା ଶିଳ୍ପାଞ୍ଚଳ ସ୍ଥାନରେ ଭେଣ୍ଡିଂ ଜୋନଠାରୁ ଆରମ୍ଭ କରି ଶୌଚାଳୟ, ଗାନ୍ଧି ସ୍ମୃତିପୀଠ, ଐତିହ୍ୟ ମ୍ୟୁଜିୟମ୍‌ ଆଦି ହୋଇ ପାରିଥାନ୍ତା। ଫଳରେ ଆଗାମୀ ଦିନରେ ସହରର ଯାତାୟାତ ସହିତ ସୌନ୍ଦର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଭାଗୀଦାରି ରୁହନ୍ତା। ଜିଲାର କୃଷି ପରି ପର୍ଯ୍ୟଟନ ଶିଳ୍ପ ଆର୍ଥିକ ଉନ୍ନତି ଆଣିପାରିବ। ଏଥିସହ ମହାକାଳପଡ଼ାଠାରେ ଆଖଡ଼ାଶାଳି ବନ୍ଦର, ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ ବୋଲି ପୂର୍ବର ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି। ଏସବୁରେ ସହରର ଭୂମିକା କମ୍‌ ନୁହେଁ। ସହର ମଧ୍ୟରେ ଥିବା ଯାତ୍ରୀ ନିବାସ, ରାତ୍ର ରହଣିସ୍ଥଳ, କଲ୍ୟାଣ ମଣ୍ଡପ, ଇଚ୍ଛାପୁରରେ ଥିବା ପର୍ଯ୍ୟଟନ ବିଭାଗର ନିବାସର ଉପଯୋଗିତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନରେ ଜିଲା ବାହାର ଲୋକଙ୍କୁ ରହିବା ସମସ୍ୟା ସୃଷ୍ଟି କରିବ। ଜିଲାରେ ବିକ୍ଷିପ୍ତ ଭାବେ ଥିବା ଐତିହ୍ୟ ସ୍ମାରକୀ ପାଇଁ ମ୍ୟୁଜିୟମ୍‌ ଆବଶ୍ୟକ। ସେହିପରି ଜବରଦଖଲ ମୁକ୍ତ ନ ହେଲେ ସହର ମଧ୍ୟରୁ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିବ ନାହିଁ। ରାଜ୍ୟର ନୂଆ ସରକାର ଓ ସ୍ଥାନୀୟ ରାଜନେତା, ପ୍ରଶାସକ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ପାଇଁ ଏକ ମାଷ୍ଟାର ପ୍ଲାନ କରନ୍ତୁ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ସହର ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମ ଶେଷକୁ ଗୁରୁତ୍ୱ ଦିଆଯାଇଛି। ନୂଆ ଓ ପୁରୁଣା ବସ୍‌ଷ୍ଟାଣ୍ଡର କଳେବର ବଦଳୁଛି। ସେହିପରି ସୌନ୍ଦର୍ଯ୍ୟକରଣ ସହ ସହର ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି। ଏକ ସୁନ୍ଦର ସହର ଗଠନ ପାଇଁ ସର୍ବଦା ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri