ଖୋଲା ଆକାଶ, ଗଛମୂଳେ ପାଠପଢ଼ା

ନୂଆପଡ଼ା ଅଫିସ,୨୬।୧୧: ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯୋଜନା ମଧ୍ୟମରେ ବିଦ୍ୟାଳୟକୁ ବଡ ବଡ କୋଠା ନିର୍ମାଣ କରି ଚିକ୍କଣ ଓ ଚକଚାକ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ଉତ୍ସାହ କରିବା ପାଇଁ ନାଚଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ନୂଆପଡା ଜିଲାର ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟର ଚିତ୍ର ଓଲଟା। ଗଛମୂଳେ, ରାସ୍ତା କଢରେ ଛାତ୍ରୀଛାତ୍ରମାନେ ପାଠ ପଡୁଥିବା ବିକଳ ଚିତ୍ର ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତ ଟାମକିଦାଦର ଗାଁରେ। ୧୯୬୦ରେ ଏଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୬ଜଣ ଶିକ୍ଷକ ରହିଛନ୍ତି। ଶ୍ରେଣୀ କୋଠରି ଅତି ପୁରୁଣା ଓ ନିମ୍ନମାନର ହୋଇଥିବାରୁ ବର୍ଷା ଦିନେ ଛାତରୁ ପାଣି ଗଳିବା ସହ ଛାତରୁ ସିମେଣ୍ଟ ଖସିପଡୁଛି। ବର୍ଷା ଋତୁରେ ଶ୍ରେଣୀ କୋଠରି ଭିତରେ ପିଲାଙ୍କୁ ବସାଇ ପାଠ ପଢାଉଥିବା ସମୟରେ ଛାତରୁ ସିମେଣ୍ଟ ପଡିବାରୁ ୫ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମବାସୀ ଲିଖିତ ଜଣାଇଥିଲେ। କିନ୍ତୁ ବିଦ୍ୟାଳୟ ପରିଦର୍ଶନରେ ଯାଇ କୋଠରିଗୁଡିକ ବିପଦ ସଙ୍କୁଳ ଥିବାରୁ ଅସିଦ୍ଧ ଘୋଷଣା କରିଥିଲେ। ହେଲେ ପାଠ ପଢାଇବା ପାଇଁ ବିକଳ୍ପ ବ୍ୟାବସ୍ଥା ନ କରିବାରୁ ବର୍ତ୍ତମାନ ବରଗଛ ମୂଳେ, ବାରଣ୍ଡା ବାହାରେ, ରାସ୍ତା କଢରେ ପାଠପଢା ଚାଲିଛି। ସେହି ରାସ୍ତା ଖରିଆର ରୋଡରୁ ବରଗଡ ଜିଲା ଝାରବନ୍ଧ ବ୍ଲକକୁ ସଂଯୋଗ କରୁଛି। ସବୁବେଳେ ଯାନବାହନ ଚଳାଚଳ କରୁଛି। ଛାତ୍ରୀଛାତ୍ରମାନେ ରାସ୍ତା କଢରେ ପାଠ ପଢୁଥିବା ସମୟରେ ଦୁର୍ଘଟଣା ଘଟିବାର ସମ୍ବାବନା ରହିଛି । ଗୋଟିଏ ସ୍ଥାନରେ ଦୁଇଟି ଶ୍ରେଣୀର ପିଲାକୁ ବସାଇ ଚାରିଟି ସ୍ଥାନରେ ପାଠପଢା ଯାଉଛି। ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ପ୍ରଥମରୁ ଦ୍ୱିତୀୟ, ସ୍କୁଲ ବାରଣ୍ଡାରେ ତୃତୀୟ, ଚତୁର୍ଥ, ଗରଗଛ ମୂଳେ ପଞ୍ଚମ, ଷଷ୍ଠ ଓ ଯେଉଁଠାରେ ସାଧାରଣ ମଣିଷ ମଧ୍ୟ ବସିବ ନାହିଁ। ଅଳିଆ ଆବର୍ଜନାରେ ଭରି ରହିଛି। ସେମିତିଆ ସ୍ଥାନରେ ଖୋଲା ଆକାଶ ତଳେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଠପଢା ହେଉଛି। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ନୂଆପଡା ଜିଲାରୁ ନେତା, ମନ୍ତ୍ରୀମାନେ ସେହି ରାସ୍ତା ଦେଇ ଝାରବନ୍ଧ ଓ ପାଇକମାଲ ବ୍ଲକକୁ ପ୍ରଚାରରେ ଯାଉଛନ୍ତି। ତାଙ୍କ ନଜରକୁ ଦେଖାଯାଉ ନାହିଁ କି ବୋଲି ପ୍ରଶ୍ନ ହେଉଛି। ନେତା ମନ୍ତ୍ରୀମାନେ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଛାତ୍ରୀଛାତ୍ର କଥା ବୁଝିବେ କ’ଣ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସଦର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦଙ୍କୁ ପଚାରିବାରୁ ଆମଠାରେ ଅଭିଯୋଗ ମଧ୍ୟ ଆସିଛି। ବିଡିଓ ନୂଆପଡା ୮ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ପୂର୍ବରୁ ରହିଥିବା ସ୍କୁଲ ମଧ୍ୟ ଭାଗରେ ରାସ୍ତା ଯାଇଥିବାରୁ ଅନ୍ୟ ଜାଗା ଦେଖାଯାଉଛି। ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ଟଣାଓଟରା ଚାଲିଥିବାରୁ ଜାଗା ଦେଖାରେ ବିଳମ୍ବ ହେଉଛ। ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri