ଖୋଲା ଆକାଶ, ଗଛମୂଳେ ପାଠପଢ଼ା

ନୂଆପଡ଼ା ଅଫିସ,୨୬।୧୧: ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଯୋଜନା ମଧ୍ୟମରେ ବିଦ୍ୟାଳୟକୁ ବଡ ବଡ କୋଠା ନିର୍ମାଣ କରି ଚିକ୍କଣ ଓ ଚକଚାକ କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ଉତ୍ସାହ କରିବା ପାଇଁ ନାଚଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ନୂଆପଡା ଜିଲାର ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟର ଚିତ୍ର ଓଲଟା। ଗଛମୂଳେ, ରାସ୍ତା କଢରେ ଛାତ୍ରୀଛାତ୍ରମାନେ ପାଠ ପଡୁଥିବା ବିକଳ ଚିତ୍ର ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତ ଟାମକିଦାଦର ଗାଁରେ। ୧୯୬୦ରେ ଏଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୬ଜଣ ଶିକ୍ଷକ ରହିଛନ୍ତି। ଶ୍ରେଣୀ କୋଠରି ଅତି ପୁରୁଣା ଓ ନିମ୍ନମାନର ହୋଇଥିବାରୁ ବର୍ଷା ଦିନେ ଛାତରୁ ପାଣି ଗଳିବା ସହ ଛାତରୁ ସିମେଣ୍ଟ ଖସିପଡୁଛି। ବର୍ଷା ଋତୁରେ ଶ୍ରେଣୀ କୋଠରି ଭିତରେ ପିଲାଙ୍କୁ ବସାଇ ପାଠ ପଢାଉଥିବା ସମୟରେ ଛାତରୁ ସିମେଣ୍ଟ ପଡିବାରୁ ୫ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମବାସୀ ଲିଖିତ ଜଣାଇଥିଲେ। କିନ୍ତୁ ବିଦ୍ୟାଳୟ ପରିଦର୍ଶନରେ ଯାଇ କୋଠରିଗୁଡିକ ବିପଦ ସଙ୍କୁଳ ଥିବାରୁ ଅସିଦ୍ଧ ଘୋଷଣା କରିଥିଲେ। ହେଲେ ପାଠ ପଢାଇବା ପାଇଁ ବିକଳ୍ପ ବ୍ୟାବସ୍ଥା ନ କରିବାରୁ ବର୍ତ୍ତମାନ ବରଗଛ ମୂଳେ, ବାରଣ୍ଡା ବାହାରେ, ରାସ୍ତା କଢରେ ପାଠପଢା ଚାଲିଛି। ସେହି ରାସ୍ତା ଖରିଆର ରୋଡରୁ ବରଗଡ ଜିଲା ଝାରବନ୍ଧ ବ୍ଲକକୁ ସଂଯୋଗ କରୁଛି। ସବୁବେଳେ ଯାନବାହନ ଚଳାଚଳ କରୁଛି। ଛାତ୍ରୀଛାତ୍ରମାନେ ରାସ୍ତା କଢରେ ପାଠ ପଢୁଥିବା ସମୟରେ ଦୁର୍ଘଟଣା ଘଟିବାର ସମ୍ବାବନା ରହିଛି । ଗୋଟିଏ ସ୍ଥାନରେ ଦୁଇଟି ଶ୍ରେଣୀର ପିଲାକୁ ବସାଇ ଚାରିଟି ସ୍ଥାନରେ ପାଠପଢା ଯାଉଛି। ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ପ୍ରଥମରୁ ଦ୍ୱିତୀୟ, ସ୍କୁଲ ବାରଣ୍ଡାରେ ତୃତୀୟ, ଚତୁର୍ଥ, ଗରଗଛ ମୂଳେ ପଞ୍ଚମ, ଷଷ୍ଠ ଓ ଯେଉଁଠାରେ ସାଧାରଣ ମଣିଷ ମଧ୍ୟ ବସିବ ନାହିଁ। ଅଳିଆ ଆବର୍ଜନାରେ ଭରି ରହିଛି। ସେମିତିଆ ସ୍ଥାନରେ ଖୋଲା ଆକାଶ ତଳେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଠପଢା ହେଉଛି। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ନୂଆପଡା ଜିଲାରୁ ନେତା, ମନ୍ତ୍ରୀମାନେ ସେହି ରାସ୍ତା ଦେଇ ଝାରବନ୍ଧ ଓ ପାଇକମାଲ ବ୍ଲକକୁ ପ୍ରଚାରରେ ଯାଉଛନ୍ତି। ତାଙ୍କ ନଜରକୁ ଦେଖାଯାଉ ନାହିଁ କି ବୋଲି ପ୍ରଶ୍ନ ହେଉଛି। ନେତା ମନ୍ତ୍ରୀମାନେ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଛାତ୍ରୀଛାତ୍ର କଥା ବୁଝିବେ କ’ଣ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସଦର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦଙ୍କୁ ପଚାରିବାରୁ ଆମଠାରେ ଅଭିଯୋଗ ମଧ୍ୟ ଆସିଛି। ବିଡିଓ ନୂଆପଡା ୮ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି। ପୂର୍ବରୁ ରହିଥିବା ସ୍କୁଲ ମଧ୍ୟ ଭାଗରେ ରାସ୍ତା ଯାଇଥିବାରୁ ଅନ୍ୟ ଜାଗା ଦେଖାଯାଉଛି। ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ଟଣାଓଟରା ଚାଲିଥିବାରୁ ଜାଗା ଦେଖାରେ ବିଳମ୍ବ ହେଉଛ। ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri