ଆଜି କର୍କଟ ରୋଗୀଙ୍କ ପାଇଁ ‘ଫଣ୍ଡରେଜିଂ ଇଭେଣ୍ଟ’

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସଦ୍‌ଗୁରୁ ହସ୍ପିଟାଲ କଟକ ଏବଂ ଭୁବନେଶ୍ୱର ଭିଭାନ୍ତା ହୋଟେଲର ମିଳିତ ସହଯୋଗରେ କର୍କଟ ରୋଗୀଙ୍କ ଲାଗି ଆଜି ଏକ ‘ଫଣ୍ଡରେଜିଂ ଇଭେଣ୍ଟ’ର ଆୟୋଜନ କରାଯାଇଛି। ଏପରିକି ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଭିଭାନ୍ତା ହୋଟେଲ ପରିସରରେ ଏ ନେଇ ଏକ ସ୍ବତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରୁ ସଂଗୃହୀତ ସମସ୍ତ ଅର୍ଥ କ୍ୟାନ୍‌ସର ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯିବ ବୋଲି ସଦ୍‌ଗୁରୁ ହସ୍ପିଟାଲର ନିର୍ଦ୍ଦେଶକ ରାହୁଲ ପ୍ରତ୍ୟୁଷ ମହାନ୍ତି ମତପ୍ରକାଶ କରିଛନ୍ତି। ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାର ରାଜ୍ୟବାସୀଙ୍କ ପାଇଁ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିରେ ସାଧାରଣ ରୋଗ ଭଳି କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗୁଛି। ତେଣୁ କର୍କଟ ରୋଗୀଙ୍କୁ ସହାୟତା ଲାଗି ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଏଭଳି ଏକ ‘ଫଣ୍ଡରେଜିଂ ଇଭେଣ୍ଟ’ର ଆୟୋଜନ କରାଯାଇଥିବା ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬ ସନ୍ଧ୍ୟା ସାଢେ ୬ଟାରେ ଆରମ୍ଭ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ। ବିଶେଷକରି ଭିଗ୍‌ନାଜ୍‌ ବ୍ୟାଣ୍ଡ୍‌ ଗ୍ରୁପ,ସ୍ବିଟ୍‌ ପଏଜନ, ଲୋୟଲା ସ୍କୁଲର ବ୍ୟାଣ୍ଡ୍‌ ସହ ଗୀତ ଉପରେ ରୁଚି ରଖୁଥିବା ନୂତନ ପ୍ରତିଭାମାନେ ମଧ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ ୨ଜଣଙ୍କ ପିଛା ୫,୫୦୦ ଓ ଜଣଙ୍କ ପିଛା ୩୫୦୦ ଟଙ୍କା ସହିତ ଟିକସ ଦେଇ ନିଜ ସିଟ୍‌ ବୁକ୍‌ କରିପାରିବେ। ଭିଭାନ୍ତା ହୋଟେଲରେ ବୁକ୍‌ ହୋଇଥିବା ସିଟ୍‌ରୁ ଆଦାୟ ଟଙ୍କା କର୍କଟ ରୋଗୀମାନଙ୍କ ଲାଗି ପ୍ରଦାନ କରାଯିବ। ଯଦି କୌଣସି ବ୍ୟକ୍ତି କର୍କଟ ରୋଗୀଙ୍କ ଲାଗି ନିଜ ସିଟ୍‌ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ସଦ୍‌ଗୁରୁ ହସ୍ପିଟାଲର ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ମଧ୍ୟ ସମସ୍ତ ତଥ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?