Posted inଫୁରସତ

ପାଠକୀୟ ସ୍ବୀକୃତି ମୋ ପାଇଁ ସବୁକିଛି

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ହେବ ସେ ରଚନା କରିଚାଲିଛନ୍ତି ଏକାଧିକ ଗଳ୍ପ, ନାଟକ, ଉପନ୍ୟାସ ପୁଣି ଇଞ୍ଜିନିୟରିଂ ଓ ବାସ୍ତୁଶାସ୍ତ୍ର ସମ୍ପର୍କିତ ଅନେକ ପୁସ୍ତକ ।
କେତେକ ହିନ୍ଦୀ ଓ ଇଂଲିଶ ପୁସ୍ତକକୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ରଚିତ ବିଭିନ୍ନ ଗପକୁ କେତୋଟି ଘରୋଇ ଟେଲିଭିଜନର ଧାରାବାହିକ ଭାବେ ପ୍ରସାରଣ ବି କରାଯାଇଛି। ଏମିତିରେ ସେ ଟିଭି ସିରିୟଲରେ ଅଭିନୟ କରିବା ସହ ଏକ ସୌଖୀନ ନାଟ୍ୟ ସଂସ୍ଥାର ସକ୍ରିୟ ସଦସ୍ୟ ଅଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭାକୁ ବିଭିନ୍ନ ସଂସ୍ଥାରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଇଂ ଅଜୟ ମହାପାତ୍ର। ଜନ୍ମ-୨୧ା୦୭ା୧୯୭୧ ମସିହାରେ। ପିତା ବାଲ୍ମୀକି ମହାପାତ୍ର। ମାତା ଧନିଶ୍ରୀ ମହାପାତ୍ର। ଘର ପୁରୀଜିଲାର ଚିଲିକା କୃଷ୍ଣପ୍ରସାଦ ବ୍ଲକ ଅଧୀନ ବଡ଼ଝାଡ଼ ଗାଁରେ। କିନ୍ତୁ ଆଜିକାଲି ସେ ରୁହନ୍ତି ଭୁବନେଶ୍ୱରରେ। ସେ କୁହନ୍ତି,‘ଗାଁ ନିକଟସ୍ଥ କମଳେଶ୍ୱର ବିଦ୍ୟାପୀଠରେ ୧୦ମ ଯାଏ ପଢିଲି । ସେଇ ସ୍କୁଲ ବୟସରୁ ମୋ ଗାଁ ଓ ଚିଲିକାର ପ୍ରାକୃତିକ ପରିବେଶରେ ଘଟୁଥିବା ଅନେକ ଚଳନ୍ତି ଘଟଣା ମୋତେ ଗପ ଲେଖିବାରେ ଖୋରାକ ଦେଉଥିଲା। ମୋର ମନେ ପଡ଼ୁଛି ସ୍କୁଲ ସମୟରେ ଏକ ନାଟକ ଲେଖିଥିଲି ପୁଣି ଗୋଟିଏ କବିତା ବି ଲେଖିଥିଲି, ମାତ୍ର ସେ ସବୁକୁ ସାଇତି ରଖିପାରିନି। ୧୦ମ ପରୀକ୍ଷା ପରେ ଖରାଛୁଟିରେ ଏକ ଗପ ଲେଖିଥିଲି। ଏହାପରେ ଆଶା, ସମାଧି ଆଦି ଛୋଟଛୋଟ ନାଟକ ଲେଖିଥିଲି। ଏହାସହ ଅଭିନୟ ବି କରୁଥିଲି। ପ୍ରଥମ ଅଭିନୟ ଥିଲା ଶ୍ରୀଗଣେଶ ଗୀତିନାଟ୍ୟ। କିନ୍ତୁ ଯେତେବେଳେ ଗାଁ ଛାଡ଼ି ଆସି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ପଢିଲି ସେତେବେଳେ ଅଧିକାଂଶ ସମୟ ମୋ ମନକୁ ଗପ, ଉପନ୍ୟାସ ଓ ନାଟକ ଲେଖିବାର ନିଶାଘାରୁଥିଲା। ଏମିତିରେ ବାଣପୁରର ଶାଳିଆ ନଈ, ଘଣ୍ଟଶିଳା ପାହାଡ଼, ଅଙ୍କାବଙ୍କା ବିଲଗହୀର ରାସ୍ତା, ପଲ୍ଲୀ ପରିବେଶ, ବରବରା ଜଙ୍ଗଲରେ ରହୁଥିବା ଲୋକମାନଙ୍କ ବିଭିନ୍ନ ଘଟଣା ମୋ ଲେଖାର ଉତ୍ସ ପାଲଟିଥାଏ। ବାଣପୁର କଲେଜରୁ ପଢାସାରିବା ପରେ ବାଙ୍ଗାଲୋରରେ ଯାଇ ଇଞ୍ଜିନିୟରିଂ ପଢିଥିଲି। ସମୟକ୍ରମେ ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛି। ଏବେ ଓଡ଼ିଶା ସରକାରଙ୍କ ଗ୍ରାମନିର୍ମାଣ ବିଭାଗରେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ରହିଛି। ଘରେ ସମସ୍ତେ ଶୋଇଯିବା ପରେ ରାତିରେ ଅନେକ ବେଳଯାଏ ଲେଖେ। ମୋର ଚାରିପାଖର ଚଳନ୍ତି ଘଟଣା ହିଁ ମୋତେ ଗପ ଲେଖିବାକୁ ଖୋରାକ ଯୋଗାଇଥାଏ। କୌଣସି ଲେଖାଟିଏ ଲେଖିବା ପୂର୍ବରୁ ପ୍ରଥମେ ଅନୁଭବ କରିଥିବା କିଛି ଘଟଣା ମନକୁ ଆସେ କିଛି ଘଟଣା ଚାଲିଯାଏ। କିନ୍ତୁ ଆଉ କିଛ ଘଟଣା ମନରୁ ଯାଏନା, ସେସବୁ ବାରମ୍ବାର ମନକୁ ଆନ୍ଦୋଳିତ କରୁଥାଏ। ତାହା ଧୀରେଧୀରେ କାହାଣୀ ପାଲଟିଯାଏ। ଗପର ରୂପନିଏ। ପ୍ରଥମେ ସଂକ୍ଷିପ୍ତ ବିବରଣୀ, ପରେ ଚରିତ୍ରମାନଙ୍କୁ ସଜାଡ଼େ। ଏମିତିରେ ସ୍ଥାନ, କାଳ ଓ ପାତ୍ର ବାଛିଥାଏ। ଗପର ଆରମ୍ଭ, ମଧ୍ୟଭାଗ ଓ ପରିଣତି ସମ୍ପର୍କରେ ପ୍ରଥମରୁ ହିଁ ସ୍ଥିରକରେ। ସମୟକ୍ରମେ କେତୋଟି ସିରିୟଲରେ ଛୋଟଛୋଟ ଭୂମିକାରେ ଅଭିନୟ କରିଛି। ପୁଣି ନାଟକରେ ଅଭିନୟ ପୂର୍ବରୁ ଅନେକ ଚରିତ୍ର ସମ୍ପର୍କରେ ଭଲରେ ବୁଝିବାକୁ ଚେଷ୍ଟା କରିଥାଏ। ନାଟକରେ ରାଜା, ପ୍ରଜା, ମୂକ, କାଲା ଓ କିନ୍ନର ଆଦି ଭୂମିକାରେ ଅଭିନୟ କରିସାରିଛି। ଥରେ ଏକ ଅଭିନୟ ପାଇଁ ଦୁଇଜଣ କିନ୍ନରଙ୍କ ସହିତ ଦୁଇଦିନ ରହିଥିଲି। ସେହିଭଳି ଗରିବ ମଜୁରିଆଙ୍କ ଝୁମ୍ପୁଡ଼ିରେ ବି ସମୟ ବିତେଇଛି। ସମୟକ୍ରମେ କେତୋଟି ସିରିୟଲରେ ଛୋଟଛୋଟ ଭୂମିକାରେ ଅଭିନୟ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଟି ଗଳ୍ପ ପୁସ୍ତକ ମଧ୍ୟରେ ବାଞ୍ଝ, ଆଶା, ପବିତ୍ରପାପ, ଫାଶୀ, ଉଲ୍ଲଂଘନ, ପରପୁରୁଷ, ଭୋଟ। ଦୁଇଟି ଉପନ୍ୟାସ- ଅସ୍ପୃଶ୍ୟ ଓ ମହାରାଜା। ୧୨ଟି ନାଟକ ମଧ୍ୟରେ- ସମାଧି, କଥା ରହିଯିବ କାଳକାଳକୁ, କୁଳାଙ୍ଗାର, ଶୁଭବିବାହ, ପବିତ୍ର ପାପ, ପରପୁରୁଷ, କଟିକଟି ଡବଲକଟି, ଅନ୍ତିମ ଭିକ୍ଷା ରହିଛି। ସେହିପରି ପ୍ରାୟ ୨୧ଟି ସିଭିଲ ଇଞ୍ଜିନିୟରିଂ ଓ ବାସ୍ତୁପୁସ୍ତକ ରଚନା କରିଛି। ସେଥିମଧ୍ୟରୁ – ବାସ୍ତୁବିଜ୍ଞାନ ଓ ଗୃହନିର୍ମାଣ, ଗୃହସଜା, ଡିଜାଇନ ବୁକ୍‌, ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ବାସ୍ତୁସୂତ୍ର, ବୈଦିକ ବାସ୍ତୁକଳା ଓ ଗୃହନିର୍ମାଣ, ବାସ୍ତୁଦୋଷ ପ୍ରତିକାର, ଗୃହ ରକ୍ଷଣାବେକ୍ଷଣ, ଭୂମି ସର୍ଭେ, ବାସ୍ତୁ ସିଦ୍ଧାନ୍ତ ଆଦି ପୁସ୍ତକ ରହିଛି। ଅନ୍ୟପକ୍ଷେ ମୋ ରଚିତ ଅନେକ ଗଳ୍ପ ଟେଲିସିନେମା, ଟେଲିସିରିୟଲ ଓ ନାଟକରେ ରୂପାନ୍ତରିତ ହୋଇଛି। ସେଥିମଧ୍ୟରୁ ଇ ଟିଭିର ଟାଇମପାସ୍‌ ସିରିୟଲ ଏବଂ ଓ ଟିଭିର ‘କଥା ସରେନା’ ସିରିୟଲରେ ପ୍ରସାରଣ ହୋଇସାରିଛି। ପରିବାର କହିଲେ ଏକ ଯୌଥ ପରିବାରରେ ଖୁସିରେ ଚଳୁଛୁ। ମୋ ସାହିତ୍ୟକୃତି ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ, ରାଜଧାନୀ ପୁସ୍ତକ ମେଳା, ଫୁଲବାଣୀ ପୁସ୍ତକ ମେଳା, ଆମ ଭୁବନେଶ୍ୱର ସାହିତ୍ୟ ସମ୍ମାନ, ତଥାସ୍ତୁ ସାହିତ୍ୟ ସମ୍ମାନ, କଥାକଳିକା ସମ୍ମାନ, ବ୍ରହ୍ମପୁର ସାହିତ୍ୟ ପରିଷଦ, ମଧୁସୂଦନ ସାଂସ୍କୃତିକ ପରିଷଦ-୨୦୨୨, ଦର୍ଶନସମ୍ମାନ-୨୦୧୮, ୯ତମ ନିଖିଳ ଉତ୍କଳ ନାଟ୍ୟୋତ୍ସବ-୨୦୧୯, ଏକା ସମ୍ମାନ-୨୦୧୬, ପରାଗ ସାହିତ୍ୟ ସଂସଦ-୨୦୨୨ଆଦି ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି । ଅନେକ ପୁରୁଣା କାଳଜୟୀ ଗପ ପଢିବାକୁ ଭଲପାଏ। ଏମିତିରେ ୧୯୮୫ମସିହାଠାରୁ ଏଯାଏ ଲେଖା ଚାଲୁରହିଛି। କିନ୍ତୁ ପୁରସ୍କାର ଅପେକ୍ଷା ପାଠକୀୟ ସ୍ବୀକୃତି ମୋ ପାଇଁ ସବୁଠୁ ଅଧିକ । କାରଣ ଆଜିକାଲି ଜଣେ ଭଲପାଠକ ମିଳିବା କଷ୍ଟକର ।
-ବନବିହାରୀ

 


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼hୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri