Posted inରାଜ୍ୟ

ଆଗକୁ ବ୍ଲେଣ୍ଡେଡ୍‌ ମୋଡ୍‌ରେ ପାଠପଢ଼ା

ପ୍ରଫେସର କ୍ଷିତିଭୂଷଣ ଦାସ। ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସିଡିସି ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନା କରିଛନ୍ତି। ଅବସର ପରେ ସେ ଆଇସିଏସ୍‌ଏସ୍‌ଆର୍‌ ନ୍ୟାଶନାଲ ଫେଲୋ ଏବଂ ଇଗ୍ନୋର ପ୍ରୋଭାଇସ ଚାନ୍ସେଲର ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ସେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରୋଭାଇସ ଚାନ୍ସେଲର ଥିଲେ। ନିକଟରେ କେନ୍ଦ୍ର ସରକାର ତାଙ୍କୁ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ଓ ସେ ଇତିମଧ୍ୟରେ କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି। ପ୍ରଫେସର ଦାସଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ଆଳାପ।

୧. ଜାତୀୟ ଶିକ୍ଷାନୀତି-୨୦୨୦ରେ ଦୁଇ ପ୍ରକାର ବିଶ୍ୱବିଦ୍ୟାଳୟ କଥା କୁହାଯାଇଛି। ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ ଓ ଟିଚିଂ ବିଶ୍ୱବିଦ୍ୟାଳୟ। ଆପଣ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କିପରି ରୂପାନ୍ତରିତ କରିବାକୁ ଚାହୁଁଛନ୍ତି ?
ଉ: ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗାମୀ ୫ବର୍ଷ ଭିତରେ ଏକ ମଲ୍‌ଟି ଡିସିପ୍ଲିନାରି ଟିଚିଂ ଇଣ୍ଟେନସିଭ୍‌ ୟୁନିଭରସିଟି କରିବାର ଯୋଜନା ରହିଛି। ଏହାର କାମ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସବୁ କ୍ଷେତ୍ରରେ ଭଲ ପୋର୍ଟଫୋଲିଓ ତିଆରି କରାଯିବ। ଏହି ଅବଧି ପରେ ଧୀରେ ଧୀରେ ତାକୁ ପୁଣି ୧୦-୧୨ବର୍ଷ ପରେ ରିସର୍ଚ୍ଚ ଇଣ୍ଟେନସିଭ୍‌ ୟୁନିଭରସିଟିରେ ରୂପାନ୍ତରିତ କରାଯିବ।
୨. ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବନବାସୀଙ୍କ ଜୀବନଧାରଣ ମାନ ବୃଦ୍ଧିରେ ସହାୟକ ହୋଇପାରିବ କି ?
ଉ: ନିଶ୍ଚିତ। ତାକୁ ହିଁ ଆଧାର କରି କାର୍ଯ୍ୟ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଦେବା ପାଇଁ ନାହିଁ। ଏହାର କିଛି ଗୁରୁଦାୟିତ୍ୱ ରହିଛି।
୩. ଏଥିପାଇଁ ଆପଣଙ୍କର କ’ଣ ପ୍ରସ୍ତାବ ରହିଛି ?
ଉ: ସେଠିକାର ଅଧିବାସୀମାନେ କିପରି କ୍ଷୁଦ୍ର ବ୍ୟବସାୟ କରିବେ, ଦକ୍ଷତା ବିକାଶ କରାଯିବ, ଡିଜିଟାଲ ଫାଇନାନ୍ସିଆଲ ଲିଟେରାସି ବଢ଼ାଇବା ଦିଗରେ ଉଦ୍ୟମ କରାଯାଉଛି। ସେଥିପାଇଁ ବିଶ୍ୱବିଦ୍ୟାଳୟରେ ଏକ ସ୍ବତନ୍ତ୍ର କ୍ୟାମ୍ପସ ଉତ୍ସର୍ଗୀକୃତ କରାଯିବ। ଯେଉଁଠାରେ ଟ୍ରାଇବାଲ ସ୍କିଲ୍‌ ଓ ଇନ୍‌କ୍ୟୁବେସନ ସେଣ୍ଟର କାମ କରିବ।
୪. ଆପଣ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅନେକ ପଦ ପଦବୀରେ ରହି ସଫଳତାର ସହ କାମ କରିଛନ୍ତି। ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କାମ କରିବା ବେଳେ କେଉଁ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ ବୋଲି ଭାବୁଛନ୍ତି?
ଉ: ଜମି ଅଧିଗ୍ରହଣ ହେଉଛି ବଡ଼ ଆହ୍ବାନ। ବର୍ତ୍ତମାନ ସୁଦ୍ଧା ସେଠି ଜମି ଅଧିଗ୍ରହଣ ହୋଇ ନାହିଁ। ସେଠାରେ ଅଧାରୁ ଅଧିକ ଜାଗା ହେଉଛି ପ୍ରାଇଭେଟ୍‌ ପ୍ଲଟ୍‌।
୫. କିପରି ତାହାର ସମାଧାନ କରାଯାଇ ପାରିବ ?
ଉ: ଭୂମିମାଲିକଙ୍କୁ କ୍ଷତିପୂରଣ ଦିଆଯିବା ପରେ ଜାଗା ଆସିପାରିବ। ଏ ନେଇ ମୁଁ ସେମାନଙ୍କ ମୁଖିଆଙ୍କ ସହ କଥା ହୋଇଛି। ସେମାନେ ସହଯୋଗ କରୁଛନ୍ତି। ସେମାନେ ବି ରାଜି ଅଛନ୍ତି। କ୍ଷତିପୂରଣ ମିଳିଗଲେ ସେମାନେ ଜାଗା ଦେବେ ବୋଲି କହୁଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇଛି। କ୍ଷତିପୂରଣ ଅଧିକ ହୋଇଯାଉଛି ବୋଲି ସମସ୍ତେ କହୁଛନ୍ତି। ତା’ର ଏକ ଫର୍ମୁଲା ବାହାର କରି ସମାଧାନ ନିଶ୍ଚିତ କରାଯିବ। ତିନି ଚାରି ବର୍ଷ ଭିତରେ ଧୀରେ ଧୀରେ ସମାଧାନ ହୋଇଯିବ ବୋଲି ଆଶା କରୁଛି।
୬. ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୋଟିଏ ସମୟରେ ସ୍ଥାପିତ ହୋଇଥିଲା। ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବହୁ ଆଗକୁ ଯାଇପାରିଛି। କିନ୍ତୁ ଓଡ଼ିଶା ନୁହେଁ। ଏହାର କାରଣ କ’ଣ ହୋଇପାରେ?
ଉ: ଏଥିପାଇଁ ବହୁଜଣ ଦାୟୀ ରହିବେ। ଯାହା ଆମକୁ ରାଜ୍ୟ ବିଶ୍ୱବିଦ୍ୟାଳୟରେ ଦିଆଯାଇପାରୁନି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦେଉ। ଏଭଳି ଆଶା ଆମର ଥିଲା। ଯେଉଁଥିପାଇଁ ଓଡ଼ିଶାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେଉ ବୋଲି ଆମେ ଦାବି କରିଥିଲୁ। କିନ୍ତୁ ହେଲା ପରେ ଆମେ ହିଁ କେବେ ପଚାରିନୁ ତାହା ହେଲା କି ନାହିଁ। ସେହିପରି ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଯେଉଁମାନଙ୍କୁ ନେତୃତ୍ୱ ମିଳିଲା, ସେମାନେ ମଧ୍ୟ ଦାୟୀ। ସେମାନଙ୍କର ଦାୟିତ୍ୱ ଅନେକ ଥିଲା, ଯେଉଁଥିପାଇଁ ସେମାନଙ୍କୁ ସେଠାରେ ନିଯୁକ୍ତି ଦିଆଗଲା ସେମାନେ ତାହା କଲେ ନାହିଁ।
୭. ଭାରତର ଗୋଟିଏ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଜଣେ ଓଡ଼ିଆ କୁଳପତିଙ୍କଠାରୁ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ କ’ଣ ଆଶା କରିପାରିବେ?
ଉ: ମୁଁ ତ ନିଶ୍ଚିତ ଭାବେ ଚାହିଁବି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଗକୁ ଯାଉ। ମୋର ପରିଚୟ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଓଡ଼ିଶାରେ ଜନ୍ମ ଓ ପାଠପଢ଼ା। ବିଭିନ୍ନ ସ୍ଥାନରେ ପାଠପଢ଼ା ହୋଇଛି। ଜଣେ ଆଲୁମ୍‌ନି ଭାବେ ଯଦି ମୋର ସହଯୋଗ ଚାହିଁବେ, ମୁଁ ନିଶ୍ଚିତ ସହଯୋଗ କରିବି।
୮. ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିରେ କ’ଣ ପରିବର୍ତ୍ତନର ଆବଶ୍ୟକତା ରହିଛି ?
ଉ: କରୋନା ଆମକୁ ବହୁତ ଶିକ୍ଷା ଦେଇଛି। ଅନ୍‌ଲାଇନ ଶିକ୍ଷା କେତେ ଗୁରୁତ୍ୱ ବହନ କରେ ତାହା କରୋନା ସମୟରେ ଆମେ ସମସ୍ତେ ଅନୁଭବ କଲେ। ତେଣୁ ଅନ୍‌ଲାଇନ୍‌ ଶିକ୍ଷା କିପରି ସୁଦୃଢ଼ ହେବ ସେଥିପ୍ରତି କାର୍ଯ୍ୟ କରିବା ଉଚିତ। ଭିତ୍ତିଭୂମି ବିକାଶ ପାଇଁ ବର୍ତ୍ତମାନ ବଡ଼ ବଡ଼ ବିଲ୍ଡିଂ ତିଆରି କରିବାର ଆବଶ୍ୟକତା ଆଉ ନାହିଁ। ଏବେ ଆଇଟି ଭିତ୍ତିଭୂମିର ବିକାଶ କରିବାକୁ ପଡ଼ିବ। କାରଣ ଆଗାମୀ ଦିନରେ ଆମକୁ ବ୍ଲେଣ୍ଡେଡ୍‌ ମୋଡ୍‌ରେ ପାଠ ପଢ଼ାଇବାକୁ ପଡ଼ିବ। ଅର୍ଥାତ୍‌ ୫୦% ଅନ୍‌ଲାଇନ୍‌ ଓ ୫୦% ଅଫ୍‌ଲାଇନ୍‌। ତେଣୁ କ୍ଲାସ୍‌ରୁମ୍‌କୁ ସେହିଭଳି ଭାବେ ତିଆରି କରିବାର ଅଛି।
୯. ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି ?
ଉ: ମତେ ସବୁବେଳେ ସମାଜ ଭିତରେ ବିଭିନ୍ନ ସମସ୍ୟା ଉପରେ ଷ୍ଟଡି କରିବାକୁ ଭଲଲାଗେ। ପଲିସି ମେକିଂରେ ରହିବାକୁ ଭଲ ଲାଗେ। ବିଶେଷକରି ଅର୍ଥନୀତି ଓ ଶିକ୍ଷା ପଲିସି ମେକିଂ ବଡିରେ ରହିବାକୁ ପସନ୍ଦ କରେ।
୧୦. ବାହାରକୁ ବୁଲିବାକୁ ପସନ୍ଦ କରନ୍ତି ?
ଉ: ଭଲ ଲାଗେ। ଆଗରୁ ସମୟ ମିଳୁଥିଲା ବହୁ ଜାଗାକୁ ବୁଲିବାକୁ ଯାଉଥିଲି। କିନ୍ତୁ ଏବେ ଦାୟିତ୍ୱ ବଢ଼ିଯାଇଛି। ତେଣୁ ଏବେ ବୁଲିବା ସମୟ ନୁହେଁ।
୧୧. ଟିଭିରେ କ’ଣ ଦେଖିବାକୁ ଭଲ ଲାଗେ ?
ଉ: ମୁଁ କେବଳ ନ୍ୟୁଜ୍‌ ଦେଖେ। ନ୍ୟୁଜ୍‌ ଆଉ ଭ୍ୟୁଜ୍‌ ମୋତେ ଭଲ ଲାଗେ। ପଲିଟିକାଲ, ଇକୋନୋମି ବିଷୟ ଉପରେ ଦେଖିବା ପାଇଁ ପସନ୍ଦ ଲାଗେ।
– ସାକ୍ଷାତ୍‌କାର: ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri