ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ ଶାଶୁଙ୍କ କଥା ଶୁଣିବା ପରେ ମାମଲା କାଉନସେଲିଂ ସେଣ୍ଟରକୁ ପଠାଇଥିଲେ। ପରାମର୍ଶଦାତା ଉଭୟ ପକ୍ଷଙ୍କୁ ଡାକିଥିଲେ। ଶାଶୁ କହିଛନ୍ତି ବୋହୂ କାହାର ପାଦ ଛୁଇଁବାକୁ ମନା କରୁଛି। ଏହି କାରଣରୁ, ମୋତେ ଅନେକ ଥର ଲଜ୍ଜିତ ହେବାକୁ ପଡୁଛି। ବୋହୂ କହିଛନ୍ତି, ପାଦ ନ ଛୁଇଁଲେ କ’ଣ ହେବ, ମୁଁ ମୋ ହୃଦୟରୁ ଶାଶୁ ଏବଂ ଶ୍ୱଶୁରଙ୍କୁ ସମ୍ମାନ କରେ। ଏହି ମାମଲା ପରେ ବୋହୂ ଏବେ ଗତ ୧୫ ଦିନ ଧରି ତାଙ୍କ ବାପଘରେ ଅଛନ୍ତି ।

ଏହି ମାମଲା ସିକନ୍ଦରା ପୋଲିସ ଷ୍ଟେଶନ ଅଞ୍ଚଳର। ବୋହୂ ହେଉଛନ୍ତି ବି.ଟେକ ପାସ ଏବଂ ଶାଶୁ ଜଣେ ଶିକ୍ଷୟିତ୍ରୀ। ପ୍ରାୟ ଦେଢ଼଼ ବର୍ଷ ପୂର୍ବରୁ ତାଙ୍କ ପୁଅର ବିବାହ ହୋଇଥିଲା। ଶାଶୁ କୁହନ୍ତି ବୋହୂ ମୋ ପାଦକୁ ସ୍ପର୍ଶ କରେ ନାହିଁ। ଯଦି ସେ ଶିକ୍ଷିତା ତେବେ ସେ କ’ଣ ପାଦ ଛୁଇଁବ ନାହିଁ । ମୁଁ ମଧ୍ୟ ଶିକ୍ଷିତା, ମୁଁ ଜଣେ ଶିକ୍ଷୟିତ୍ରୀ। ମୁଁ ସମସ୍ତଙ୍କ ପାଦ ଛୁଇଁଥାଏ। ବୋହୂକୁ ଅନେକ ଥର ମନାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଶୁଣୁ ନାହିଁ ।

ପାଦ ଛୁଇଁଲେ କ’ଣ ହେବ ବୋଲି ବୋହୂ କୁହନ୍ତି। ଯେପର୍ଯ୍ୟନ୍ତ କେହି ହୃଦୟରୁ ସମ୍ମାନ କରନ୍ତି ନାହିଁ ଏସବୁ କରିବା ଲୋକ ଦେଖାଣିଆ। ସେ ଶାଶୁ ଏବଂ ଶ୍ୱଶୁରଙ୍କୁ ହୃଦୟର ସହିତ ସମ୍ମାନ କରନ୍ତି, ସବୁକିଛି ମାନନ୍ତି, କେବଳ ସେମାନଙ୍କ ପାଦକୁ ସ୍ପର୍ଶ କରନ୍ତି ନାହିଁ। ତାଙ୍କର ଲୋକ ଦେଖାଣିଆ ମନୋଭାବ ନାହିଁ।

ପରାମର୍ଶଦାତା ଅମିତ ଗୌଡ଼ କହିଛନ୍ତି ଉଭୟ ପକ୍ଷଙ୍କୁ କାଉନସେଲିଂ ପାଇଁ ଡକାଯାଇଥିଲା। ଉଭୟ ପାର୍ଶ୍ୱକୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ। ଏହି ପ୍ରସଙ୍ଗରେ ପରବର୍ତ୍ତୀ ତାରିଖ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri