କଡ଼ା ସୁରକ୍ଷାରେ ନିୟମଗିରିରେ ଚାଲିଛି ସାନି ମତଦାନ

ବିଷମ କଟକ,୨୩।୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା ନିୟମଗିରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସାନି ମତଦାନ ଚାଲିଛି। ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଷମ କଟକ ବ୍ଲକର କୁର୍ଲ୍ଲୀ ପଞ୍ଚାୟତର ମୁଣ୍ଡବାଲି ବୁଥ୍‌ରେ ଭୋଟ ଟେମ୍ପେରିଂ ଅଭିଯୋଗ ହୋଇଥିଲା । ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ରାଜ୍ୟ ନିର୍ବାଚନ କମିଶନ ବୁଧବାର ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାନି ମତଦାନ ନେଇ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଗୁଣୁପୁର ଉପଜିଲାପାଳ ସନାଲ ଜେନା ସମେତ ଦୁଇ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି।