ପୁଣି ଖୋଲିଲା ଚିଟଫଣ୍ଡ ସଂସ୍ଥାର ପୁରୁଣା ଫାଇଲ୍‌

ଭୁବନେଶ୍ୱର,୮।୩: ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ ସମ୍ପତ୍ତି ଠାବ ହୋଇଛି। ଏହି ଯାଞ୍ଚ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ୨୩ ଲକ୍ଷ ନଗଦ ଟଙ୍କା, ୩୫ ଲକ୍ଷ ଟଙ୍କାର ଅଡି କ୍ୟୁ୩ କାର୍‌, ୨୪.୧୫ ଲକ୍ଷ ଟଙ୍କାର ଅଳଙ୍କାର, ବହୁ କାଗଜପତ୍ର, ଡିଜିଟାଲ୍‌ ଡିଭାଇସ୍‌ ଜବତ ହୋଇଥିବା ଶୁକ୍ରବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। (ଓଡି୦୨ସିଏଚ୍‌୨୮୦୯) ନମ୍ବର ବିଶିଷ୍ଟ ଉକ୍ତ ଅଡି କାର୍‌ଟି ବ୍ରହ୍ମପୁରର ଜଣେ ଠିକାଦାରଙ୍କ ବୋଲି ସୂଚନା ମିଳିଛି। ଆଉ ଜଣେ ଠିକାଦାରଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ଇଡି ପକ୍ଷରୁ ଗୁରୁବାର ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ଲିଙ୍କ୍‌ରେ ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ ମାଲିକଙ୍କ ଘର ଓ ଅଫିସ, ବିଲ୍ଡରଙ୍କ ଘର ସମେତ ପ୍ରାୟ ୪ ସ୍ଥାନ ଏବଂ ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ଆଦିରେ ଅଭିଯୁକ୍ତମାନଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା।
ସୂଚନାଯୋଗ୍ୟ, ୨୦୦୯ରେ ଅର୍ଥତତ୍ତ୍ୱ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାରେ ଶାଖା ଖୋଲି ବହୁ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କଠାରୁ ପ୍ରାୟ ୫ଶହ କୋଟି ଟଙ୍କା ଠକେଇ କରିଥିଲା। ଏନେଇ ୨୦୧୩ରେ ପ୍ରଥମେ ଭୁବନେଶ୍ୱର ଖାରବେଳନଗର ଥାନାରେ ମାମଲା ହେବା ସହ ପୋଲିସ କମ୍ପାନୀ ମୁଖ୍ୟ ପ୍ରଦୀପଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ଭାର ୨୦୧୪ରେ ସିବିଆଇକୁ ଦେଇଥିଲେ। ସିବିଆଇ ଏହି ଘଟଣାରେ ତଦନ୍ତ କରି ପ୍ରଦୀପଙ୍କ ଲିଙ୍କ୍‌ରେ ଥିବା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସିବିଆଇର ଚାର୍ଜଶିଟ୍‌ ଆଧାରରେ (ଇଡି) ତଦନ୍ତ କରୁଛି। ଏପରିକି ଇଡି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍‌ କରିଥିଲା। ୨୦୧୭ ଏପ୍ରିଲ ୬ରେ ପ୍ରଦୀପଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟ ୭ ବର୍ଷ ଜେଲଦଣ୍ଡ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ୪ ବର୍ଷ ଜେଲଦଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri