ପୁଣି ଖୋଲିଲା ଚିଟଫଣ୍ଡ ସଂସ୍ଥାର ପୁରୁଣା ଫାଇଲ୍‌

ଭୁବନେଶ୍ୱର,୮।୩: ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ ସମ୍ପତ୍ତି ଠାବ ହୋଇଛି। ଏହି ଯାଞ୍ଚ ବେଳେ ଅଭିଯୁକ୍ତମାନଙ୍କ ନିକଟରୁ ୨୩ ଲକ୍ଷ ନଗଦ ଟଙ୍କା, ୩୫ ଲକ୍ଷ ଟଙ୍କାର ଅଡି କ୍ୟୁ୩ କାର୍‌, ୨୪.୧୫ ଲକ୍ଷ ଟଙ୍କାର ଅଳଙ୍କାର, ବହୁ କାଗଜପତ୍ର, ଡିଜିଟାଲ୍‌ ଡିଭାଇସ୍‌ ଜବତ ହୋଇଥିବା ଶୁକ୍ରବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। (ଓଡି୦୨ସିଏଚ୍‌୨୮୦୯) ନମ୍ବର ବିଶିଷ୍ଟ ଉକ୍ତ ଅଡି କାର୍‌ଟି ବ୍ରହ୍ମପୁରର ଜଣେ ଠିକାଦାରଙ୍କ ବୋଲି ସୂଚନା ମିଳିଛି। ଆଉ ଜଣେ ଠିକାଦାରଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି। ଇଡି ପକ୍ଷରୁ ଗୁରୁବାର ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ଲିଙ୍କ୍‌ରେ ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ ମାଲିକଙ୍କ ଘର ଓ ଅଫିସ, ବିଲ୍ଡରଙ୍କ ଘର ସମେତ ପ୍ରାୟ ୪ ସ୍ଥାନ ଏବଂ ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ଆଦିରେ ଅଭିଯୁକ୍ତମାନଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା।
ସୂଚନାଯୋଗ୍ୟ, ୨୦୦୯ରେ ଅର୍ଥତତ୍ତ୍ୱ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାରେ ଶାଖା ଖୋଲି ବହୁ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କଠାରୁ ପ୍ରାୟ ୫ଶହ କୋଟି ଟଙ୍କା ଠକେଇ କରିଥିଲା। ଏନେଇ ୨୦୧୩ରେ ପ୍ରଥମେ ଭୁବନେଶ୍ୱର ଖାରବେଳନଗର ଥାନାରେ ମାମଲା ହେବା ସହ ପୋଲିସ କମ୍ପାନୀ ମୁଖ୍ୟ ପ୍ରଦୀପଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ଭାର ୨୦୧୪ରେ ସିବିଆଇକୁ ଦେଇଥିଲେ। ସିବିଆଇ ଏହି ଘଟଣାରେ ତଦନ୍ତ କରି ପ୍ରଦୀପଙ୍କ ଲିଙ୍କ୍‌ରେ ଥିବା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସିବିଆଇର ଚାର୍ଜଶିଟ୍‌ ଆଧାରରେ (ଇଡି) ତଦନ୍ତ କରୁଛି। ଏପରିକି ଇଡି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍‌ କରିଥିଲା। ୨୦୧୭ ଏପ୍ରିଲ ୬ରେ ପ୍ରଦୀପଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟ ୭ ବର୍ଷ ଜେଲଦଣ୍ଡ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ୪ ବର୍ଷ ଜେଲଦଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?