ଆର୍‌ଡିସି, ଜିଲାପାଳଙ୍କ ତଦନ୍ତ

ଧାମନଗର, ୧୬।୩ – ଭଦ୍ରକ ଜିଲା ଧାମନଗର ତହସିଲରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ତହସିଲ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ତ୍ରିଲୋଚନ ମାଝି ଅଚାନକ ପହଞ୍ଚି ତଦନ୍ତ ଆରମ୍ଭ କରି ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରି ଫେରିଛନ୍ତି। ସୂଚନା ଅନୁଯାୟୀ, ଧାମନଗର ତହସିଲରେ ଚଳିତ ବର୍ଷ ଚାଲିଥିବା ଇଣ୍ଟରନାଲ ଅଡିଟ ବିବରଣୀରେ ଦର୍ଶାଯାଇଛି ଯେ, ଉକ୍ତ ତହସିଲ ନାମରେ ୨୩ଟି ଜମାଖାତା ରହିଛି। ୨୩ଟିରୁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଉଲ୍ଲେଖ ଥିବା ବେଳେ ଅନ୍ୟ ୧୮ଟି ବ୍ୟାଙ୍କ ଆକାଉଣ୍ଟର କୌଣସି କ୍ୟାସବୁକରେ ଉଲ୍ଲେଖ ଜରାଯାଇନାହିଁ। ଅଡିଟ ରିପୋର୍ଟରେ କୁହାଯାଇଛି ଏହି ୧୮ଟି ବ୍ୟାଙ୍କ ଆକାଉଣ୍ଟରେ ଅଦ୍ୟାବଧି ୨କୋଟି ୬୭ ଲକ୍ଷ ୮୫ ହଜାର ୭୮୦ ଟଙ୍କା ରହିଛି। ଏହି ବିଷୟରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ମଁୁ ଏହି ବିଷୟରେ ବର୍ତ୍ତମାନ କିଛି କହିପାରିବି ନାହିଁ । ମୋ ସମୟରେ କୌଣସି ନୂଆ ଆକାଉଣ୍ଟ ଖୋଲାଯାଇ ନାହିଁ। ରିପୋର୍ଟରେ ଦର୍ଶାଯାଇଛି ୨୦୧୧ରୁ ୨୦୨୦ ମଧ୍ୟରେ ଥିବା ୭ଜଣ ତହସିଲଦାରଙ୍କ ସମୟରେ ଆକାଉଣ୍ଟ ଖୋଲାଯାଇଛି। ସେଥିରୁ ୧୭ଟି ଜମାଖାତା ଖୋଲାଯାଇଥିବା ବେଳେ ଅନ୍ୟ ଗୋଟିଏ ୨୦୦୩ରେ ଖୋଲାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟ ଯେଉଁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଲେଖା ହେଇଛି। ସେଗୁଡିକ ମଧ୍ୟ ଅନେକ ପୁରୁଣା ଜମାଖାତା ବୋଲି ସେ ପ୍ରତ୍ୟୁତ୍ତର ରଖିଥିଲେ। ଏନେଇ ଆର୍‌ଡିସି ଗଣମାଧ୍ୟମକୁ ସୂଚନା ଦେଇ ଘଟଣାର ତଦନ୍ତ କରାଯାଉଥିବା ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri