ଏସ୍‌ଏଚ୍‌ଜି ମହିଳାଙ୍କୁ ଦକ୍ଷତା ତାଲିମ ଦେବ ଆର୍‌ସିପିଏସ୍‌ଡିସି

ଭୂବନେଶ୍ୱର ,୧୧।୧୨: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଜୋତା ଉପତ୍ାଦନ କ୍ଷେତ୍ରରେ ବଜାର କୈନ୍ଦ୍ରିକ ଦକ୍ଷତା ଏବଂ ଉଦ୍ୟୋଗ ପ୍ରୋତ୍ସାହନ ମାଧ୍ୟମରେ ଏସ୍‌ଏଚ୍‌ଜି ମହିଳା ସଦସ୍ୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି କରିବା ଲାଗି ରବର, କେମିକାଲ ଆଣ୍ଡ ପେଟ୍ରୋକେମିକାଲ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ କାଉନ୍‌ସିଲ (ଆର୍‌ସିପିଏସ୍‌ଡିସି) ସହ ସହଭାଗିତା କରିଛି। ଏପରିକି ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦୦ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ଆର୍‌ସିପିଏସ୍‌ଡିସି ଦ୍ୱାରା ଜୋତା ଉପତ୍ାଦନ (ହାୱାଇ ସ୍ଲିପର) କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନଙ୍କୁ ନିଜର କ୍ଷୁଦ୍ର ଉପତ୍ାଦନ ଆସେମ୍ବ୍‌ଲି ୟୁନିଟ୍‌ ଆରମ୍ଭ କରିବା ପାଇଁ ସଶକ୍ତ କରାଯିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ ମାନ୍‌ସୀ ନିମ୍ଭାଲ ଏବଂ ଆର୍‌ସିପିଏସ୍‌ଡିସିର ସିଇଓ ସୈଫ୍‌ ମହମ୍ମଦଙ୍କ ମଧ୍ୟରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏ ସମ୍ପର୍କରେ ଆର୍‌ସିପିଏସ୍‌ଡିସି ସିଇଓ ସୈଫ୍‌ ମହମ୍ମଦ କହିଛନ୍ତି, ଏକ ବିସ୍ତୃତ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ମହିଳା ସଦସ୍ୟଙ୍କୁ କଞ୍ଚାମାଲ ହାସଲ କରିବାଠାରୁ ଆରମ୍ଭକରି ସଂରକ୍ଷଣ, ଉପତ୍ାଦନ, ଗୁଣବତ୍ତା ଯାଞ୍ଚ, ପ୍ୟାକେଜିଂ, ଓୟାରହାଉସିଂ, ବିକ୍ରି, ବୁକ୍‌କିପିଙ୍ଗ୍‌ ଓ ବ୍ୟାଙ୍କିଙ୍ଗ୍‌ ପର୍ଯ୍ୟନ୍ତ ଜୋତା ଉପତ୍ାଦନର ସମସ୍ତ ଦିଗରେ ପ୍ରଶିକ୍ଷିତ କରାଯିବ। ଦକ୍ଷତା ପ୍ରଶିକ୍ଷଣ ବ୍ୟତୀତ ଆର୍‌ସିପିଏସ୍‌ଡିସି ଏସ୍‌ଏଚ୍‌ଜି କିମ୍ବା ଉପତ୍ାଦକ ଗୋଷ୍ଠୀଗୁଡ଼ିକୁ ବଡ଼ ରିଟେଲର କିମ୍ବା ରପ୍ତାନି ସଂସ୍ଥାଗୁଡିକ ସହ କାମ ପାଇଁ ସଂଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri