ଏସ୍‌ଏଚ୍‌ଜି ମହିଳାଙ୍କୁ ଦକ୍ଷତା ତାଲିମ ଦେବ ଆର୍‌ସିପିଏସ୍‌ଡିସି

ଭୂବନେଶ୍ୱର ,୧୧।୧୨: ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଜୋତା ଉପତ୍ାଦନ କ୍ଷେତ୍ରରେ ବଜାର କୈନ୍ଦ୍ରିକ ଦକ୍ଷତା ଏବଂ ଉଦ୍ୟୋଗ ପ୍ରୋତ୍ସାହନ ମାଧ୍ୟମରେ ଏସ୍‌ଏଚ୍‌ଜି ମହିଳା ସଦସ୍ୟମାନଙ୍କ ପାଇଁ ଜୀବିକା ସୁଯୋଗ ବୃଦ୍ଧି କରିବା ଲାଗି ରବର, କେମିକାଲ ଆଣ୍ଡ ପେଟ୍ରୋକେମିକାଲ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ କାଉନ୍‌ସିଲ (ଆର୍‌ସିପିଏସ୍‌ଡିସି) ସହ ସହଭାଗିତା କରିଛି। ଏପରିକି ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦୦ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ଆର୍‌ସିପିଏସ୍‌ଡିସି ଦ୍ୱାରା ଜୋତା ଉପତ୍ାଦନ (ହାୱାଇ ସ୍ଲିପର) କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନଙ୍କୁ ନିଜର କ୍ଷୁଦ୍ର ଉପତ୍ାଦନ ଆସେମ୍ବ୍‌ଲି ୟୁନିଟ୍‌ ଆରମ୍ଭ କରିବା ପାଇଁ ସଶକ୍ତ କରାଯିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ ମାନ୍‌ସୀ ନିମ୍ଭାଲ ଏବଂ ଆର୍‌ସିପିଏସ୍‌ଡିସିର ସିଇଓ ସୈଫ୍‌ ମହମ୍ମଦଙ୍କ ମଧ୍ୟରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଏ ସମ୍ପର୍କରେ ଆର୍‌ସିପିଏସ୍‌ଡିସି ସିଇଓ ସୈଫ୍‌ ମହମ୍ମଦ କହିଛନ୍ତି, ଏକ ବିସ୍ତୃତ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ମହିଳା ସଦସ୍ୟଙ୍କୁ କଞ୍ଚାମାଲ ହାସଲ କରିବାଠାରୁ ଆରମ୍ଭକରି ସଂରକ୍ଷଣ, ଉପତ୍ାଦନ, ଗୁଣବତ୍ତା ଯାଞ୍ଚ, ପ୍ୟାକେଜିଂ, ଓୟାରହାଉସିଂ, ବିକ୍ରି, ବୁକ୍‌କିପିଙ୍ଗ୍‌ ଓ ବ୍ୟାଙ୍କିଙ୍ଗ୍‌ ପର୍ଯ୍ୟନ୍ତ ଜୋତା ଉପତ୍ାଦନର ସମସ୍ତ ଦିଗରେ ପ୍ରଶିକ୍ଷିତ କରାଯିବ। ଦକ୍ଷତା ପ୍ରଶିକ୍ଷଣ ବ୍ୟତୀତ ଆର୍‌ସିପିଏସ୍‌ଡିସି ଏସ୍‌ଏଚ୍‌ଜି କିମ୍ବା ଉପତ୍ାଦକ ଗୋଷ୍ଠୀଗୁଡ଼ିକୁ ବଡ଼ ରିଟେଲର କିମ୍ବା ରପ୍ତାନି ସଂସ୍ଥାଗୁଡିକ ସହ କାମ ପାଇଁ ସଂଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri