Categories: ବାଣିଜ୍ୟ

ଉଡାନ୍‌ ସହ ଆର୍‌ସିପିଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୫: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ (ଆରସିପିଏଲ) ଏବଂ ଉଡାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥା ମଧ୍ୟରେ ଏକ ସର୍ବଭାରତୀୟ ବିତରଣ ଭାଗୀଦାରି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆରସିପିଏଲର କାମ୍ପା ପାନୀୟର ପରିସର ୫୦,୦୦୦ ରୁ ଅଧିକ ଖୁଚୁରା ବ୍ୟବସାୟୀ ଓ କିରାନା ଷ୍ଟୋରରେ ଉପଲବ୍ଧ ହେବ। ଏପରିକି ଏହା ଆସନ୍ତା ଦୁଇ ମାସ ମଧ୍ୟରେ ଧୀରେ ଧୀରେ ଏକ ଲକ୍ଷରୁ ଅଧିକ ଖୁଚୁରା ବ୍ୟବସାୟୀ/କିରାନା ଷ୍ଟୋରକୁ ବିସ୍ତାର କରାଯିବ ବୋଲି ଜଣାପଡିଛି। ସେହିଭଳି ଉଡାନ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ତିନୋଟି ନୂତନ କାମ୍ପା ସ୍ବାଦ କୋଲା, ଅରେଞ୍ଜ ଏବଂ କ୍ଲିଅର ଲାଇମର ବ୍ୟବହାର ପାଇଁ ୨୦୦ମିଲି, ୫୦୦ମିଲି ଯାତ୍ରା ସମୟରେ ଏବଂ ଘରୋଇ ବ୍ୟବାହର ପାଇଁ ୨୦୦୦ ମିଲି ଫ୍ୟାମିଲି ପ୍ୟାକ ସହିତ ବିଭିନ୍ନ ଉପଭୋକ୍ତା ରେଞ୍ଜ ଏବଂ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେବ ା ଉଲ୍ଲେଖଯୋଗ୍ୟ ଖୁଚୁରା ଦେଶର ସର୍ବବୃହତ ବି୨ବି ପ୍ଲାଟଫର୍ମ ଉଡାନ ଜରିଆରେ ଆରସିପିଏଲର ପାନୀୟ ବ୍ରାଣ୍ଡ କାମ୍ପାର ବିସ୍ତୃତ ରେଞ୍ଜ ଉପଲବ୍ଧ ହେବ। ଏ ସମ୍ପର୍କରେ ଉଡାନର ମୁଖ୍ୟ (ଏଫଏମସିଜି ବ୍ୟବସାୟ) ବିନୟ ଶ୍ରୀବାସ୍ତବ କହିଥିଲେ, ଏହି ଗ୍ରୀଷ୍ମରେ ଭାରତୀୟ ଗ୍ରାହକଙ୍କୁ ‘ଦି ଗ୍ରେଟ୍‌ ଇଣ୍ଡିଆନ ଟେଷ୍ଟ’ ଉପସ୍ଥାପନ ଏବଂ ଉପଲବ୍ଧ କରିବାକୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ଏକ ବ୍ୟୟ ପ୍ରଭାବୀ ବିତରଣ ନେଟୱର୍କ ସହିତ ବିଶାଳ ଖୁଚୁରା ବ୍ୟବସାୟ ଆଧାର ମିଳିତ ହୋଇ ଭାରତରେ ‘କାମ୍ପା’ ପରିସର ପାଇଁ ବଜାର ପ୍ରବେଶ ସହ ଆରସିପିଏଲର ଆବଶ୍ୟକତା ପୂରଣ କରିବାକୁ ଯାଉଛି। ଏପରିକି ଉଭୟ ସଂସ୍ଥାର ବୁଝାମଣା ଆମକୁ ଏକ ସ୍ବତନ୍ତ୍ର ସ୍ଥିତିରେ ରଖିଛି ବୋଲି ଆମେ ବିଶ୍ୱାସ କରୁଛୁ।

Share