Categories: ଜାତୀୟ

ଆର୍‌.ସି.ପି. ସିଂ ହୋଇ ପାରନ୍ତି ଜେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ: ନୀତିଶ ଦେଲେ ସଙ୍କେତ

ପାଟନା,୨୭।୧୨: ଜେଡ଼ିୟୁର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ବିବହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ସଙ୍କେତ ଦେଇଛନ୍ତି। ସେ ଆର୍‌.ସି.ପି. ସିଂଙ୍କୁ ଗେଡ଼ିୟୁର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତିି। ନୀତିଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ହେବା ଏହା ଠିକ କଥା ନୁହେଁ। ଆର୍‌.ସି.ପି. ସିଂଙ୍କ ନେତୃତ୍ୱରେ ଜେଡ଼ିୟୁ ଭଲ ପ୍ରଦର୍ଶନ କରିବ ବୋଲି ନୀତିଶ କହିଛନ୍ତି। ନୀତିଶଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି।

Share