Categories: Home Leftଖେଳ

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ(GT)ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବ।

ସୂଚନା ଯୋଗ୍ୟ, ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିବା ବେଳେ କ୍ୱାଲିଫାୟର-୧ ମ୍ୟାଚ୍‌ରେ ଆର୍‌ସିବି ବଡ଼ ବ୍ୟବଧାନରେ ଗୁଜରାଟକୁ ପରାସ୍ତ କରିଥିଲା। ଏଣୁ ଡିଫେଣ୍ଡିଂ ଚାମ୍ପିୟନ ଆର୍‌ସିବିକୁ ଫେଭରାଇଟ ବିବେଚନା କରାଯାଉଛି।

ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ: ବିରାଟ କୋହଲି, ଦେବଦତ୍ତ ପଡିକଲ, ଜିତେଶ ଶର୍ମା(ଉଇକେଟକିପର), ରଜତ ପଟିଦାର(ଅଧିନାୟକ), କୃନାଲ ପାଣ୍ଡ୍ୟା, ଟିମ୍‌ ଡେଭିଡ୍‌, ରୋମାରିଓ ଶେଖର, ଭୁବନେଶ୍ୱର କୁମାର, ଯାଦବ ଡଫି, ଜୋଶ ହାଜଲେଉଡ, ରସିଖ ସଲାମ ଦାର

ଗୁଜରାଟ ଟାଇଟନ୍ସ ଦଳ: ସାଇ ସୁଦର୍ଶନ, ଶୁବମନ ଗିଲ(ଅଧିନାୟକ), ଜୋଶ ବଟଲର, ଓ୍ବାଶିଂଟନ ସୁନ୍ଦର, ରାହୁଲ ଟଓ୍ବେଟିୟା, ଜାସନ ହୋଲ୍ଡର, ନିଶାନ୍ତ ସିନ୍ଧୁ, ରଶିଦ ଖାନ, ଅର୍ଶଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ,

Share