ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ ଆଇପିଏଲ୍‌-୨୦୨୨ରେ ଆର୍‌ସିବି ମଙ୍ଗ କିଏ ଧରିବ ସେନେଇ ଅନେକ କ୍ରିକେଟରଙ୍କ ନାମ ଆଲୋଚନାର ପରିସରକୁ ଆସିଛି। ଏବେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଫାଫ୍‌ ଡୁ ପ୍ଲେସିସ୍‌ ଆର୍‌ସିବିର ଆଗାମୀ ଅଧିନାୟକ ହେବେ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଆର୍‌ସିବି ଅଧିନାୟକ ପଦ ପାଇଁ ଫାଫ୍‌ ଡୁ ପ୍ଲେସିସ୍‌ ଉଚିତ ଦାବିଦାର। ପୂର୍ବରୁ ମାକ୍ସଓ୍ବେଲଙ୍କ ଉପଲବ୍ଧତା ଉପରେ ଏହି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଥିଲା। ହେଲେ ଏବେ ସେ ନିଜର ବିବାହ କାରଣରୁ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମୁକାବିଲା ଖେଳିପାରିବେ ନାହିଁ। ଏଣୁ ଡୁ ପ୍ଲେସିସ୍‌ ସଠିକ୍‌ ବିକଳ୍ପ ବୋଲି କୁହାଯାଉଛି।

ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ ମେଗା ନିଲାମରେ ଆର୍‌ସିବି ଡୁ ପ୍ଲେସିସ୍‌ଙ୍କୁ ୭ କୋଟି ଟଙ୍କାରେ କିଣିଛି। ଏଣୁ ଫ୍ରାଞ୍ଚାଇଜ୍‌ ଦଳର ମଙ୍ଗ ଏହି ଖେଳାଳିଙ୍କୁ ଦେଇପାରନ୍ତି ବୋଲି କୁହାଯାଉଛି। ଯଦି ଏପରି ହୁଏ ତେବେ ବିରାଟଙ୍କୁ ତାଙ୍କର ନିର୍ଦ୍ଦେଶ ମାନିବାକୁ ହେବ।

Share