ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)।

ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୫ ଉଇକେଟ ହରାଇ ୨୨୧ ରନ କରିଥିଲା। ଘରୋଇ ପିଚ୍‌ରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ମୁମ୍ବାଇ ଇନିଂସ ୨୦ ଓଭରରେ ୨୦୯/୯ରେ ସୀମିତ ହୋଇ ଯାଇଥିଲା। ତିଲକ ବର୍ମା ୫୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୪୨ ରନକରି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ ହେଁ ଆସିବି ବୋଲରମାନେ ଠିକ୍‌ ସମୟରେ ଧୈର୍ଯ୍ୟ ଦେଖାଇ ବାଜି ମାରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୯ ରନ ଆବଶ୍ୟକ ହେଉଥିବାବେଳେ କୃନାଲ ପାଣ୍ଡ୍ୟା ମାତ୍ର ୬ ରନ ଦେଇ ୩ଟି ଉଇକେଟ ନେବା ସହ ନିଜ ଭାଇ ହାର୍ଦ୍ଦିକଙ୍କୁ ପରାଜୟ ସ୍ବାଦ ଚଖାଇଥିଲେ। ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ଏହାଥିଲା ଆରସିବିର ପ୍ରଥମ ବିଜୟ। ଆରସିବି ୪ ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ମୁମ୍ବାଇ ୫ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଛି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବି ମାତ୍ର ୪ ରନରେ ଫିଲିପ୍‌ ସଲ୍ଟଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ବିରାଟ କୋହଲି ଓ ଦେବଦତ୍ତ ପଡିକଲ ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୫୨ ବଲ୍‌ରୁ ୯୧ ରନ ଯୋଗ କରିବାପରେ ପଡିକଲଙ୍କୁ ଆଉଟ କରି ମୁମ୍ବାଇକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଭିଗ୍ନେଶ ପୁଥୁର। ପଡିକଲ ୨୨ ବଲ୍‌ରୁ ୩୭ (୨ ଚୌକା, ୩ ଛକା) ରନ କରିଥିଲେ। କୋହଲି କିନ୍ତୁ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଭାରତୀୟ ଭାବେ ଟି୨୦ କ୍ରିକେଟରେ ୧୩,୦୦୦ ରନ ପୂରଣ କରିଥିଲେ। ସେ ୪୨ ବଲ୍‌ରୁ ୬୭ (୮ ଚୌକା, ୨ ଛକା) ରନ କରିଥିଲେ। ୧୫ତମ ଓଭରରେ କୋହଲି ଓ ଲିଆମ ଲିଭିଂଷ୍ଟୋନଙ୍କୁ ଆଉଟ କରି ହାର୍ଦ୍ଦିକ ଟି୨୦ କ୍ରିକେଟରେ ୨୦୦ ଉଇକେଟ ପୂରଣ ସହ ମୋମେଣ୍ଟମକୁ ମୁମ୍ବାଇ ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମା ତାହା ହେବାକୁ ଦେଇ ନ ଥିଲେ। ଦୁହେଁ ଦ୍ରୁତ ହାରରେ ରନ ସଂଗ୍ରହ କରି ଆରସିବି ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୫ମ ଉଇକେଟରେ ମାତ୍ର ୨୭ ବଲ୍‌ରୁ ୬୯ ରନର ଭାଗୀଦାରି ହେବାପରେ ପଟିଦାର ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୫ ଚୌକା ଓ ୪ ଛକା ସହାୟତାରେ ୬୪ ରନ କରିଥିଲେ। ଜୀତେଶ ମାତ୍ର ୧୯ ବଲ୍‌ରୁ ୪୦ (୨ଚୌକା, ୪ଛକା) ରନରେ ଅପରାଜିତ ରହିବାରୁ ଆରସିବି ସ୍କୋର ୨୨୧ରେ ପହଞ୍ଚତ୍ଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏ ଏବଂ ଭିଗ୍ନେଶ ପୁଥୁର ଗୋଟିଏ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଯଶପ୍ରୀତ୍‌ ବୁମ୍‌ରା ଭଲ ବୋଲିଂ କରିଥିଲେ ହେଁ ଉଇକେଟ ପାଇ ନ ଥିଲେ।

ସଂକ୍ଷିପ୍ତ ସ୍କୋର

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୨୧/୫ (ବିରାଟ କୋହଲି-୬୭, ରଜତ ପଟିଦାର-୬୪, ଜୀତେଶ ଶର୍ମା-୪୦*, ଦେବଦତ୍ତ ପଡିକଲ-୩୭, ଟ୍ରେଣ୍ଟ ବୋଲ୍ଟ-୨/୫୭, ହାର୍ଦ୍ଦିକ ପାଣ୍ଡ୍ୟା-୨/୪୫, ଭିଗ୍ନେଶ ପୁଥୁର-୧/୧୦)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୯/୯ (ତିଲକ ବର୍ମା-୫୬, ହାର୍ଦ୍ଦିକ ପାଣ୍ଡ୍ୟା-୪୨, ସୂର୍ଯ୍ୟକୁମାର ଯାଦବ-୨୮, କୃନାଲ ପାଣ୍ଡ୍ୟା-୪/୪୫, ୟଶ ଦୟାଲ-୨/୪୬, ଜୋଶ ହାଜେଲଉଡ-୨/୩୭, ଭୁବନେଶ୍ୱର କୁମାର-୧/୪୮)।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?