Posted inଖେଳ

ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍‌ରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏଥର ପ୍ରଶଂସକମାନେ ଟାଇଟଲ ଜିତିବାର ସ୍ବପ୍ନ ସାକାର ହେଉଥିବା ଦେଖୁଛନ୍ତି। ଦଳ ଚମତ୍କାର ଫର୍ମ ଦେଖାଇଛି। ଜଣେ ପ୍ରଶଂସକ ଏତେ ପାଗଳ ଯେ, ସେ ତାଙ୍କ ବିବାହ ଦିନ ଏକ ସର୍ତ୍ତ ରଖିଛନ୍ତି।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବିବାହ କରିବାକୁ ଯାଉଥିବା ଜଣେ ଯୁବକ ଏପରି କିଛି କହୁଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। RCB ପ୍ରଶଂସକ ଜଣଙ୍କ ବିବାହ ଦିନ ଏକ ସର୍ତ୍ତ ରଖିଛନ୍ତି ଯେ, ତାଙ୍କ ଦଳ ଟ୍ରଫି ଜିତିବା ପରେ ହିଁ ସେ ତାଙ୍କର ଚଉଠି ରାତି ପାଳନ କରିବେ। ଏହି ବିବାହ ଭିଡିଓ ସାମ୍ନାକୁ ଆସିଛି ତାହା ତିନି ସପ୍ତାହ ପୁରୁଣା ଏବଂ ଏହା ମେ ୯ରେ ପୋଷ୍ଟ କରାଯାଇଥିଲା। ଯେତେବେଳେ ଭିଡିଓଟି ପୋଷ୍ଟ କରାଯାଇଥିଲା, ସେତେବେଳେ ଲିଗ ପର୍ଯ୍ୟାୟ ମ୍ୟାଚ ଚାଲିଥିଲା ଏବଂ କେହି ଜାଣି ନ ଥିଲେ ଯେ କେଉଁ ଦଳ ଫାଇନାଲରେ ପହଞ୍ଚିବ।

ବରଙ୍କ ବନ୍ଧୁ ଏହି ଭିଡିଓଟି ତିଆରି କରିଛନ୍ତି। ଏଥିରେ ସେ କହିଛନ୍ତି, ଆମେ ଦୁହେଁ RCB ପ୍ରଶଂସକ ଏବଂ ଆଜି ମୋ ଭାଇର ବିବାହ। ଏହି ସମୟରେ ତାଙ୍କ ବନ୍ଧୁ ବରଙ୍କୁ କୁହନ୍ତି, RCB ପାଇଁ କ’ଣ କହିବାକୁ ଚାହଁ? ଏହା ଉପରେ, ବର କହିଥିଲେ ଯେ, RCB ଟ୍ରଫି ନ ଜିତିବା ପର୍ଯ୍ୟନ୍ତ ମୁଁ ମୋର ଚଉଠି ପାଳନ କରିବି ନାହିଁ।

ରୟାଲ ଚ୍ୟାଲେଞ୍ଜର୍ସ ଦଳ ଏପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଟାଇଟଲ ଜିତିବାରେ ବିଫଳ ହୋଇଛି, କିନ୍ତୁ ଏହାର ଫ୍ୟାନ ଫଲୋଇଂ ବହୁତ ଶକ୍ତିଶାଳୀ। ଜିତିବାର ଆଶାରେ ପ୍ରତ୍ୟେକ ସିଜିନ ଆରମ୍ଭ କରିବା ପରେ, ନିରାଶ ହେବା ପରେ ମଧ୍ୟ, ପ୍ରଶଂସକମାନେ ଏହି ଦଳ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଏହି ସିଜିନରେ, RCB ଦଳ ବହୁତ ଭଲ ଖେଳ ଖେଳି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri