Posted inଖେଳ

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପଏଣ୍ଟ ଟେବୁଲର ସ୍ଥିତି ଏପରି ରହିଛି ଯେ ପ୍ଲେ-ଅଫ୍‌ ପ୍ରବେଶ ପାଇଁ ଉଭୟ ଦଳ ଲାଗି ଏହି ମ୍ୟାଚ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି।

ଗୁରୁବାର ବର୍ଷା ଯୋଗୁ ମ୍ୟାଚ ବାତିଲ ହେବାରୁ ହାଇଦ୍ରାବାଦ ପ୍ଲେ-ଅଫ୍‌ରେ ପ୍ରବେଶ କରି ଯାଇଥିଲା। ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍‌ରେ ପହଞ୍ଚି ସାରିଛନ୍ତି। ତେଣୁ ଏହି ପୋଜିଶନ ପାଇଁ ୩ ଦଳର ନାମ ପକ୍କା ହୋଇ ସାରିଥିବାବେଳେ ଏବେ ଆଉ ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଥିବା ଆର୍‌ସିବି ଓ ସିଏସ୍‌କେ ମଧ୍ୟରେ ଏହି ମୁକାବିଲା ହେବାକୁ ଯାଉଛି। ରନ୍‌ ହାର ଓ ପଏଣ୍ଟ ଦୃଷ୍ଟିରୁ ସିଏସ୍‌କେ ଉନ୍ନତ ସ୍ଥିତିରେ ରହିଛି।

ଏହାର ପଏଣ୍ଟ ୧୪ ଥିବାବେଳେ ରନ୍‌ ହାର +୦.୫୨୮ ଅଛି। ଅନ୍ୟପକ୍ଷରେ ୧୨ ପଏଣ୍ଟରେ ଥିବା ଆର୍‌ସିବିର ରନ୍‌ ହାର +୦.୩୮୭ ରହିଛି। ଆଗାମୀ ମ୍ୟାଚ ପାଇଁ ସିଏସ୍‌କେ ଫେଭରାଇଟ ବିବେଚିତ ହେଉଛି। କାରଣ ଏହି ଭେନ୍ୟୁରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୮ ମ୍ୟାଚ ହୋଇଥିବାବେଳେ ଚେନ୍ନାଇ ମାତ୍ର ଥରେ ପରାଜୟ ବରଣ କରିଛି। ଏ ସବୁ ମଧ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଥିବାରୁ ସବୁ ଅଙ୍କ ବିଗିଡ଼ିବା ସମ୍ଭାବନା ରହିଛି। ମ୍ୟାଚ ବାତିଲ ହେଲେ ସିଏସ୍‌କେ ସିଧାସଳଖ ପ୍ଲେ-ଅଫ୍‌ରେ ପ୍ରବେଶ କରିବ। ମ୍ୟାଚ ହେଲେ ଆର୍‌ସିବିକୁ ଅତିକମ୍‌ରେ ୧୮ ରନରେ ଏବଂ ରନ୍‌ ଚେଜ୍‌ କ୍ଷେତ୍ରରେ ୧୧ ବଲ୍‌ ବାକିଥାଇ ବିଜୟ ହାସଲ କରିବାକୁ ହେବ।

ଆର୍‌ସିବି କ୍ରମାଗତ ୬ ମ୍ୟାଚ ହାରିବା ପରେ ୫ ମ୍ୟାଚ ଜିତି ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି। ଅରେଞ୍ଜ କ୍ୟାପଧାରୀ ବିରାଟ କୋହଲି ଏବେ ଚମତ୍କାର ଫର୍ମରେ ଅଛନ୍ତି। ଗତ ୫ ଇନିଂସ ମଧ୍ୟରେ ସେ ୩ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ଆଗାମୀ ମ୍ୟାଚରେ ତାଙ୍କ ବ୍ୟାଟ୍‌ରୁ ଆଉ ଏକ ଦର୍ଶନୀୟ ଇନିଂସ ଆଶା କରିବ ଆର୍‌ସିବି। ଗତ ୨ଟି ମ୍ୟାଚରେ ଅଧିନାୟକ ଫାଫ୍‌ ଡୁପ୍ଲେସି ଏକ ଅଙ୍କରେ ଆଉଟ ହୋଇଛନ୍ତି।

ତେଣୁ ସେ ମଧ୍ୟ ବଡ଼ ସ୍କୋର କରନ୍ତୁ ବୋଲି ଦଳ ଚାହିଁବ। ମିଡିଲ ଅର୍ଡରରେ ରଜତ ପଟିଦାର ଓ କାମେରନ ଗ୍ରୀନ୍‌ ଚମତ୍କାର ଫର୍ମ ଦେଖାଇଛନ୍ତି। ମହିପାଲ ଲୋମରୋର ଓ ଦୀନେଶ କାର୍ତ୍ତିକ ମଧ୍ୟ ଘରୋଇ ଚିନ୍ନାସ୍ବାମୀ ଟ୍ରାକ୍‌ରୁ ଫାଇଦା ଉଠାଇବା ଆବଶ୍ୟକ ହେବ। ବୋଲିଂ ବିଭାଗ ଦେଖିବାକୁ ଗଲେ ୟଶ୍‌ ଦୟାଲ ଚଳିତ ସିଜନରେ ଆର୍‌ସିବିର ତାରକା ଖେଳାଳି। ଚଳିତ ସିଜନରେ ସେ ଦଳ ପାଇଁ ସବୁଠାରୁ ଅଧିକ ଉଇକେଟ ନେଇଛନ୍ତି। ଲୋକି ଫର୍ଗୁସନ, ମହମ୍ମଦ ସିରାଜ, ଗ୍ରୀନ୍‌ ଓ ସ୍ବପ୍ନିଲ ସିଂଙ୍କୁ ନେଇ ଆର୍‌ସିବି ବୋଲିଂ ବିଭାଗ ଗତ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। ସିଏସ୍‌କେ ପାଇଁ ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟପ୍‌ ସ୍କୋରର ଅଛନ୍ତି। ଟପ୍‌ ଅର୍ଡର କ୍ଲିକ୍‌ କଲେ ଦଳ ଫାଇଦାରେ ରହିବ। ଗତ ୪ ମ୍ୟାଚରେ ଶିବମ୍‌ ଦୁବେ ବିଫଳ ରହିଛନ୍ତି। ସେ ରିଦିମ୍‌କୁ ଫେରିବା ଦଳ ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri