Posted inଖେଳ

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପଏଣ୍ଟ ଟେବୁଲର ସ୍ଥିତି ଏପରି ରହିଛି ଯେ ପ୍ଲେ-ଅଫ୍‌ ପ୍ରବେଶ ପାଇଁ ଉଭୟ ଦଳ ଲାଗି ଏହି ମ୍ୟାଚ କର ଅବା ମର ପରିସ୍ଥିତି ସୃଷ୍ଟି କରିଛି।

ଗୁରୁବାର ବର୍ଷା ଯୋଗୁ ମ୍ୟାଚ ବାତିଲ ହେବାରୁ ହାଇଦ୍ରାବାଦ ପ୍ଲେ-ଅଫ୍‌ରେ ପ୍ରବେଶ କରି ଯାଇଥିଲା। ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍‌ରେ ପହଞ୍ଚି ସାରିଛନ୍ତି। ତେଣୁ ଏହି ପୋଜିଶନ ପାଇଁ ୩ ଦଳର ନାମ ପକ୍କା ହୋଇ ସାରିଥିବାବେଳେ ଏବେ ଆଉ ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଥିବା ଆର୍‌ସିବି ଓ ସିଏସ୍‌କେ ମଧ୍ୟରେ ଏହି ମୁକାବିଲା ହେବାକୁ ଯାଉଛି। ରନ୍‌ ହାର ଓ ପଏଣ୍ଟ ଦୃଷ୍ଟିରୁ ସିଏସ୍‌କେ ଉନ୍ନତ ସ୍ଥିତିରେ ରହିଛି।

ଏହାର ପଏଣ୍ଟ ୧୪ ଥିବାବେଳେ ରନ୍‌ ହାର +୦.୫୨୮ ଅଛି। ଅନ୍ୟପକ୍ଷରେ ୧୨ ପଏଣ୍ଟରେ ଥିବା ଆର୍‌ସିବିର ରନ୍‌ ହାର +୦.୩୮୭ ରହିଛି। ଆଗାମୀ ମ୍ୟାଚ ପାଇଁ ସିଏସ୍‌କେ ଫେଭରାଇଟ ବିବେଚିତ ହେଉଛି। କାରଣ ଏହି ଭେନ୍ୟୁରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୮ ମ୍ୟାଚ ହୋଇଥିବାବେଳେ ଚେନ୍ନାଇ ମାତ୍ର ଥରେ ପରାଜୟ ବରଣ କରିଛି। ଏ ସବୁ ମଧ୍ୟରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଥିବାରୁ ସବୁ ଅଙ୍କ ବିଗିଡ଼ିବା ସମ୍ଭାବନା ରହିଛି। ମ୍ୟାଚ ବାତିଲ ହେଲେ ସିଏସ୍‌କେ ସିଧାସଳଖ ପ୍ଲେ-ଅଫ୍‌ରେ ପ୍ରବେଶ କରିବ। ମ୍ୟାଚ ହେଲେ ଆର୍‌ସିବିକୁ ଅତିକମ୍‌ରେ ୧୮ ରନରେ ଏବଂ ରନ୍‌ ଚେଜ୍‌ କ୍ଷେତ୍ରରେ ୧୧ ବଲ୍‌ ବାକିଥାଇ ବିଜୟ ହାସଲ କରିବାକୁ ହେବ।

ଆର୍‌ସିବି କ୍ରମାଗତ ୬ ମ୍ୟାଚ ହାରିବା ପରେ ୫ ମ୍ୟାଚ ଜିତି ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି। ଅରେଞ୍ଜ କ୍ୟାପଧାରୀ ବିରାଟ କୋହଲି ଏବେ ଚମତ୍କାର ଫର୍ମରେ ଅଛନ୍ତି। ଗତ ୫ ଇନିଂସ ମଧ୍ୟରେ ସେ ୩ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ଆଗାମୀ ମ୍ୟାଚରେ ତାଙ୍କ ବ୍ୟାଟ୍‌ରୁ ଆଉ ଏକ ଦର୍ଶନୀୟ ଇନିଂସ ଆଶା କରିବ ଆର୍‌ସିବି। ଗତ ୨ଟି ମ୍ୟାଚରେ ଅଧିନାୟକ ଫାଫ୍‌ ଡୁପ୍ଲେସି ଏକ ଅଙ୍କରେ ଆଉଟ ହୋଇଛନ୍ତି।

ତେଣୁ ସେ ମଧ୍ୟ ବଡ଼ ସ୍କୋର କରନ୍ତୁ ବୋଲି ଦଳ ଚାହିଁବ। ମିଡିଲ ଅର୍ଡରରେ ରଜତ ପଟିଦାର ଓ କାମେରନ ଗ୍ରୀନ୍‌ ଚମତ୍କାର ଫର୍ମ ଦେଖାଇଛନ୍ତି। ମହିପାଲ ଲୋମରୋର ଓ ଦୀନେଶ କାର୍ତ୍ତିକ ମଧ୍ୟ ଘରୋଇ ଚିନ୍ନାସ୍ବାମୀ ଟ୍ରାକ୍‌ରୁ ଫାଇଦା ଉଠାଇବା ଆବଶ୍ୟକ ହେବ। ବୋଲିଂ ବିଭାଗ ଦେଖିବାକୁ ଗଲେ ୟଶ୍‌ ଦୟାଲ ଚଳିତ ସିଜନରେ ଆର୍‌ସିବିର ତାରକା ଖେଳାଳି। ଚଳିତ ସିଜନରେ ସେ ଦଳ ପାଇଁ ସବୁଠାରୁ ଅଧିକ ଉଇକେଟ ନେଇଛନ୍ତି। ଲୋକି ଫର୍ଗୁସନ, ମହମ୍ମଦ ସିରାଜ, ଗ୍ରୀନ୍‌ ଓ ସ୍ବପ୍ନିଲ ସିଂଙ୍କୁ ନେଇ ଆର୍‌ସିବି ବୋଲିଂ ବିଭାଗ ଗତ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। ସିଏସ୍‌କେ ପାଇଁ ଅଧିନାୟକ ଋତୁରାଜ ଗାଏକ୍ୱାଡ୍‌ ଟପ୍‌ ସ୍କୋରର ଅଛନ୍ତି। ଟପ୍‌ ଅର୍ଡର କ୍ଲିକ୍‌ କଲେ ଦଳ ଫାଇଦାରେ ରହିବ। ଗତ ୪ ମ୍ୟାଚରେ ଶିବମ୍‌ ଦୁବେ ବିଫଳ ରହିଛନ୍ତି। ସେ ରିଦିମ୍‌କୁ ଫେରିବା ଦଳ ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri