Categories: ଖେଳ

କିଟ୍‌ ବ୍ୟାଗ୍‌ରେ କ’ଣ ରଖନ୍ତି ବିରାଟ କୋହଲି

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି କେବଳ ଭାରତ ନୁହେଁ ବିଶ୍ୱର ସବୁଠୁ ବଡ ଖେଳାଳି। ସାରା ବିଶ୍ୱରେ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପରି ବିରାଟ କୋହଲିଙ୍କ ପାଇଁ ତାଙ୍କ କ୍ରିକେଟ କିଟ ବ୍ୟାଗ ଅତ୍ୟନ୍ତ ସ୍ବତନ୍ତ୍ର। ନିକଟରେ ଆରସିବି କୋହଲିଙ୍କ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ସେ ନିଜ କିଟ୍‌ ବ୍ୟାଗ୍‌ରେ କଣ ରଖୁଛନ୍ତି ଏବଂ ସେହି ସବୁ ଜିନିଷ କାହିଁକି ସ୍ବତନ୍ତ୍ର ବୋଲି କୋହଲି ଦର୍ଶାଇଛନ୍ତି। ଭିଡିଓରେ ସେ କହିଛନ୍ତି ଯେ, ସେ ୧୧ଟି ବ୍ୟାଟ୍‌ ଏବଂ ୧୦-୧୧ ଗ୍ଲୋଭସ ସହିତ ୟୁଏଇ ଯାଇଛନ୍ତି। ସେ ସାଙ୍ଗରେ ଏକ ବିଶେଷ ଜୋତା ମଧ୍ୟ ନେଇଛନ୍ତି। ପିଲାଦିନ କଥା ମନେ ପକାଇ କୋହଲି କହିଛନ୍ତି, କିଟ ବ୍ୟାଗକୁ ନେଇ ବେଶ୍‌ ଉତ୍ସାହିତ ରହୁଥିଲୁ। ଏପରିକି ନିଜ ବ୍ୟାଟ୍‌ ନିଜେ ମରାମତି କରୁଥିଲୁ ବୋଲି ସେ କହିଛନ୍ତି।

Share