Categories: ଖେଳ

ଆଖି ପିଛୁଳାକେ ଏମିତି କାମ କଲେ କୋହଲି, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ୟୁଏଇ,୩୦।୯: ଆଇପିଏଲ୍‌ ୨୦୨୧ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଆରସିବି ୭ ଉଇକେଟ୍‌ରେ ଆରଆରକୁ ପରାସ୍ତ କରିଥିଲା। ମ୍ୟାଚ୍‌ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସବି ଅଧିନାୟକ ବିରାଟ କୋହଲି ଏମିତି ଭାବେ ବଲ୍‌କୁ ରୋକିଥିଲେ, ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିରାଟ କୋହଲିଙ୍କ ଏହି ଫ୍ଲାଇଙ୍ଗ ଫିଲ୍ଡିଂକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି।
ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଫିଲ୍ଡରମାନଙ୍କ ମଧ୍ୟରୁ ଜଣେ। ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷ ମ୍ୟାଚରେ ବିରାଟ କୋହଲି କ୍ରିସ ମୋରିସଙ୍କ ଜବରଦସ୍ତ ଫିଲ୍ଡିଂ କରିଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଜସ୍ଥାନର ଇନିଂସର ୧୯ତମ ଓଭରର ଚତୁର୍ଥ ବଲରେ ମୋରିସ ଅଫସାଇଡରେ ଏକ ସଟ ଖେଳିଥିଲେ। ବଲ୍‌ ବାଉଣ୍ଡ୍ରି ଆଡକୁ ଯାଉଥିବାବେେଳେ ବିରାଟ କୋହଲି ବୁଲେଟ ବେଗରେ ବଲ୍‌କୁ ରୋକି ଥିଲେ। ଆଖି ପିଛୁଳାକେ ବଲ ଧରି କୋହଲି ଉଇକେଟ୍‌ କିପର ଆଡକୁ ଫିଙ୍ଗିଥିଲେ। ବିରାଟ କୋହଲି ଏହା କିପରି କରିପାରିବେ ତାହା କ୍ରିସ ମୋରିସ ବିଶ୍ୱାସ କରିପାରି ନ ଥିଲେ ନାହିଁ। ସେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ କିଛି କହୁଥିବାର ଦେଖାଯାଇଥିଲା। କୋହଲି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ଭାବେ ବିବେଚନା କରାଯାଏ।

 

Share