ଗାଡ଼ିର ମାଲିକାନା ବଦଳାଇବା ପାଇଁ ଫର୍ମ ୨୯ ଓ ଫର୍ମ ୩୦ ପୂରଣ କରିବା ବାଧ୍ୟତାମୂଳକ। ଏହି ଫର୍ମଗୁଡ଼ିକ ଆପଣ RTO ଅଫିସ୍ରୁ ନେଇପାରିବେ କିମ୍ବା parivahan.gov.in ଓ୍ବେବସାଇଟ୍ରୁ ଡାଉନଲୋଡ୍ କରିପାରିବେ। ଯଦି ଗାଡ଼ିକୁ ଅନ୍ୟ ରାଜ୍ୟକୁ ନେଉଛନ୍ତି, ତେବେ ପୁରୁଣା RTO ଠାରୁ ଫର୍ମ ୨୮ (NOC) ଆଣିବାକୁ ପଡ଼ିବ।
୧. ଅନଲାଇନ୍ (ସବୁଠାରୁ ସହଜ)
୨. ଅଫଲାଇନ୍ (RTO ଅଫିସ୍କୁ ଯାଇ)ଅନଲାଇନ୍ରେ କେମିତି କରିବେ?
- parivahan.gov.in ରେ ଯାଇ “Vehicle Related Services” ବାଛନ୍ତୁ
- ନିଜ RTO ବାଛନ୍ତୁ
- “Transfer of Ownership” ଉପରେ କ୍ଲିକ୍ କରନ୍ତୁ
- ଗାଡ଼ି ନମ୍ବର ଓ ଚେସିସ୍ ନମ୍ବରର ଶେଷ ୫ଟି ଅଙ୍କ ଭରନ୍ତୁ
- ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
- ଅନଲାଇନ୍ରେ ଫିସ୍ ଦିଅନ୍ତୁ (ରାଜ୍ୟ ଓ ଗାଡ଼ି ଅନୁଯାୟୀ ଭିନ୍ନ ହେଇଥାଏ; ଦୁଇଚକିଆ ଗାଡ଼ି ପାଇଁ ସାଧାରଣତଃ ୩୦୦ରୁ ୫୦୦ ଟଙ୍କା)
ଗୁରୁତ୍ୱପୂର୍ଣ୍ଣ କଥା
କେତେକ ରାଜ୍ୟରେ RC ଟ୍ରାନ୍ସଫର ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବାଧ୍ୟାମୂଳକ। ଆବଶ୍ୟକ ହେଲେ ଅନଲାଇନ୍ରେ ହିଁ ନିକଟସ୍ଥ RTO ପାଇଁ ସ୍ଲଟ୍ ବୁକ୍ କରି ସ୍ଲିପ୍ ପ୍ରିଣ୍ଟ ନେଇ ଯାଇ ବାୟୋମେଟ୍ରିକ କରାଇ ପାରିବେ। ପୂରା ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୩୦ ଦିନ ଲାଗିପାରେ। ତେଣୁ ଗାଡ଼ି କିଣାବିକା କରୁଛନ୍ତି ତେବେ RC ଟ୍ରାନ୍ସଫରକୁ ବିଳମ୍ବ ନକରି ଅନଲାଇନ୍ରେ ହିଁ ସାରିଦିଅନ୍ତୁ – ସମୟ ଓ ଟଙ୍କା ଦୁଇଟି ବଞ୍ଚିବ!

