Categories: ବାଣିଜ୍ୟ

ଆର୍‌ବିଆଇର ନୂତନ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଲଗ୍‌ଇନ୍‌ କରିହେବ। ସେହିପରି ନୂଆକରି ଆରମ୍ଭ ହୋଇଥିବା ମୋବାଇଲ ଆପ୍‌ ମଧ୍ୟ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ଡାଉନଲୋଡ୍‌ କରିହେବ। l ତେବେ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନେ ଗୁଗ୍‌ଲ୍‌ ପ୍ଲେଟୋରରୁ ଏବଂ ଆଇଫୋନ୍‌ ବ୍ୟବହାରକାରୀମାନେ ଆପ୍‌ ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ। ତେବେ ପୂର୍ବରୁ ଉପଲବ୍ଧ ହେଉଥିବା ଓ୍ବେବ୍‌ସାଇଟ୍‌ https://rbi.org.in ମଧ୍ୟ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ଆର୍‌ବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ କହିଛନ୍ତି।

Share