RBI’ର ନୂଆ ନିୟମ: ମୃତ ଆକାଉଣ୍ଟଧାରୀଙ୍କ ଟଙ୍କା ଉଠାଇବା ହେବ ସହଜ

ମୁମ୍ବାଇ,୨୯।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୃତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରିବାର ପାଇଁ ଦାବି ନିଷ୍ପତ୍ତି ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିବାକୁ ନୂଆ ନିୟମ ଘୋଷଣା କରିଛି।

ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ ଓ ଲକର ସମ୍ବନ୍ଧୀୟ ଦାବି ୧୫ ଦିନ ମଧ୍ୟରେ ନିଷ୍ପତ୍ତି କରିବାକୁ ହେବ। ବିଳମ୍ବ ହେଲେ ନମିନିଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ। ବ୍ୟାଙ୍କଗୁଡ଼ିକ ନମିନି କିମ୍ବା ଜୀବିତ ଆଇନଗତ ଉତ୍ତରାଧିକାରୀଙ୍କଠାରୁ ସାର୍ଟିଫିକେଟ୍‌ କିମ୍ବା ଇଣ୍ଡେମ୍ନିଟି ବଣ୍ଡ ମାଗିପାରିବେ ନାହିଁ।

ନମିନି ବା ଉଇଲ ନଥିଲେ:
ଯଦି ନମିନି କିମ୍ବା ଉଇଲ ନାହିଁ, ତେବେ କୋ-ଅପରେଟିଭ୍‌ ବ୍ୟାଙ୍କଗୁଡ଼ିକ ୫ ଲକ୍ଷ ଟଙ୍କା ଓ ଅନ୍ୟ ବ୍ୟାଙ୍କଗୁଡ଼ିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି ନିଷ୍ପତ୍ତି କରିପାରିବେ। ଏଥିପାଇଁ ଦାବିଦାରଙ୍କୁ ଆରବିଆଇର ସରଳ ଫର୍ମ, ମୃତ୍ୟୁ ପ୍ରମାଣପତ୍ର, ପରିଚୟ ପ୍ରମାଣ ଓ ଇଣ୍ଡେମ୍ନିଟି ବଣ୍ଡ ଦାଖଲ କରିବାକୁ ହେବ। ଅନ୍ୟ ଆଇନଗତ ଉତ୍ତରାଧିକାରୀଙ୍କଠାରୁ ନୋ-ଅବଜେକ୍ସନ୍‌ କିମ୍ବା ପରିବାରକୁ ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ଆରବିଆଇ ଫର୍ମାଟ୍‌ରେ ଘୋଷଣା ଆବଶ୍ୟକ।

ତେବେ ଅଧିକ ଦାବି ପାଇଁ ଉତ୍ତରାଧିକାରୀଙ୍କ ସାର୍ଟିଫିକେଟ୍‌ କିମ୍ବା ନୋଟାରୀ/ଜଜ୍‌ ସମ୍ମୁଖରେ ଶପଥପତ୍ର ଦାଖଲ କରିବାକୁ ହେବ। ଉଇଲ ଥିଲେ କିମ୍ବା ବିବାଦ ହେଲେ, କୋର୍ଟ ନିର୍ଦ୍ଦେଶ (ଯେମିତି ପ୍ରୋବେଟ୍‌, ଉତ୍ତରାଧିକାରୀ ସାର୍ଟିଫିକେଟ୍‌) ଆଧାରରେ ଦାବି ନିଷ୍ପତ୍ତି ହେବ। କୋର୍ଟ ନିଷେଧାଦେଶ ଥିଲେ ପେମେଣ୍ଟ ବନ୍ଦ ରହିବ।

ଆରବିଆଇ ମୃତ ଖାତାଧାରୀଙ୍କ ଟର୍ମ ଡିପୋଜିଟ୍‌ ଅକାଳରେ ବନ୍ଦ କରିବାକୁ ବିନା ଜରିମାନାରେ ଅନୁମତି ଦେଇଛି। ଏହି ନୂଆ ନିୟମ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଲାଗୁ ହେବ। ଏହା ପରିବାରର ଚାପ କମାଇ ବ୍ୟାଙ୍କ ପ୍ରକ୍ରିୟାକୁ ସହଜ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri