RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଅଲ ଇଷ୍ଟେଟ ଏବଂ ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ, ଅଶୋଧିତ ତୈଳ (କ୍ରୁଡ ଅଏଲ) ଦର ଓ ମହଙ୍ଗାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ରେପୋ ରେଟ୍‌ ହେଉଛି ସେହି ସୁଧ ହାର, ଯେଉଁଥିରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ। ବର୍ତ୍ତମାନ ରେପୋ ରେଟ୍‌ ୫.୨୫ ପ୍ରତିଶତ ରହିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ କିଛି ମୌଦ୍ରିକ ନୀତି ବୈଠକରେ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଆସିଛି। ଏହା ପୂର୍ବରୁ ୨୦୨୫ରେ ରେପୋ ରେଟ ୬.୫୦ ପ୍ରତିଶତରୁ କମି ୫.୨୫ ପ୍ରତିଶତକୁ ଆସିଥିଲା। ୨୦୨୨ରୁ ୨୦୨୫ ମଧ୍ୟର ରେକର୍ଡକୁ ଦେଖିଲେ, ଏହି ସମୟସୀମାରେ ପ୍ରାୟ ୧୦ ଥର ରେପୋ ରେଟ୍‌ରେ ପରିବର୍ତ୍ତନ କରାଯାଇଥିଲା।

 

Odisha’s No.1 Odia Daily