RBIର ଚିନ୍ତା ବଢ଼ାଇଲା ମହଙ୍ଗା ମାଡ଼, ଗଭର୍ନର କହିଲେ ଆଗକୁ…

ନୂଆଦିଲ୍ଲୀ, ୧୯।୬: ଦେଶରେ ଆଳୁ, ପିଆଜ, ଟମାଟୋ ଭଳି ପରିବା ଠାରୁ ଆରମ୍ଭ କରି ଡାଲି, ତେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଯାହାକି ଜଣେ ସାଧାରଣ ଲୋକର ରୋଜଗାର ଉପରେ ପ୍ରଭାବ ପକାଉଛି । ଏହି ଦର ବୃଦ୍ଧିକୁ ନେଇ RBIର ଚିନ୍ତା ବଢ଼ିଛି । RBIର ଗଭର୍ନର ଏନେଇ କହିଛନ୍ତି ଯେ, ଖାଦ୍ୟ-ପାନୀୟ ଦାମ୍‌ରେ ବୃଦ୍ଧି ହେତୁ ମହଙ୍ଗାମାଡ଼କୁ କମ୍‌ କରିବା ପାଇଁ କରାଯାଉଥିବା ପ୍ରୟାସ ବିଫଳ ହେଉଛି।

ଏକ ମିଡିଆ ସମ୍ମିଳନୀରେ ଯୋଗ ଦେଇ ଗଭର୍ନର ଶକ୍ତିକାନ୍ତ ଦାସ ଖାଦ୍ୟ ଜନିତ ଦର ବୃଦ୍ଧି ମହଙ୍ଗାମାଡ଼କୁ ଅଧିକ କରୁଛି ବୋଲି କହିଛନ୍ତି । ଏକ ପ୍ରକାର ଏହା ଲଗାତାର ବଢ଼ି ବଢ଼ି ଚାଲିଛି । ମୌସୁମୀ ପ୍ରଭାବରୁ ଖାଦ୍ୟ-ପାନୀୟ ଯୋଗାଣରେ ବାଧାପ୍ରାପ୍ତ ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଆଗକୁ ଏହି ଦରଦାମ୍‌ ବୃଦ୍ଧି ଲାଗି ରହିବା ନେଇ ଆର୍‌ବିଆଇ ଅନିଶ୍ଚତ ରହିଛି । ଗତ ୭ ମାସ ମଧ୍ୟରେ ଖାଦ୍ୟ କ୍ଷେତ୍ରରେ ମହଙ୍ଗାମାଡ଼ ୮ ପ୍ରତିଶତ ଉପରେ ରହିଛି । ଏହାରି ମଧ୍ୟରେ ଦେଶର ରିଟେଲ୍‌ ମହଙ୍ଗା ଦର ୩ରୁ ୫ ପ୍ରତିଶତ ରହିଛି ।

୨୦୨୪ ରେ ଖାଦ୍ୟ ଦାମ୍‌ର ଇଣ୍ଡେକ୍ସ ଖାଦ୍ୟ ଇନ୍‌ଫ୍ଲାକ୍ସନ ୮.୬୯ ପ୍ରତିଶତ ରହିଛି । ଏପ୍ରିଲ୍‌ ମାସରେ ଏହା ୮.୭୦ ପ୍ରତିଶତ ଥିବା ବେଳେ ମାର୍ଚ୍ଚ ମାସରେ ୮.୫୨ ପ୍ରତିଶତ, ଫେବୃଆରୀରେ ୮.୬୬ ପ୍ରତିଶତ ଏବଂ ଜାନୁଆରୀ ମାସରେ ୮.୩୦ ପ୍ରତିଶତ ରହିଥିଲା । ଡିସେମ଼୍ବର ୨୦୨୩ ରେ ଫୁଡ୍‌ ଇନ୍‌ଫ୍ଲାସନ ୯.୫୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri