Categories: ଜାତୀୟ

ସିଦ୍ଧୁଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଚଣ୍ଡିଗଡ଼,୨୮ ।୯: ନବଜୋତ ସିଂ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ପଞ୍ଜାବ ରାଜନୀତି ହୋଇଛି ଆହୁରି ସରଗରମ । ସିଦ୍ଧୁଙ୍କ ପରେ ଏବେ ତାଙ୍କ ନିକଟତର ଥିବା ନେତାମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଚରଣଜିତ ସିଂ ଚନ୍ନୀଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ରଜିୟା ସୁଲତାନ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଚରଣଜତ ସିଂ ମୁଖ୍ୟମନ୍ତ୍ରୀ ହେବା ପରେ ରଜିୟା ସୁଲତାଙ୍କୁ ମନ୍ତ୍ରୀ କରାଯାଇଥିଲା । ହେଲେ ସେ ସିଦ୍ଧୁଙ୍କର ଅତି ନିକଟତର ବୋଲି କୁହାଯାଏ । ସେ କହିଛନ୍ତି ସିଦ୍ଧୁ ପଞ୍ଜାବର ଲୋକଙ୍କ ପାଇଁ ଲଢୁଛନ୍ତି । ସୂଚନାଯୋଗ୍ୟ, ରଜିୟା ମହମ୍ମଦ ମୁସ୍ତଫାଙ୍କ ପତ୍ନୀ ଯିଏ ସିଦ୍ଧୁଙ୍କ ପରାମର୍ଶଦାତା ।

Share