ଗୁଣି ଗାରେଡ଼ି ସନ୍ଦେହ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଅଟକାଇବାକୁ ଯାଇ IIC ଆହତ

ରାୟଗଡ଼ା/ପଦ୍ମପୁର,୨୨।୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର)- ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମପୁର ତେଲି ସାହିର ଭୈରବ ସାହୁ(୫୦)। ତେବେ ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିବା ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।

ଆକ୍ରମଣକାରୀଙ୍କୁ ଅଟକାଇବାକୁ ଯାଇ ଆଇଆଇସି ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଷ୍ଟିଚ ପଡ଼ିଥିବା ଜଣାପଡିଛି। ବର୍ତମାନ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ଏଏସ୍‌ପି ଅମୂଲ୍ୟ ଧର, ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଗୁଣି ଗାରେଡ଼ି ସନ୍ଦେହରେ ଭୈରବଙ୍କ ଉପରେ ରାତି ପ୍ରାୟ ୧୨ଟା ସମୟରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୋକେ ପିଟିଥିଲେ । ଖବରପାଇ ଆଇଆଇସି ପ୍ରଧାନ ଓ ପୋଲିସ ଟିମ ଆକ୍ରମଣକାରୀଙ୍କୁ ଅଟକାଇବା ବେଳେ ଆଇଆଇସି ପ୍ରଧାନଙ୍କ ଉପରେ ମଧ୍ୟ ଲୋକେ ଆକ୍ରମଣ କରିଥିଲେ। ଫଳରେ ଆଇଆଇସି ଆହତ ହୋଇଥିଲେ। ତେବେ ଭୈରବଙ୍କୁ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆକ୍ରମଣ ଘଟଣାର ମୁଖ୍ୟ ସୂତ୍ରଧାରିଙ୍କୁ ପୋଲିସ ଖୋଜୁଛି। ଏହି ମାମଲାରେ କିଛି ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଏନେଇ ପଦ୍ମପୁର ଥାନା କେସ ନଂ ୬୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri