ରାୟଗଡ଼ା: ୟୁନିୟନ ବୋର୍ଡରୁ ପୌର ପରିଷଦ

ରାୟଗଡ଼ା ପୌର ପରିଷଦ ୫୨ବର୍ଷରେ ପଦାର୍ପଣ କରିଛି। ୧୯୭୧ ଜାନୁୟାରୀ ୧୫ରେ ରାୟଗଡ଼ା ପୌର ପରିଷଦ ଭାବେ ଘୋଷଣା ହୋଇଥିଲାା ହେଲେ ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୨୯ ଏପ୍ରିଲ ୧୦ରେ ରାୟଗଡ଼ା ୟୁନିୟନ ବୋର୍ଡ ଭାବେ ସହର ପରିଚାଳିତ ହେଉଥିଲା। ଦେଶ ସ୍ବାଧୀନତା ପାଇବା ପରେ ୧୧ଟି ରାଜସ୍ବ ଗ୍ରାମ ଯୋଡ଼ିହେବା ସହ ଜନସଂଖ୍ୟା ବୃଦ୍ଧି କାରଣରୁ ଅଞ୍ଚଳରେ ଉନ୍ନତମାନର ସେବା ପାଇଁ ୧୯୫୫ ମସିହା ମେ’ ୧୫ରେ ରାୟଗଡ଼ା ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ସ୍ବର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ରହିଥିବା ସମୟରେ ରାୟଗଡ଼ା ସହରର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି ଏହାର ବିକାଶରେ ମୁଖ୍ୟ ଭୂମିକା ନେଇଥିଲେ। ରାୟଗଡ଼ା ସହରର ଗଳିକନ୍ଦିକୁ ରାସ୍ତା, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବା ସହ ରାୟଗଡ଼ା ସହରର ଗଠନକୁ ମ୍ୟାପ୍‌ରେ ଏକ ସୁନ୍ଦର ସହର ଭାବେ ଗଢ଼ି ତୋଳିଥିଲେ। ତେଣୁ ତାଙ୍କୁ ରାୟଗଡ଼ା ସହରର ଆର୍କିଟେକ୍ଟ ବୋଲି ମଧ୍ୟ କୁହାଯାଏ। ସହରର ୧୧ଟି ରାଜସ୍ବ ଗ୍ରାମକୁ ନେଇ ଗଠିତ ରାୟଗଡ଼ା ପୌର ପରିଷଦ ୩ ଥର ଉନ୍ନତ ସହର ଭାବେ ପୁରସ୍କୃତ ହୋଇଛି।

ବର୍ତ୍ତମାନ ରାୟଗଡ଼ା ପୌର ପରିଷଦ ଅଧୀନରେ ୨୪ ୱାର୍ଡ ରହିଛି। ସହରର ପ୍ରତ୍ୟେକ ଗଳିକନ୍ଦି ଓ ଅଞ୍ଚଳକୁ ପକ୍କାରାସ୍ତା ମାଧ୍ୟମରେ ସଂଯୋଗୀକରଣ ରହିଛି। ରାୟଗଡ଼ା ପୌର ପରିଷଦ ମଧ୍ୟରେ ଜାତୀୟ ରାଜପଥ ଓ ରେଳପଥର ସୁବିଧା ରହିଛି। ସହର ପରିବେଶକୁ ନିର୍ମଳ ଓ ସ୍ବଚ୍ଛ ରଖିବା ପାଇଁ ପୌର ପରିଷଦ ପକ୍ଷରୁ ପ୍ରତିଦିନ ଅଳିଆ ଆବର୍ଜନା ଉଠାଯାଏ। ୨୦୧୧ ଜନଗଣନା ଅନୁସାରେ ପୌରାଞ୍ଚଳରେ ମୋଟ ୭୧,୨୦୮ ଜନସାଧାରଣ ବସବାସ କରୁଛନ୍ତି। ରାୟଗଡ଼ା ପୌର ପରିଷଦରେ ୧୧୭ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ୨୪ଟି ୱାର୍ଡର ସାନିଟାଇଜେଶନ କାର୍ଯ୍ୟକୁ ସୁଦୃଢ଼ ରଖିବା ନିମନ୍ତେ ସ୍ବଚ୍ଛ ସାଥୀ, ଜଳ ସାଥୀ ଆଦିର ବ୍ୟବସ୍ଥା କରାଯାଇଛି। ଜାଗା ମିଶନ ମାଧ୍ୟମରେ ବହୁ ହିତାଧିକାରୀଙ୍କୁ ରହିବା ପାଇଁ ପ୍ରମାଣପତ୍ର ଦିଆଯାଇଛି। ସହରର ୬୪ଟି ସ୍ଥାନରେ ବର୍ଷାଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୩୩ଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟରୁ ୫ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୮ଟିର କାମ ଚାଲୁରହିଛି। ସହରରେ ବିଭିନ୍ନ ବିବାହ, ବ୍ରତ ତଥା ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ପୌର ପରିଷଦ ପକ୍ଷରୁ ଟାଉନହଲ୍‌, ଅଶୋକ କଲ୍ୟାଣମଣ୍ଡପ, ବିଜୁ କଲ୍ୟାଣମଣ୍ଡପ ରହିଥିବା ସହ ନୂତନ ଭାବେ ବିଜୁ ପଟ୍ଟନାୟକ ଅଡିଟୋରିୟମ ନିର୍ମାଣ ହୋଇଛି। ସହରର ଉନ୍ନତୀକରଣ ବିଷୟରେ ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦଙ୍କୁ ପଚାରିବାରୁ ରାୟଗଡ଼ା ସହରରେ ନୂତନ ୩ଟି କଲ୍ୟାଣମଣ୍ଡପ ସାଇପ୍ରିୟା ନଗର, ଆମ୍ବାଗୁଡ଼ା ଓ ଅଣ୍ଟାରିଗୁଡ଼ା ଅଞ୍ଚଳରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ବୋଲି କହିଛନ୍ତି। ଏଥିସହିତ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ, ମୁକ୍ତା ଯୋଜନାରେ ୮ କୋଟି ୪୬ ଲକ୍ଷ ଟଙ୍କା, ସମସ୍ତ କଚ୍ଚାରାସ୍ତାକୁ ପକ୍କାରାସ୍ତା କରିବା ପାଇଁ ୧୯ କୋଟି ଟଙ୍କା ଅନୁଦାନ ମିଳିଛି ଏବଂ ସହରରେ ପାନୀୟ ଜଳଯୋଗାଣ ସୁବିଧା ପାଇଁ ୫୬ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଚାଲିଛି। ଏହା ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନିର୍ବାହୀ ଅଧିକାରୀ ୟାସିର ବିଲାଲ ସୂଚନା ଦେଇଛନ୍ତି। ଏଥିସହ ରାୟଗଡ଼ା ସହର ନିକଟସ୍ଥ ସାଇପ୍ରିୟା ନଗରର ୧୦ଟି ଲେନ୍‌କୁ ପୌର ପରିଷଦରେ ଅନ୍ତର୍ଭୁକ୍ତ କରିବା ନେଇ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିବା ନିର୍ବାହୀ ଅଧିକାରୀ କହିଛନ୍ତି।
– ଆଶିଷ ରଞ୍ଜନ ପଣ୍ଡା, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri