ରାୟଗଡ଼ା ପଣସର ଚାହିଦା ଅଧିକ, ଉଚିତ ଦର ମିଳୁନି

ରାୟଗଡ଼ା,୨୭ା୨(ସ୍ବ.ପ୍ର.):ସପୁରି ଓ ସୀତାଫଳ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ରାୟଗଡ଼ା ଜିଲା ପଣସର ଚାହିଦା ରହିଛି ା ବିଶେଷକରି ବସନ୍ତ ଋତୁରେ କଞ୍ଚା ପଣସକୁ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଅପେକ୍ଷା କରିଥାଆନ୍ତି। ବର୍ତ୍ତମାନ ଜିଲାରେ କଞ୍ଚା ପଣସ ମିଳୁଥିବା ବେଳେ ପ୍ରତିଦିନ ଭ୍ୟାନ୍‌ ଓ ଟ୍ରକ୍‌ରେ ଉପରୋକ୍ତ ୩ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ମାତ୍ରାଧିକ ପଣସ ଉପତ୍ାଦନ ପରେ ରାୟଗଡ଼ା ସହରରୁ ହୋଲ୍‌ସେଲ ବ୍ୟବସାୟୀମାନେ ଏହାକୁ ବାହାର ରାଜ୍ୟକୁ ପଠାଉଛନ୍ତି। ହେଲେ ଗ୍ରାମାଞ୍ଚଳର ପଣସ ସଂଗ୍ରହକାରୀ ଉଚିତ ମୂଲ୍ୟ ପାଉନାହାନ୍ତି। ସେମାନେ ୨ରୁ ୩କେଜି ଓଜନର କଞ୍ଚା ପଣସ କିଲୋ ପିଛା ମାତ୍ର ୫/୭ ଟଙ୍କା ଦରରେ ବିକ୍ରି କରୁଛନ୍ତି। ହୋଲ୍‌ସେଲ ବ୍ୟବସାୟୀ ୧୦ରୁ ୧୫ ଟଙ୍କାରେ ତାହା ରାଜ୍ୟ ବାହାରକୁ ପଠାଉଛନ୍ତି। ବାହାର ରାଜ୍ୟରେ କିଲୋ ପିଛା ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି ।
ଜିଲାର ରାମନାଗୁଡ଼ା, କଲ୍ୟାଣସିଂହପୁର, ବିଷମକଟକ, କୋଲନରା ଓ ରାୟଗଡ଼ା ବ୍ଲକର ପାହାଡ଼, ଜଙ୍ଗଲଭରା ଅଞ୍ଚଳରେ ବହୁ ସଂଖ୍ୟାରେ ପଣସ ଗଛ ରହିଛି । ବର୍ଷକୁ ବର୍ଷ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ପାଚିଲା ଅପେକ୍ଷା କଞ୍ଚା ପଣସର ଅଧିକ ଚାହିଦା ରହିଥିବା ଯୋଗୁ ଏହାକୁ ଆଦିବାସୀମାନେ ସଂଗ୍ରହ କରି ସହରରେ ହୋଲ୍‌ସେଲ ବ୍ୟବସାୟୀଙ୍କୁ ପ୍ରଦାନ କରିଥାଆନ୍ତି। ହୋଲ୍‌ସେଲ ବ୍ୟବସାୟୀ ଉଚ୍ଚା ଦରରେ ବାହାରେ ବିକ୍ରି କରି ମୁନାଫା କମାଉଛନ୍ତି। ଏବେ ବି ସଂଗ୍ରହକାରୀ ଅବହେଳିତ। ପାହାଡ଼ିଆ ଅଞ୍ଚଳରୁ ସଂଗ୍ରହ ହେଉଥିବା ସାମଗ୍ରୀ ଉଚିତ ଦରରେ ବିକ୍ରି କରିବା ପାଇଁ ଜିଲାସ୍ତରରେ ଓର୍‌ମାସ ଥିବା ସତ୍ତ୍ୱେ ସେହି ବିଭାଗ ଚାଷୀଙ୍କ ପ୍ରତି ହତାଦର କରୁଥିବା ଅଭିଯୋଗ ହୋଇଛି । କିଭଳି ଚାଷୀ ଓ ସଂଗ୍ରହକାରୀ ଉଚିତ ଦର ପାଇବେ ସେଥିପ୍ରତି ଓର୍‌ମାସ ଧ୍ୟାନ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନିଜର କ୍ଷତି ଦର୍ଶାଇ ଓର୍‌ମାସ ଅଧିକାରୀ ପଣସ ସଂଗ୍ରହକାରୀଙ୍କ ସହ ଥରେ ମଧ୍ୟ ଆଲୋଚନା କରି ନ ଥିବା ସୂଚନା ମିଳିଛି। ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ପଣସ ସେଥିରୁ ଅନ୍ୟତମ। ବର୍ଷକୁ ଜିଲାରୁ ପ୍ରାୟ ୨୦ ହଜାର କୁଇଣ୍ଟାଲ କଞ୍ଚା ପଣସ ପଶ୍ଚିମ ଭାରତକୁ ପଠାଯାଉଥିବା ଏକ ଆକଳନରୁ ଜଣାପଡ଼ିଛି ା କେବଳ ନିମୟଗିରି ପାହାଡ଼ରୁ ବାର୍ଷିକ ୯ରୁ ୧୦ ହଜାର କୁଇଣ୍ଟାଲ ପଣସ ଉପତ୍ାଦନ ହେଉଛି। ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ କଞ୍ଚା ପଣସ ମିଳୁଥିବା ବେଳେ ମାର୍ଚ୍ଚ ବେଳକୁ ପାଚିଲା ପଣସ ଉପଲବ୍ଧ ହୋଇଥାଏ । ଅପରପକ୍ଷରେ, ରାୟଗଡ଼ାର କଞ୍ଚା ପଣସକୁ ମହାରାଷ୍ଟ୍ର ଓ ଛତିଶଗଡ଼ରେ ଥିବା ଶୀତଳଭଣ୍ଡାରରେ ମହଜୁଦ ରଖି ବର୍ଷା ଋତୁ ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଉଛି। ହେଲେ ରାୟଗଡ଼ା ଜିଲାର କୌଣସି ସ୍ଥାନରେ ସଂଗ୍ରହକାରୀ କିଭଳି ସୁବିଧାରେ ବିକ୍ରି କରିବେ ଏବଂ ଭଲ ରୋଜଗାର ହେବ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ । ତେଣୁ ରାଜ୍ୟ ସରକାର କୃଷିଜାତ ଦ୍ରବ୍ୟକୁ ଅଧିକ ଗୁରୁତ୍ୱ ଦେଇ ପଣସକୁ ସେଥିରେ ସାମିଲ କରିବା ନିମନ୍ତେ ଦାବି ହୋଇଛି । ଓର୍‌ମାସ ଅଧିକାରୀ ମନୋଜ ପାତ୍ର କହିଛନ୍ତି, ବାହାର ରାଜ୍ୟର ବ୍ୟବସାୟୀ ପଣସ କିଲୋ ପିଛା ୨୨ରୁ ୨୩ଟଙ୍କା ମାଗୁଥିବା ବେଳେ ଲୋକାଲରେ ଏହାର ଦର କିଲୋ ପିଛା ୨୫ରୁ ୩୦ଟଙ୍କା ରହୁଛି ା ଯାହାଫଳରେ ସଂସ୍ଥା ପକ୍ଷରୁ କୌଣସି ବ୍ୟବସାୟ ସୁବିଧା ଯୋଗାଇ ଦିଆଯାଇପାରୁନାହିଁ ା ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ପଣସର ଉଚିତ ଦର ଧାଯ୍ୟ କରିବାକୁ ସଂଗ୍ରହକାରୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?