ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି ଆପଲସ୍ବାମୀ ବିଭିନ୍ନ ପଦପଦବୀ ପାଇଁ ନାମ ଚୟନ କରି ଏକ ତାଲିକା ପ୍ରଦେଶ କଂଗ୍ରେସ କମିଟିକୁ ପଠାଇଥିଲେ। ଯାହା ବୁଧବାର ଅନୁମୋଦିତ ହୋଇ ପ୍ରକାଶ ପାଇଛି। ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଆପଲସ୍ବାମୀ କାଡ୍ରାକାଙ୍କୁ ଜିଲା ସଭାପତିର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଲସ୍ବାମୀ ଏକ ୧୦୩ ଜଣିଆ ଟିମ୍‌ ଗଠନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର ରହିଥିବା ବେଳେ ରାୟଗଡ଼ା ଜିଲାରେ ତିନୋଟି ବିଧାନସଭା ଆସନ କଂଗ୍ରେସ ଦଖଲରେ ରହିଛି। ତେବେ ପୂର୍ବରୁ ଜିଲାର ୨୨ଟି ଜିଲା ପରିଷଦ ଆସନ ମଧ୍ୟରୁ ୧୪ଟି ବିଜେ ଦଖଲରେ ରହିଥିବା କାରଣରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଜିଲା ପରିଷଦ ଆସନ ଦଖଲ ସହିତ ପଞ୍ଚାୟତସମିତି ମଧ୍ୟ ଦଖଲ କରିବାକୁ ଦୃଷ୍ଟିରେ ରଖି ଏହି ଜିଲା ସଭାପତି କାଡ୍ରାକା ଏହି କମିଟି ଗଠନ କରିଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟପଟେ ବିଷମକଟକ ବିଧାୟକ ନୀଳମାଧବ ହିକ୍‌କା ଏବଂ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମଧ୍ୟ ଦଳକୁ ମଜଭୁତ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଜିଲା କଂଗ୍ରେସ କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଜିଲା କଂଗ୍ରେସ ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଉପଦେଷ୍ଟା ରଖାଯାଇଥିବା ବେଳେ ୭ ଜଣଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା, ତରଣୀସେନ ଶତପଥୀ, ରାମକୃଷ୍ଣ ପାଣିଗ୍ରାହୀ, ଦାଶରଥି ନାୟକ ଓ ପଦ୍ମାବତୀ ମାଣ୍ଡାଙ୍ଗି ପ୍ରମୁଖ ଉପସଭାପତି ଭାବେ ଚୟନ ହୋଇଛନ୍ତି। ଏତଦବ୍ୟତୀତ ପାର୍ଥ ବର୍ଦ୍ଧନ ଓ ଆର.ହରିଶ ପଟ୍ଟନାୟକଙ୍କ ସମେତ ମୋଟ୍‌ ୧୭ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ସେହିଭଳି ୪୫ଜଣ ଜିଲା ସମ୍ପାଦକ ରହିଛନ୍ତି । ଏହା ବ୍ୟତୀତ ସ୍ବତନ୍ତ୍ର ଆମନ୍ତ୍ରିତ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ, ଏମ୍‌ପି ସପ୍ତଗିରି ଶଙ୍କର ଉଲାକା, ଦୁଇ ବିଧାୟକ ନୀଳମାଧବ ହିକ୍‌କା ଓ ସତ୍ୟଜିତ ଗମାଙ୍ଗଙ୍କ ସମେତ ୩୩ ଜଣ ବରିଷ୍ଠ ଓ ଆଗଧାଡ଼ି ନେତା ରହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri