ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି ଆପଲସ୍ବାମୀ ବିଭିନ୍ନ ପଦପଦବୀ ପାଇଁ ନାମ ଚୟନ କରି ଏକ ତାଲିକା ପ୍ରଦେଶ କଂଗ୍ରେସ କମିଟିକୁ ପଠାଇଥିଲେ। ଯାହା ବୁଧବାର ଅନୁମୋଦିତ ହୋଇ ପ୍ରକାଶ ପାଇଛି। ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଆପଲସ୍ବାମୀ କାଡ୍ରାକାଙ୍କୁ ଜିଲା ସଭାପତିର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଲସ୍ବାମୀ ଏକ ୧୦୩ ଜଣିଆ ଟିମ୍‌ ଗଠନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର ରହିଥିବା ବେଳେ ରାୟଗଡ଼ା ଜିଲାରେ ତିନୋଟି ବିଧାନସଭା ଆସନ କଂଗ୍ରେସ ଦଖଲରେ ରହିଛି। ତେବେ ପୂର୍ବରୁ ଜିଲାର ୨୨ଟି ଜିଲା ପରିଷଦ ଆସନ ମଧ୍ୟରୁ ୧୪ଟି ବିଜେ ଦଖଲରେ ରହିଥିବା କାରଣରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଜିଲା ପରିଷଦ ଆସନ ଦଖଲ ସହିତ ପଞ୍ଚାୟତସମିତି ମଧ୍ୟ ଦଖଲ କରିବାକୁ ଦୃଷ୍ଟିରେ ରଖି ଏହି ଜିଲା ସଭାପତି କାଡ୍ରାକା ଏହି କମିଟି ଗଠନ କରିଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଅନ୍ୟପଟେ ବିଷମକଟକ ବିଧାୟକ ନୀଳମାଧବ ହିକ୍‌କା ଏବଂ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମଧ୍ୟ ଦଳକୁ ମଜଭୁତ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଜିଲା କଂଗ୍ରେସ କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ଜିଲା କଂଗ୍ରେସ ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଉପଦେଷ୍ଟା ରଖାଯାଇଥିବା ବେଳେ ୭ ଜଣଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା, ତରଣୀସେନ ଶତପଥୀ, ରାମକୃଷ୍ଣ ପାଣିଗ୍ରାହୀ, ଦାଶରଥି ନାୟକ ଓ ପଦ୍ମାବତୀ ମାଣ୍ଡାଙ୍ଗି ପ୍ରମୁଖ ଉପସଭାପତି ଭାବେ ଚୟନ ହୋଇଛନ୍ତି। ଏତଦବ୍ୟତୀତ ପାର୍ଥ ବର୍ଦ୍ଧନ ଓ ଆର.ହରିଶ ପଟ୍ଟନାୟକଙ୍କ ସମେତ ମୋଟ୍‌ ୧୭ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ସେହିଭଳି ୪୫ଜଣ ଜିଲା ସମ୍ପାଦକ ରହିଛନ୍ତି । ଏହା ବ୍ୟତୀତ ସ୍ବତନ୍ତ୍ର ଆମନ୍ତ୍ରିତ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗ, ଏମ୍‌ପି ସପ୍ତଗିରି ଶଙ୍କର ଉଲାକା, ଦୁଇ ବିଧାୟକ ନୀଳମାଧବ ହିକ୍‌କା ଓ ସତ୍ୟଜିତ ଗମାଙ୍ଗଙ୍କ ସମେତ ୩୩ ଜଣ ବରିଷ୍ଠ ଓ ଆଗଧାଡ଼ି ନେତା ରହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ସହକାରୀ ପ୍ରଫେସର: ୨.୬୩ ଲକ୍ଷ ଟଙ୍କା ଜବତ

କଟକ,୨୯।୧: ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri