Posted inଖେଳ

ଧୋନୀ ପଡିଆକୁ ଆସିବା ପୂର୍ବରୁ ଏମିତି କ’ଣ କାମ କଲେ ଜାଡେଜା, କମ୍ପିଲା ପୂରା ଷ୍ଟାଡିୟମ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୯।୩: ଆଇପିଏଲ ୨୦୨୪ର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇ ବିପକ୍ଷରେ ଏହି ସିଜନରେ କୋଲକାତାର ଏହା ପ୍ରଥମ ପରାଜୟ ଥିଲା। ଚେନ୍ନାଇ ପ୍ରାୟ ଏକପାଖିଆ ମ୍ୟାଚ ଜିତିଥିଲା। ଧୋନୀ ମଧ୍ୟ ମ୍ୟାଚରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। କିନ୍ତୁ ଧୋନୀଙ୍କ ଆଗମନ ପୂର୍ବରୁ ରବିନ୍ଦ୍ର ଜାଡେଜା ଏପରି କାର୍ଯ୍ୟ କରିଥିଲେ, ଯାହା ଚେପକ ଷ୍ଟାଡିୟମରେ ହାସ୍ୟାରୋଳ ସୃଷ୍ଟି କରିଥିଲା। ଏହାର ଭିଡିଓ ଭାଇରାଲ ହେଉଛି।
ଟାର୍ଗେଟକୁ ଗୋଡାଇବାବେଳେ ଚେନ୍ନାଇ ଶିବମ ଦୁବେଙ୍କ ରୂପରେ ତୃତୀୟ ଉଇକେଟ ହରାଇଥିଲା, ଏହା ପରେ ଏମଏସ ଧୋନୀ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଧୋନୀ ୩ ବଲରେ ୧ ରନ ସ୍କୋର କରିଥିଲେ। କିନ୍ତୁ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ରବିନ୍ଦ୍ର ଜାଡେଜା ଚେପାକ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିଲେ।
ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ଜାଡେଜା ଡଗଆଉଟରୁ ବାହାରି ବ୍ୟାଟିଂ କରିବାକୁ ଲାଗିଲେ। କିନ୍ତୁ ତା’ପରେ ଜାଡେଜା ତୁରନ୍ତ ଫେରିଗଲେ ଏବଂ ଏହା ପରେ ଧୋନୀ ବ୍ୟାଟିଂ କରିବାକୁ ଯାଇଥିଲେ। ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଜାଡେଜା ଏହି କାର୍ଯ୍ୟ କରିଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜାଡେଜା ବାହାରକୁ ଆସିବା ମାତ୍ରେ ପ୍ରଶଂସକମାନେ ଜୋରରେ ପାଟି କରିବା ଆରମ୍ଭ କରନ୍ତି। ସେ ପୁଣି ଫେରିଯାଇଥିଲେ। ତା’ପରେ ଧୋନୀ ଆସିଥିଲେ।
ଜାଡେଜା ଥରେ ପ୍ରକାଶ କରିଥିଲେ ଯେ, ଯେତେବେଳେ ସେ ମାହି ଭାଇଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କ ଆଉଟ୍‌ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରନ୍ତି। ଏହି କାରଣରୁ ଜାଡେଜା ପ୍ରଶଂସକଙ୍କ ସହ ମଜାକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri