ଚେନ୍ନାଇକୁ ବଡ଼ ଝଟ୍‌କା

ମୁମ୍ବାଇ,୧୧।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ଏହି କାରଣରୁ ତାଙ୍କ ଖେଳିବା ନେଇ ସନ୍ଦେହ ରହିଥିଲା। ଚେନ୍ନାଇ ପକ୍ଷରୁ ଟୁଇଟ୍‌ରେ କୁହାଯାଇଛି ଯେ,ଆଘାତ ଲାଗିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡେଜା ଉପଲବ୍ଧ ନ ଥିଲେ। ସେ ବର୍ତ୍ତମାନ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଅଛନ୍ତି, ଏହି ଆଧାରରେ ଆଇପିଏଲ୍‌ ୨୦୨୨ରୁ ସେ ବାଦ୍‌ ପଡିଛନ୍ତି।
ଚଳିତ ସିଜିନ୍‌ରେ ଭଲ ଫର୍ମରେ ନ ଥିଲେ। ସେ ୧୦ଟି ମ୍ୟାଚରେ ହାରାହାରି ୧୯.୩୩ରେ ୧୧୬ ରନ ସଂଗ୍ରହ କରିଥିଲେ ଏବଂ ୫ଟି ଉଇକେଟ ନେଇଥିଲେ।

Share