Posted inଖେଳ

ଦିନିକିଆରେ ଜାଡେଜାଙ୍କ କ୍ୟାରିୟର ଉପରେ ଗ୍ରହଣ ! ଅନୁଭବୀ ସତ୍ତ୍ୱେ ଦଳରେ ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏହି ସିରିଜରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଥିବା ବେଳେ ଟି୨୦ରୁ ସନ୍ନ୍ୟାସ ନେଇଥିବା ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କ ସ୍ଥାନରେ ଦଳରେ ଅକ୍ଷର ପଟେଲ ଏବଂ ଓ୍ବାଶିଂଟନ ସୁନ୍ଦର ସ୍ଥାନ ପାଇଛନ୍ତି। ଏହାପରେ ଜାଡେଜାଙ୍କ ଦିନିକିଆ ଫର୍ମାଟରେ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜାଡେଜାଙ୍କୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନ କରାଯାଇନାହିଁ, ହେଲେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସୁଯୋଗ ମିଳିଛି। ଏହାଛଡ଼ା ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ହେଲେ ଜାଡେଜାଙ୍କ ମାମଲା ବୁମ୍‌ରାଙ୍କଠାରୁ ଭିନ୍ନ ରହିଛି।

ବୁମ୍‌ରାଙ୍କୁ ସୁଯୋଗ ମିଳିବାର କାରଣ ହେଉଛି ଚୟନକର୍ତ୍ତା ଭାରତର ସର୍ବଶ୍ରେଷ୍ଠ ଅଲ୍‌ ଫର୍ମାଟ ବୋଲରଙ୍କୁ ଟେଷ୍ଟ ପାଇଁ ଫ୍ରେଶ ରଖିବାକୁ ଚାହୁଁଛନ୍ତି। ପାଣ୍ଡ୍ୟା କିନ୍ତୁ ବ୍ୟକ୍ତିଗତ କାରଣରୁ ବ୍ରେକ୍‌ ନେଇଛନ୍ତି। ରୋହିତ ଏବଂ କୋହଲି ଶ୍ରୀଲଙ୍କା ସିରିଜରୁ ବ୍ରେକ୍‌ ମାଗିଥିଲେ ହେଁ ଗମ୍ଭୀର କିନ୍ତୁ ବରିଷ୍ଠ ଖେଳାଳିଙ୍କ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଦିନିକିଆ ଲାଗି ଉପଲବ୍ଧ ରହିବାକୁ ଚାହୁଁଥିଲେ। ଏଣୁ ସେମାନେ ଦଳରେ ଯୋଡ଼ି ହୋଇଛନ୍ତି।

ଜାଡେଜା ୧୯୭ ଦିନିକିଆ ଖେଳିଛନ୍ତି। ହେଲେ ଏବେ ଦଳ ତାଙ୍କୁ ନେବାକୁ ଚାହୁଁନାହିଁ। ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାପୂର୍ବରୁ ଶ୍ରୀଲଙ୍କାରେ ହେବାକୁ ଥିବା ୩ ଦିନିକିଆ ସହ କେବଳ ୬ ଦିନିକିଆ ହେବାକୁ ରହିଛି। ଚୟନକର୍ତ୍ତା ଅକ୍ଷର ଏବଂ ଓ୍ବାଶିଂଟନଙ୍କୁ ସୁଯୋଗ ଦେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛନ୍ତି। ଜାଡେଜାଙ୍କ ପ୍ରଦର୍ଶନ ଖରାପ ନାହିଁ ହେଲେ ଚୟନ କମିଟି ଭବିଷ୍ୟତକୁ ଦେଖୁଛି। ଏଣୁ ଜାଡେଜାଙ୍କ ଦିନିକିଆ କ୍ୟାରିୟର ବିପଦରେ ବୋଲି ଚର୍ଚ୍ଚା ବଢ଼ିଛି। ଏପରିକି ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଖେଳିବାକୁ ସୁଯୋଗ ନ ମିଳିପାରେ ବୋଲି କୁହାଯାଉଛି। ହେଲେ ଏସବୁ ଆଗାମୀ ଦିନରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri