ଟିମ୍‌ ଇଣ୍ଡିଆକୁ ଆଉ ଫେରିବେନି ଜାଡେଜା! ବିଶ୍ୱକପ୍‌ ପ୍ଲାନ୍‌କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ମହମ୍ମଦ ଶାମି ଏବଂ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟତୀତ ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯିବା ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ବିସିସିଆଇ (BCCI) ର ଚୟନ କମିଟି ଶୁକ୍ରବାର ଦିନ ସ୍କ୍ବାର୍ଡ ଘୋଷଣା କରିଛି। ଏହି ସିରିଜରେ ଟେଷ୍ଟ ସିରିଜ ସହିତ କମ ଅନ୍ତରାଳ ଥିବାରୁ ଦିନିକିଆ ପାଇଁ ଦୁଇଟି ଅଲଗା ସ୍କ୍ବାର୍ଡ ପ୍ରସ୍ତୁତ କରାଯାଇଛି। କିନ୍ତୁ ଜାଡେଜାଙ୍କୁ ଗୋଟିଏ ବି ଦଳରେ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଅକ୍ଷର ପଟେଲ ଏବଂ ନମନ ଧୀରଙ୍କୁ ସୁଯୋଗ ଦିଆଯାଇଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ଚୟନ କମିଟିର ଯୋଜନାରେ ଜାଡେଜା ଆଉ ନାହାନ୍ତି। ତେଣୁ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ଗତ କିଛି ଦିନ ହେବ ଦିନିକିଆ କ୍ରିକେଟ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ଆଶାନୁରୂପ ନଥିଲା। ସେ ୨୦୨୫ ମସିହାରୁ ଏଯାବତ ୧୫ଟି ମ୍ୟାଚ୍‌ରୁ ମାତ୍ର ୧୪୯ ରନ କରିଥିବା ବେଳେ କେବଳ ୧୪ଟି ଉଇକେଟ ହାସଲ କରିଛନ୍ତି। ବିଶେଷକରି ବୋଲିଂରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।

Dharitri – Odisha’s No.1 Odia Daily

Share