Categories: ଖେଳ

ଅଧିନାୟକତ୍ୱ ପରେ ଏବେ ଦଳରୁ ବାହାର ହୋଇପାରନ୍ତି ଜାଡେଜା ! କିଛି ଏଭଳି…

ନୂଆଦିଲ୍ଲୀ,୧୧।୫: ପୁଣି ଚର୍ଚ୍ଚାରେ ଚେନ୍ନାଇ ସୁପର କିଙ୍ଗ୍ସ। ପ୍ଲେଅଫ୍‌ ଦୌଡ଼ରୁ ଏକପ୍ରକାର ବାହାର ହୋଇଥିବା ଚେନ୍ନାଇର ପୂର୍ବ ଅଧିନାୟକ ରବିନ୍ଦ୍ର ଜାଡେଜା ଚଳିତ ଆଇପିଏଲ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଉଛି। ଏହାଛଡ଼ା ଜାଡେଜା ଏବଂ ଟିମ୍‌ ମଧ୍ୟରେ ନୂଆ ବିବାଦ ଉପୁଜିଥିବା ନେଇ ଆଲୋଚନା ବଢ଼ିବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଚେନ୍ନାଇ ଟିମ୍‌ରେ ସବୁକିଛି ଠିକ୍‌ ଚାଲି ନାହିଁ। ପ୍ରାରମ୍ଭରୁ ଖରାପ ପ୍ରଦର୍ଶନ କାରଣରୁ ଜାଡେଜାଙ୍କୁ ପ୍ରଥମେ ଅଧିନାୟକ ପଦ ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ଆହତ ସମସ୍ୟାକୁ ନେଇ ସେ ପୂର୍ବ ମ୍ୟାଚ୍‌ ଖେଳି ପାରି ନାହାନ୍ତି। ଏବେ ଫ୍ରାଞ୍ଚାଇଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜାଡେଜାଙ୍କୁ ଅନ୍‌ଫଲୋ କରିଦେଇଛି। ଅପରପକ୍ଷେ ଜାଜେଜା ମଧ୍ୟ ଇନ୍‌ଷ୍ଟାଗ୍ରାମରେ କାହାକୁ ଫଲୋ କରୁନାହାନ୍ତି। ଏଣୁ ସେ ଟୁର୍ନାମେଣ୍ଟରୁ ବାହାରିପାରନ୍ତି ବୋଲି କୁହାଯାଉଛି।

ପାଉଣା କଥା ବିଚାରକୁ ନେଲେ ଚେନ୍ନାଇ ଅକ୍ସନ ପୂର୍ବରୁ ଖେଳାଳିଙ୍କୁ ରିଟେନ କରିଥିଲା। ସେଥିରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଜାଡେଜାଙ୍କୁ ଅଧିକ ପାଉଣା ମିଳିଥିବା ଦେଖାଯାଇଥିଲା। ଚଳିତ ସିଜନରେ ଜାଡେଜା ୧୬ କୋଟି ଏବଂ ଧୋନୀଙ୍କୁ ୧୨ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିଛି।

Share