Categories: ଖେଳ

ଧୋନୀଙ୍କ ପ୍ରଶଂସା କରୁ କରୁ ଏମିତି ଭୁଲ୍‌ କରିଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଦଳର ସବୁ ଖେଳାଳିଙ୍କୁ ଏକାଠି କରି ସେମାନଙ୍କ ମନୋବଳ ଦୃଢ କରିବାରେ ବ୍ୟସ୍ତ ଅଛନ୍ତି। ଧୋନୀଙ୍କ ପ୍ରଶଂସାରେ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଟୁଇଟ୍‌ କରି ଟ୍ରୋଲ୍‌ର ସମ୍ମୁଖୀନ ହୋଇଛନ୍ତି। ଜାଡେଜା ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଧୋନୀ, ଜାଡେଜା ଏବଂ ମୁରଲୀ ବିଜୟ ଏକାଠି ବସିଛନ୍ତି। ଧୋନୀ ଫଟୋରେ ହସୁଛନ୍ତି ଏବଂ ଜାଡେଜା ତାଙ୍କ ଅଧିନାୟକଙ୍କ ପ୍ରଶଂସା କରି କିଛି ଟୁଇଟରରେ ଲେଖିଛନ୍ତି, ଯେତେବେଳେ ତୁମେ ହସ, ସମଗ୍ର ବିଶ୍ୱ ତୁମ ଆଡକୁ ଚାହିଁ ରହିଥାଏ, କାରଣ ତୁମେ ଜଣେ ଚମତ୍କାରୀ ବ୍ୟକ୍ତିତ୍ୱ। ଜାଡେଜାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଧୋନୀଙ୍କ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହି ଟୁଇଟ୍‌ରେ ଜାଡେଜା ଏକ ଭୁଲ କରିଥିଲେ। ଧୋନୀଙ୍କ ଅଫିସିଆଲ୍‌ ଟୁଇଟର୍‌ ପେଜ୍‌କୁ ଟ୍ୟାଗ୍‌ କରିବା ବଦଳରେ ସେ ଏହି ପୋଷ୍ଟରେ ଅନ୍ୟ କାହାକୁ ଟ୍ୟାଗ କରିଦେଇଥିଲେ। ପ୍ରଶଂସକମାନେ ଏହା ଧରିଥିଲେ ଏବଂ ସେମାନେ ଜାଡେଜାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ଧୋନୀଙ୍କ ଟୁଇଟର ଏବଂ ଇନଷ୍ଟାଗ୍ରାମ ଆଇଡି ଅଲଗା। ଜାଡେଜା ଧୋନୀଙ୍କୁ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ଟୁଇଟରରେ ଟ୍ୟାଗ କରିଛନ୍ତି। ଯାହାକୁ ଅନ୍ୟ କେହି ଟୁଇଟରରେ ଆଇଡି ତିଆରି କରିଛନ୍ତି।

Share