Categories: ଖେଳ

ମ୍ୟାଚ୍‌ ହାରିବା ପରେ ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଜାଡେଜା

ଶାରଜା,୧୮।୧୯: ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓପନର୍‌ ଶିଖର ଧାଓ୍ବନଙ୍କ ଶତକ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚ୍‌ରେ ଯଦିଓ ଚେନ୍ନାଇ ପରାସ୍ତ ହୋଇଥିଲା କିନ୍ତୁ ମ୍ୟାଚ୍‌ ପରେ ଏହି ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନଙ୍କ କୋଳାଗ୍ରତ କରି ଶତକୀୟ ପାଳି ପାଇଁ ଶୁଭେଚ୍ଛା ଜଣାଇଥିଲେ। ଇଣ୍ଟିଆନ୍‌ ପ୍ରିମିୟର୍‌ ଲିଗ୍‌ର ଅଫିସିଆଲ୍‌ ଟୁଇଟର୍ର ଆକାଉଣ୍ଟରରେ ଏହାର ଭିଡିଓ ଶେୟାର କରାଯାଇଛି। କ୍ୟାପଶନ୍‌ରେ ଲେଖାଯାଇଛି ଏହା ଏକ ପ୍ରତିଯୋଗିତା, କିନ୍ତୁ ଏଠାରେ ଭାଇଚାରା ବି ଅଛି। ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ବୋଲି କୁହାଯାଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦର୍ଶକ ବେଶ୍‌ ପ୍ରଶଂସା କରିବା ସହ ଜାଡେଜାଙ୍କୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ରେ ଧାଓ୍ବନ ୫୮ଟି ବଲ୍‌ରୁ ୧୦୧ରନ୍‌ କରିଥିଲେ।

Share