Posted inଖେଳ

ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍‌ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ ୧୪୫ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଦଳ ୭୪ ରନ୍‌ରେ ୭ ଉଇକେଟ ହରାଇଥିଲା। ଏମିତିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଅପରାଜିତ ୭୧ ରନ୍‌ର ଭାଗିଦାରୀ କରି ଭାରତକୁ ବିଜେତା କରିଥିଲେ। ଦ୍ୱିତୀୟ ମୁକାବିଲାରେ ବିଜୟ ସହ ଭାରତ ସିରିଜ ବିଜେତା ହୋଇଥିଲା।

ଭାରତ ପକ୍ଷରୁ ଅଶ୍ୱିନ ଦ୍ୱିତୀୟ ଇନିଂସରେ ୬୬ ବଲ୍‌ରେ ଅପରାଜିତ ୪୨ ରନ୍‌ କରିଥିଲେ। ଏଥିରେ ୪ ଚୌକା ଏବଂ ୧ ଛକା ଥିଲା। ଏହାଛଡ଼ା ଅଶ୍ୱିନ ମୁକାବିଲାରେ ମୋଟ ୬ ଉଇକେଟ ନେଇଥିଲେ। ଏଥିଲାଗି ତାଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା। ଅଶ୍ୱିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୁରସ୍କାର ସହ ନିଜର ଫଟୋ ଶେୟାର କରିଥିଲେ।

ମାତ୍ର ଜଣେ ଶ୍ରୀଲଙ୍କା ପ୍ରଶଂସକଙ୍କୁ ଏହି ପୋଷ୍ଟ ସେତେଟା ପସନ୍ଦ ଆସି ନ ଥିଲା। ସେ ଅଶ୍ୱିନଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। ନିବରାଜ ରମଜାନ ନାମକ ଉକ୍ତ ପ୍ରଶଂସକ ଲେଖିଥିଲେ, ‘ଆପଣଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାରକୁ ମୋମିନୁଲ ହକ୍‌ଙ୍କୁ ଦେଇଦେବା ଉଚିତ ଥିଲା, ଯିଏ ଉକ୍ତ କ୍ୟାଚ୍‌କୁ ଛାଡ଼ି ଦେଇଥିଲେ। ଯଦି ସେ କ୍ୟାଚ୍‌ ନେଇ ଯାଇଥାନ୍ତେ ତେବେ ଭାରତ ୮୯ ରନ୍‌ରେ ଅଲଆଉଟ୍‌ ହୋଇଥାନ୍ତା।’

ଏହାର ଜବାବରେ ଅଶ୍ୱିନ କହିଥିଲେ, ଆରେ ନା। ମୋତେ ଲାଗିଲା ମୁଁ ତୁମକୁ ବ୍ଲକ କରିଦେଇଛି। କ୍ଷମା କର। ସେ ଅନ୍ୟଜଣଙ୍କ ନାମ କ’ଣ? ହଁ। ଡାନିଏଲ ଆଲେକ୍‌ଜାଣ୍ଡର। କଳ୍ପନା କର କି ଯଦି ଭାରତ କ୍ରିକେଟ ଖେଳି ନ ଥାନ୍ତା ତେବେ ତୁମେ ଦୁଇଜଣ କ’ଣ କରିଥାନ୍ତ।

କହିରଖୁଛୁ ଯେ, ନିବରାଜଙ୍କ ବ୍ୟତିତ ଆଉ ଜଣେ ଶ୍ରୀଲଙ୍କାର ଡାନିଏଲ ମଧ୍ୟ ଭାରତକୁ ଟ୍ରୋଲ କରିବାକୁ ଚେଷ୍ଟା କରିଥାନ୍ତି। ଅଶ୍ୱିନ ଟୁଇଟ୍‌ କରି ତାଙ୍କ ନାମକୁ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ରାହୁଲଙ୍କୁ ଭାଜପାର କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୯: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ଭାଜପା ପ୍ରତିକ୍ରିୟା ରଖିଛି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ଏମପି ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଏହି ଦାବି…

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?